Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ହରିଣର ଗଳିତ ଶବ ଉଦ୍ଧାର

ବୀରମହାରାଜାପୁର: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଂଚଳ ଅନ୍ତର୍ଗତ ଗଇଲଗୁଡ଼ି ନିକଟସ୍ଥ ଜଙ୍ଗଲରୁ ଏକ ହରିଣର ଗଳିତ ଶବ ଉଦ୍ଧାର କରାଯାଇଛି । ଗତ କିଛି ଦିନ ହେଲା ହରିଣଟିର ମୃତ୍ୟୁ ହୋଇଥିବା ବେଳେ ଗଳିତ ଶବ ଜଙ୍ଗଲ ଭିତରେ ପଡି ରହିଥିବା ବନବିଭାଗ ସୂଚନା ପାଇଥିଲା । ପରେ ଯାଲୋଏ ବନପାଳ ଜଗବନ୍ଧୁ ବାରିକଙ୍କ ସମେତ ବନବିଭାଗର କର୍ମଚାରୀ ଘଟଣାସ୍ଥଳକୁ ଯାଇ ହରିଣର ଗଳିତ ଶବ ଉଦ୍ଧାର କରିଥିଲେ । ବନବିଭାଗ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ଘଟଣାସ୍ଥଳରୁ ନିକଟରେ ଥିବା ନାଳକୁ ପାଣି ପିଇବାକୁ ଆସି ହରିଣଟି ଜଙ୍ଗଲ ଭିତରେ ରହିଥିବା ବଡ ବଡ ଲହ ଭିତରେ ଛନ୍ଦି ହୋଇ ତଳେ ପଡି ଯାଇଥିଲା । ସେଠାରୁ ମୁକୁଳି ନପାରି ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ବନ ବିଭାଗ ସନ୍ଦେହ କରୁଛି lଉଲୁଣ୍ଡା ପ୍ରାଣୀ ଚିକତ୍ସା ଅଧିକାରୀ ଘଟଣା ସ୍ଥଳକୁ ଯାଇ ମୃତ୍ୟୁ ହୋଇଥିବା ହରିଣର ଶବ ବ୍ୟବଚ୍ଛେଦ କରିଥିବା ବେଳେ ବନବିଭାଗ ହରିଣ ଟିକୁ ମାଟି ତଳେ ପୋତି ଦେଇଛି । ତେବେ ବନବିଭାଗର ତଥ୍ୟ ଅନୁସାରେ ହରିଣଟି ଫାସରୁ ମୁଖୁଳି ନପାରି ପ୍ରାଣ ହରାଇଥିବା ବେଳେ ଦାୟିତ୍ୱରେ ଥିବା ବନବିଭାଗ କର୍ମଚାରୀ କେମିତି ଜାଣି ପାରିଲେ ନାହିଁ । ଏଥିସହ ମୃତ୍ୟୁ ପରେ ମଧ୍ୟ ଦୀର୍ଘ ଦିନ ପର୍ଯ୍ୟନ୍ତ ଜାଣିନପାରିବା ବନବିଭାଗର ଦାୟିତ୍ୱହିନତାକୁ ସ୍ପଷ୍ଟ କରୁଛି । ଅନ୍ୟପଟେ ହରିଣ ଶିକାର ପାଇଁ ସ୍ଥାନୀୟ କିଛି ଲୋକ ଫାଶ ପକାଇଥିବା ବେଳେ ଉକ୍ତ ଫାଶରେ ପଡି ହରିଣର ମୃତ୍ୟୁ ହୋଇଥିବା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।