Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସେନା ନିଯୁକ୍ତି ପରୀକ୍ଷାରେ ବ୍ଲୁଟୁଥ୍ ବ୍ୟବହାର କରି ହରିଆଣାର ଯୁବକ ଗିରଫ

ଗୋପାଳପୁର : ଗୋଳାବନ୍ଧ ଠାରେ ଥିବା ଗୋପାଳପୁର ମିଲିଟାରୀ ଷ୍ଟେସନରେ ଚାଲିଥିବା ଆର୍ମି ନିଯୁକ୍ତି ପରୀକ୍ଷାରେ ପରୀକ୍ଷା ଦେଉଥିବା ଜଣେ ପରୀକ୍ଷାର୍ଥୀ ବ୍ଲୁଟୁଥ୍ ବ୍ୟବହାର କରିବା ଅଭିଯୋଗରେ ଗୋପାଳପୁର ଥାନା ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ଜଣଙ୍କ ହେଲେ ହରିଆଣା ରାଜ୍ୟ ଜିନ୍ଦ ଜିଲା ଅନ୍ତର୍ଗତ ବୋରଦା ଅଞ୍ଚଳର ବିଜୟ ବୋଲି ପୁଲିସ ସୂଚନା ଦେଇଛି। ଅଭିଯୋଗ ଅନୁଯାୟୀ ଗତ ୭ ତାରିଖ ରେ ଗୋଳାବନ୍ଧ ଆର୍ମି ଏଡି କଲେଜ ପରିସରରେ ଡିଫେନସ ସିଭିଲିଆନ ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜୟ ପରୀକ୍ଷାର୍ଥୀ ଭାବେ ଯୋଗ ଦେଇଥିଲେ। ପରୀକ୍ଷା ଦାୟିତ୍ବରେ ଥିବା କର୍ମଚାରୀ ମାନେ ପରୀକ୍ଷା ହଲ ପରିସରରେ ବିଜୟଙ୍କ କାର୍ଯ୍ୟକଳାପ ରେ ସନ୍ଦେହ ପ୍ରକାଶ କରି ତଦନ୍ତ କରିଥିଲେ। ତଦନ୍ତ ସମୟରେ ବିଜୟ ବ୍ଲୁ ଟୁଥ ଡିଭାଇସ୍ ବ୍ୟବହାର କରୁଥିବା ଜାଣିବାକୁ ପାଇଥିଲେ। ବିଜୟ ଙ୍କୁ ତଦନ୍ତ ସମୟରେ ତାଙ୍କ ନିକଟରୁ ଏକ କଳା ରଙ୍ଗର ବ୍ଲୁଟୁଥ୍, ଏକ ବ୍ୟାଟେରୀ, ଗୋଟିଏ ଛୋଟ ଯନ୍ତ୍ର, ୨ଟି ସିମ କାର୍ଡ, ଆଧାର କାର୍ଡ, କଲ ଲେଟର ଆଦି ଜବତ କରିଥିଲେ।ଘଟଣା ନେଇ।ଘଟଣା ନେଇ ଆଜି କର୍ଣ୍ଣଲ ଙ୍କ ପକ୍ଷରୁ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ ସହ ଅଭିଯୁକ୍ତ ବିଜୟକୁ ପୁଲିସ କୁ ହସ୍ତାନ୍ତର କରିଥିଲେ। ପୁଲିସ ପକ୍ଷରୁ ଅଭିଯୋଗ କୁ ଭିତ୍ତି କରି ୧୫୦/୨୩ ରେ ଏକ ମାମଲା ରୁଜୁ କରି ବିଜୟ ଙ୍କୁ କୋର୍ଟ ଚାଲାଣ କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories