Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଗଜପତି ଜିଲ୍ଲା ମୋହନା ଓକିଲ ସଂଘ ନିର୍ବାଚନ, ରବିନ୍ଦ୍ର ସଭାପତି ଓ ପଦ୍ମନାଭ ସମ୍ପାଦକ ଭାବେ ନିର୍ବାଚିତ

ପାରଳାଖେମୁଣ୍ଡି:୨୯/୩(ଗରୁଡ଼ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲା ମୋହନା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ଠାରେ ଥିବା ଓକିଲ ସଂଘ ନିର୍ବାଚନ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ନିର୍ବାଚନ ଶାନ୍ତି ଶୃଙ୍ଖଳା ସହ ଶେଷ ହୋଇଥିବା ଜଣାପଡିଛି। ଆଜିର ଏହି ନିର୍ବାଚନ ରେ ସଭାପତି ଭାବେ ରବିନ୍ଦ୍ର କୁମାର ନାୟକ, ଉପସଭାପତି ଭାବେ ସିମାଞ୍ଚଳ କାର୍ଯି, ସମ୍ପାଦକ ଭାବରେ ପଦ୍ମନାଭ ପତି, ସହ ସମ୍ପାଦକ ସୁଶାନ୍ତ କୁମାର ମଲ୍ଲିକ, କୋଷାଧ୍ୟକ୍ଷ ଜୋସେଫ ମାଝୀ, ପାଠାଗାର ସଭ୍ୟ ଭାବରେ ପ୍ରଭାତ ପାଇକ ନିର୍ବାଚିତ ହୋଇଥିବା ବେଳେ ଉପଦେଷ୍ଟା ମଣ୍ଡଳୀ ସଭ୍ୟ ଭାବରେ ସୁଦର୍ଶନ ସାହୁ ଏବଂ ସନ୍ତୋଷ କୁମାର ପାଢ଼ୀ ମନୋନୀତ ହୋଇଥିବା ଜଣାପଡିଛି। ମୋହନା ଓକିଲ ସଂଘ ରେ ସମୁଦାୟ ୪୦ ଜଣ ଓକିଲ ସଭ୍ୟ, ସଭ୍ୟା ଥିବା ବେଳେ ସଭାପତି ଭାବେ ରବିନ୍ଦ୍ର କୁମାର ନାୟକ ଏବଂ ସମ୍ପାଦକ ଭାବେ ପଦ୍ମନାଭ ପତି ବିପୁଳ ଭୋଟରେ ବିଜୟୀ ହୋଇଥିବା ନିର୍ବାଚନ ଦାୟିତ୍ୱରେ ଥିବା ଅଧିକାରୀ ଘୋଷଣା କରିଥିବା ପ୍ରକାଶ।

More Stories