Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭିଡିଓ କନଫେରେନ୍ସ ମାଧ୍ୟମରେ ଅନ୍ତ୍ୟଦୟ ଗୃହ ଯୋଜନା ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ।ଲକ୍ଷ୍ମୀପୁର ରେ ୧୭୨ ଜଣ ହିତାଧିକାରୀ ଙ୍କୁ ପ୍ରଦାନ କରାଗଲା କାର୍ଯ୍ୟାଦେଶ…

ଲକ୍ଷ୍ମୀପୁର,୩୦/୦୩ …ରବିବାର କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ରିସିଗାଁ ର ଶ୍ରୀକୃଷ୍ଣ ନଗର ପଡିଆ ଠାରେ ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ଅନ୍ତୋ ଦ୍ବୟ ଗୃହ ଯୋଜନା ର ଶୁଭାରମ୍ଭ କରାଯାଇଛି। ଏହି ଉପଲକ୍ଷେ ଲକ୍ଷ୍ମୀପୁର ବ୍ଲକପ୍ରଶାସନ ପକ୍ଷରୁ ଗୋଷ୍ଠି ଉନ୍ନୟନ ଅଧିକାରୀ ଗୁରେଶ୍ୱର ଭୋଇଙ୍କ ଅଧ୍ୟକ୍ଷତାରେ ବ୍ଲକ ପଡିଆ ଠାରେ ଅନ୍ତ୍ୟଦୟ ଗୃହ ଯୋଜନା କାର୍ଯ୍ୟକ୍ରମ ଭିସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନ କାର୍ଯ୍ୟକ୍ରମ ର ସିଧାପ୍ରସାରଣ ସ୍ଥାନୀୟ ହିତାଧିକାରୀ ଦେଖିଥିଲେ, ଏଥିରେ ପଞ୍ଚାୟତରାଜ ମନ୍ତ୍ରୀ ରବି ନାୟକ ଙ୍କ ସମେତ କଳା ହାଣ୍ଡି ଜିଲ୍ଲାର ବିଧାୟକ, ସାଂସଦ ଓ ସ୍ଥାନୀୟ ଜିଲ୍ଲାପାଳ ଉପସ୍ଥିତ ରହିଥିଲେ।ଏହି ଗୃହ ଯୋଜନାରେ ପୂରଣ ହେବ ପକ୍କା ଘର ଆଶା ଓ ବିକଶିତ ହେବ ଆମ ଓଡ଼ିଶା ଏହାକୁ ନେଇ ଏହି ନୂତନ ଯୋଜନା ଶୁଭାରମ୍ଭ କରାଯାଇଛି।ଏହି ଗୃହ ଯୋଜନାରେ ଭିନ୍ନକ୍ଷମ, ବିଧବା, ରୋଗାକ୍ରାନ୍ତ, ସହିଦ ପରିବାର, ଘରପୋଡି, ହାତୀ ଉପଦ୍ରବ୍ୟ, ବନ୍ୟା ବାତ୍ୟା କ୍ଷତିଗ୍ରସ୍ତ ଯୋଗ୍ୟ ହିତାଧିକାରୀ ପରିବାରଙ୍କୁ ଅଗ୍ରାଧିକାର ଭିତ୍ତିରେ ଗୃହ ମଞ୍ଜୁର ହେବ।ଏହି ଯୋଜନା ରେ ତିନି ବର୍ଷ ମଧ୍ୟରେ ବିନିଯୋଗ ହେବ ୭,୫୫୦ କୋଟି ଟଙ୍କା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ, ସେହିପରି ୬୦୦କୋଟି ଟଙ୍କାରୁ ଉର୍ଦ୍ଧ୍ବ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ଭିତ୍ତି ପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ କରାଯାଇଛି ।ପ୍ରଥମ କିସ୍ତି ରେ ବ୍ଲକର ୧୭୨ ଜଣ ହିତାଧିକାରୀ ଙ୍କୁ ଏକ ଲକ୍ଷ କୋଡିଏ ହଜାର ଟଙ୍କା ଲେଖାଏଁ ର କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି।ଯେଉଁ ହିତାଧିକାରୀ ୪ ମାସ ମଧ୍ୟ ରେ ଗୃହ କାର୍ଯ୍ୟ ସମ୍ପୂର୍ଣ କରିବେ ସେମାନଙ୍କୁ ୨୦ ହଜାର ଟଙ୍କା ବନସ ଦିଆଯିବ ବୋଲି କୁହାଯାଇଛି।ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ଶୁଆଇ କୁଲେସିକା, ଉପାଧ୍ୟକ୍ଷା ଆରତୀ କୂଳଦୀପ,ପୂର୍ବତନ ବିଧାୟକ କୈଳାଶ ଚନ୍ଦ୍ର କୁଲେସିକା,ଏଏଇ ଏମ.ପବନ କୁମାର,ଜିପିଓ ସୁଧୀର କୁମାର ବେହେରା ,ବିଜେପି ଯୁବନେତା ଦେବ ଖରା, ପ୍ରସାଦ ଖରା,ବ୍ଲକ କର୍ମଚାରୀ, ପ୍ରତେକ ପଞ୍ଚାୟତ ର ପିଇଓ ଓ ୧୩ଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ,ମିଶନ ଶକ୍ତି ମହିଳା, ଏମବିକେ ଏବଂ ଲକ୍ଷ୍ମୀପୁର ବ୍ଲକର ମହିଳା ମାନେ ଉପସ୍ଥିତ ରହି ଥିଲେ।କାର୍ଯ୍ୟକ୍ରମ କୁ ବିପିସି ଏସ ଜଣାର୍ଧନ ଚୌଧୁରୀ ପରିଚାଳନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ