Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ରେ ଉତ୍କଳ ଦିବସ ପାଳିତ

ଲକ୍ଷ୍ମୀପୁର ୦୧/୦୪ .. ଲକ୍ଷ୍ମୀପୁର ସାଙ୍ଗନ୍ନା ଉଚ୍ଚ ବିଦ୍ୟାଳୟ ର ପଞ୍ଚସଖା ଶିକ୍ଷାସେତୁ ତରଫରୁ ଉତ୍କଳ ଦିବସ ପାଳିତ ହୋଇଯାଇଛି। ଅତିଥି ମାନଙ୍କ ଦ୍ୱାରା ପ୍ରଥମେ ଜଗନ୍ନାଥ ଙ୍କ ପ୍ରତିମୂର୍ତ୍ତିରେ ପୂଜାର୍ଚନା କରାଯିବା ପରେ, ସ୍ୱତନ୍ତ୍ର ଓଡିଶା ଗଠନ ର ଯେଉଁ ମାନେ ମୁଖ୍ୟ ପୁରୋଧା ଥିଲେ ସେମାନଙ୍କ ଫୋଟୋ ଚିତ୍ର ରେ ପୁଷ୍ପ ମାଲ୍ୟ ପ୍ରଦାନ କରାଯାଇଥିଲା।ପ୍ରଧାନ ଶିକ୍ଷକ ଗୋପାଳ ମଣ୍ଡଳ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ନିମନ୍ତ୍ରିତ ଅତିଥି ମାନେ ଓଡ଼ିଆ ଅସ୍ମିତା ଉପରେ ଗୁରୁତ୍ୱ ଦେବାକୁ ପ୍ରକାଶ କରିବା ସହ ଭାଷା ପ୍ରତି ନିଜର ଆନ୍ତରିକତା ରଖିବା ସକାଶେ ଉପସ୍ଥିତ ଛାତ୍ରଛାତ୍ରୀ ଙ୍କୁ ପରାମର୍ଶ ଦେଇଥିଲେ।।କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଅବସର ପ୍ରାପ୍ତ ଶିକ୍ଷକ ତଥା ବରିଷ୍ଠ ନାଗରିକ ମହାଦେବ ଶତପଥୀ, ଫକୀର ମୋହନ ସାହୁ, ମାଧବ କର୍କରା, ବଳଭଦ୍ର ଖରା, ଦୀନବନ୍ଧୁ ସାହୁ, ଭି. ନାଗା ରାଜୁ,ରାମଚନ୍ଦ୍ର ଦୀକ୍ଷିତ, ବିଦ୍ୟାଳୟପରିଚାଳନା ସଭ୍ୟ
କାମି ମାଣ୍ଡିଙ୍ଗା ଙ୍କ ସମିତ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହି ଥିଲେ।କାର୍ଯ୍ୟକ୍ରମ ରେ ଶିକ୍ଷକ ସପନ ଦୀକ୍ଷିତଓ ସୁକାନ୍ତ ଯାଦବଙ୍କ ସହିତ ଛାତ୍ରୀଙ୍କ ମିଳିତ ଭାବେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣ କରିଥିବା ବେଳେ ବିଜ୍ଞାନ ଶିକ୍ଷକ ଗୋଲକ ଚନ୍ଦ୍ର ଲେଙ୍କା କାର୍ଯ୍ୟକ୍ରମ ସଂଚାଳନ କରିଥିଲେ।