Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁରରେ ଭାରତୀ ଉତ୍ସବ

ସମ୍ବଲପୁର:ସାରା ବିଶ୍ବରେ ରହୁଥିବା ଭାରତୀ ବଂଶଧର ମାନଙ୍କୁ ଏକଜୁଟ କରିବା ଚେଷ୍ଟାରେ ଭାରତୀ ସମାଜ ଦୀର୍ଘ ୨୪ ବର୍ଷ ହେବ କାର୍ଯ୍ୟ କରି ଆସୁଛେ । ଭାରତୀ ଭାଷା ଏବଂ ସଂସ୍କୃତି ର ପ୍ରଚାର ପ୍ରସାର ଦିଗରେ ୨୦୦୧ ମସିହା ଠାରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଆସିଛି। ଏପ୍ରିଲ୍ ୧ ତାରିଖରେ ଭାରତୀ ସମାଜ ପକ୍ଷରୁ ଭାରତୀ ଉତ୍ସବ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଭାରତୀ ଉତ୍ସବ କାର୍ଯ୍ୟକ୍ରମ ରେ ବିଶିଷ୍ଟ ସଂସ୍କୃତି ଗବେଷକ ଡଃ ଶ୍ୟାମସୁନ୍ଦର ଧର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ। ସେ କହିଥିଲେ ଆମ ଭିତରେ ଭୌତିକ ଶକ୍ତି ବଢିଛି ହେଲେ ନୈତିକ ଶକ୍ତି ର ଅଭାବ ରହିଛି । ତେବେ ଭାରତୀ ସମାଜ ସମାଜରେ ନୈତିକତା ର ବିକାଶ କରି ସମସ୍ତ ଭାରତୀ ବଂଶଧର ମାନଙ୍କୁ ଏକଜୁଟ କରିବା ଚେଷ୍ଟା କରୁଛି। ଏହି ଅବସରରେ ଶିଶୁ ମାନଙ୍କ ଶିକ୍ଷା ସହ ବରିଷ୍ଠ ନାଗରିକ ମାନଙ୍କ ପାଇଁ କାର୍ଯ୍ୟକ୍ରମ ହାତକୁ ନେବାପାଇଁ ସଂକଲ୍ପ ନିଆଯାଇଥିଲା। ଶେଷରେ କବିତା ପାଠ ଅନୁଷ୍ଠିତ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ