ଅନ୍ତୋଦୟ ଗୃହ ଯୋଜନା ଉଦଘାଟନ ରେ ୧୮୬ ଙ୍କୁ କାର୍ଯ୍ୟାଦେଶ ପ୍ରଦାନ


ପଟ୍ଟାଙ୍ଗି୩୧/୦୩(ଶରତ କୁମାର ଧଳ)ଭର୍ଚୁଆଲ୍ ମାଧ୍ୟମରେ ରାଜ୍ୟ କଳାହାଣ୍ଡି ଜିଲ୍ଲାରେ ରାଜ୍ୟ ସ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଦ୍ଵାରା ଅନ୍ତୋଦୟ ଗୃହ ଯୋଜନା କୁ ଉଦଘାଟନ କରି ବିଭିନ୍ନ ବର୍ଗର ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କାର୍ଯ୍ୟକ୍ରମ କୁ ଉଦଘାଟନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ପ୍ରଶାସନ ତଥା ବିଡ଼ିଓ ରାମକୃଷ୍ଣା ନାୟକ ଙ୍କ ସଭାପତିତ୍ୱ ରେ ସ୍ଥାନୀୟ ମିନିଷ୍ଟାଡିୟମ ରେ ଆୟୋଜିତ ହୋଇଥିଲା ଅନ୍ତୋଦୟ ଗୃହ ଯୋଜନା ଉଦଘାଟନ କାର୍ଯ୍ୟକ୍ରମ । ଉକ୍ତ କାର୍ଯ୍ୟକ୍ରମ ରେ ବ୍ଲକ ଅଧ୍ୟକ୍ଷା କଳ୍ପନା ପାଙ୍ଗି , ସାଂସଦ ପ୍ରତିନିଧି ଶୁକ୍ରା ଖରା ଓ ବିଧାୟକ ପ୍ରତିନିଧି ଅର୍ଜୁନ ବାଙ୍କା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଉକ୍ତ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ । ଏହି ସମୟରେ ବ୍ଲକର ୧୪ଟି ପଞ୍ଚାୟତ ରୁ ବିଭିନ୍ନ ବର୍ଗରେ ଚିହ୍ନଟ ହୋଇଥିବା ୧୮୬ ଜଣ ହିତାଧିକାରୀଙ୍କୁ ଅନ୍ତୋଦୟ ଗୃହ ଯୋଜନାର କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା । ସେଥି ମଧ୍ୟରୁ ୧୫୪ଟି କାର୍ଯ୍ୟାଦେଶ ବିଭିନ୍ନ ବର୍ଗର ବିକଳାଙ୍ଗ ଙ୍କୁ ପ୍ରଦାନ କରାଯାଇଥିଲା । ସେହିପରି ବର୍ଷା ପବନ ରେ ଭାଙ୍ଗି ଥିବା ଘର ର ୧୭ଟି ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରା
ଯାଇଥିବା ବେଳେ ଅବଶିଷ୍ଟ ଅନ୍ୟାନ୍ୟ ସ୍ୱାମୀ ଗତ ସମସ୍ୟା କୁ ନେଇ ଚିହ୍ନଟ ହୋଇଥିବା ୧୫ଜଣ ଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ଜିଲ୍ଲା ପରିଷଦ ସଭ୍ୟା ଟିକାଇ ଗେମେଲ୍ ଙ୍କ ସମେତ ବିଜେପି ଜିଲ୍ଲା ସମ୍ପାଦକ ବଳରାମ ବାରିକ୍ ଏବଂ ବ୍ଲକ ର ସମସ୍ତ ସରପଞ୍ଚ , ସମିତି ସଭ୍ୟା ସଭ୍ୟ ଉପସ୍ଥିତ ରହିଥିଲେ । ଉକ୍ତ କାର୍ଯ୍ୟକ୍ରମ କୁ ବ୍ଲକର ବିଏସଏସଓ , ଏମ ଆଇ , ଯନ୍ତ୍ରୀ , ପିଇଓ , ଜିଆରଏସ ଙ୍କ ସହ ଅନ୍ୟ କର୍ମଚାରୀ ପରିଚାଳନା ରେ ସହଯୋଗ କରିଥିଲେ ।