Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋଡ଼ିଙ୍ଗାମାଳି ସୁରକ୍ଷା ମଞ୍ଚ ପକ୍ଷରୁ ନିଶାର ଫାର୍ମ ରେ ସମ୍ମିଳନୀ….ପଲିସଭା ଓ ଗ୍ରାମସଭା କରି ପୟୋନିର କମ୍ପାନୀ କୁ ଖଣି ପ୍ରଦାନ କରିବାକୁ ଦାବୀ…

ଲକ୍ଷ୍ମୀପୁର,୩୧/୦୩ .. ଖଣି ଖନନ କୁ ବିରୋଧ କରି ଲକ୍ଷ୍ମୀପୁର ବ୍ଲକ ର କୋଡ଼ିଙ୍ଗାମାଳି ସୁରକ୍ଷାମଞ୍ଚ ପକ୍ଷରୁ ଗତକାଲି ଶୋଭାଯାତ୍ରା ସହ ଦାବିପତ୍ର ପ୍ରଦାନ କରାଯାଇଛି।ସ୍ଥାନୀୟ ମିନି ଷ୍ଟାଡିୟମଠାରୁ ଏକ ରାଲି ମାଧ୍ୟମରେ ଶହ ଶହ ଲୋକ ପ୍ଲାଗ କାର୍ଡ ଧରି ବାହାରି ଲକ୍ଷ୍ମୀପୁର ବସଷ୍ଟାଣ୍ଡ ରେ ଥିବା ଆମ୍ବେଦକରଙ୍କର ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେବା ପରେ ପଦଯାତ୍ରାରେ ବାହାରି ଓଡିଶା ଖଣି ନିଗମ ପରିଚାଳକଙ୍କ କାର୍ଯ୍ୟାଳୟଠାରେ ପହଞ୍ଚିଥିଲେ, ସେଠାରେ ଏକ କମ୍ପାନୀ ବିରୋଧରେ ବିଭିନ୍ନ ପ୍ରକାର ସ୍ଲୋଗାନ ଦେବା ସହ ଖଣି ପରିଚାଳକ ହେମନ୍ତ କୁମାର ବେହେରାଙ୍କ ଜରିଆରେ ଆଞ୍ଚଳିକ ଖଣି ପରିଚାଳକ ଓଡିଶା ଖଣି ନିଗମ ରାୟଗଡାଙ୍କୁ ଏକ ୮ଦଫା ସମ୍ବଳିତ ଦାବି ପତ୍ର ପ୍ରଦାନ କରିଥିଲେ। ଦାବି ପତ୍ରରେ କୋଡ଼ିଙ୍ଗାମାଳି ଖଣି ଖନନ କରିବା ପୂର୍ବରୁ ପରିବେଶ ଜନ ଶୁଣାଣି,ଗ୍ରାମ ସଭା ଓ ପଲ୍ଲୀ ସଭା କରିବା ପାଇଁ ଦାବି ପତ୍ର ଦେଇଛନ୍ତି।ଦୀର୍ଘ ୭ବର୍ଷ ହେଲାଣି ଖଣି ଖନନ କରାଯାଉଛି, ଖଣି ଖନନ ଦ୍ୱାରା ପୁଞ୍ଜିପତି, ନେତା ଓ ଦଲାଲ ମାନଙ୍କୁ ହିଁ ଲାଭ ହୋଇଛି କିନ୍ତୁ ନିରୀହ ଆଦିବାସୀ, ଦଳିତ, ଗରିବ ମାନଙ୍କ କିଛି ଲାଭ ହୋଇ ନାହିଁ ବୋଲି କହିଛନ୍ତି,ଯୁବକ ଯୁବତୀ ଙ୍କ ନିଯୁକ୍ତି ବ୍ୟବସ୍ଥା ହୋଇ ନାହିଁ ଯାହା ଫଳରେ ଦାଦନ ଖଟିବାକୁ ଯାଉଛନ୍ତି,କମ୍ପାନୀ ଆଦିବାସୀ ମାନଙ୍କୁ ଭୁଆଁ ବୁଲା ଉଛି, ଅଞ୍ଚଳରେ ଓଏମସି ଜରିଆରେ କୌଣସି  ଉନ୍ନତି କାର୍ଯ୍ୟ ହୋଇ ନାହିଁ ବୋଲି କାନୁ କନ୍ଦପାନ, ଦିବାକର ସାହୁ ଭଳି ଅନେକ ଲୋକେ କହିଛନ୍ତି।ଦୀର୍ଘ ୮ବର୍ଷ ହେଲା ବିକାଶ ନାଁ ରେ ଅନ୍ୟାୟ ଚାଲିଛି ,ସେଇଥି ପାଇଁ ଆଠଟି ଦାବି ପ୍ରଦାନ କରିବା କୁ ଆସିଥିବା ସଭାପତି କାଶୀନାଥ ମିନିଆକା କହିଛନ୍ତି। ପଲ୍ଲୀ ସଭା ଓ ଗ୍ରାମ ସଭା କରିବା ପାଇଁ କୋଡୀଙ୍ଗା ମାଳି ସୁରକ୍ଷା ମଞ୍ଚ ଦାବୀ କରିଥିବା ବେଳେ ଓଡିଶା ଖଣି ନିଗମ ପକ୍ଷରୁ ୨୦୧୮ମାର୍ଚ୍ଚ ମାସରେ ୧୯ଖଣ୍ଡ ଗ୍ରାମକୁ ନେଇ ପଲ୍ଲୀସଭା ହୋଇ ଥିବାର ଓଡିଶା ମାନବ ଅଧିକାର କମିଶନ କୁ ରିପୋର୍ଟ ଦେଇଛନ୍ତି, ତାହା କାହିଁକି ମିଥ୍ୟା ରିପୋର୍ଟ ପ୍ରସ୍ତୁତ କରି ଦେଇଛନ୍ତି ବୋଲି ସୁରକ୍ଷା ମଞ୍ଚ ଆବାହକ ଅଭିଜିତ ବାଗ କହିଛନ୍ତି, ଏପରିକି ବେଦାନ୍ତ କମ୍ପାନୀ କୁ ଯଦି କଞ୍ଚାମାଲ କମ ଦରରେ ଦିଆଯାଉଛି ତାହେଲେ ପୟୋନିର କମ୍ପାନୀ କୁ କାହିଁକି ଦିଆଯିବନାହିଁ ବୋଲି ନିଶାର ଫାର୍ମ ରେ ଆୟୋଜିତ ବୈଠକ ରେ ସେ କହିଛନ୍ତି।ବର୍ତ୍ତମାନ ଯେଉଁ  ଆଠ ଦଶ ଟି ବିଭିନ୍ନ ସଙ୍ଘ ଦୋକାନ ଖୋଲିଲା ଭଳି ଧାରଣାରେ ବସିଛନ୍ତି ସେମାନେ  କେବଳ ନିଜ ସ୍ୱାର୍ଥ ପାଇଁ ଧାରଣା ରେ ବସିଛନ୍ତି,ଅଞ୍ଚଳ ବାସୀ ଓ ନିରୀହ ଲୋକଙ୍କ ଚିନ୍ତା କେହିମଧ୍ୟ କରୁନାହାନ୍ତି ଏପରିକି କଂସାରୀଗୁଡା ଠାରେ କମ୍ପାନୀ ହେବା କଥା ଚିନ୍ତା କରୁନାହାନ୍ତି,ବିଗତ ସାତ ବର୍ଷ ତଳେ ଏମାନେ କୁଆଡେ ଥିଲେ ବୋଲି ପ୍ରଶ୍ନ କରିଛନ୍ତି ସୁରକ୍ଷା ମଞ୍ଚ କର୍ମକର୍ତା।ବର୍ତ୍ତମାନ ପୟୋନିର ଘରୋଇ କମ୍ପାନୀ  ତିନି ଗୁଣ ଅଧିକା ଦର ରେ ଖଣି ନେବାକୁ ଆସିଛି, ଯଦି ସେହି କମ୍ପାନୀ ପଲିସଭା ଓ ଗ୍ରାମ ସଭା କରି ଅଧିକ ଦର ରେ ଖଣି ନେବାକୁ ଚାହେଁ ତାହେଲେ ତାଙ୍କୁ ସମସ୍ତେ ସ୍ୱାଗତ କରିବା କଥା, ଏପରିକି ବର୍ତ୍ତମାନ ଯେଉଁ କମ୍ପାନୀ କମ ଦରରେ ଖଣି ନେଉଛି ସେହି କମ୍ପାନୀ ମଧ୍ୟ ଅଧିକ ଦର ରେ ଖଣି ନେବାକୁ ବାଧ୍ୟ ହେବ, ଏଥିରେ ସରକାର ଲାଭବାନ ହେବେ, ତେଣୁ ଖଣି ଦେଲେ ଉଭୟ କମ୍ପାନୀ କୁ ଦିଆଯାଉ ବୋଲି ସୁରକ୍ଷା ମଞ୍ଚ ଦାବୀ କରିଛି।ଆଜିର ନିଶାର ବୈଠକ ରେ କୋଡୀଙ୍ଗା ମାଳି ସୁରକ୍ଷା ମଞ୍ଚ କୁ ଅନ୍ୟ ଚାରି ପାଞ୍ଚୋଟି ସଂଘଟନ ସହଯୋଗ ର ହାତ ବଢ଼ାଇ ଥିବା ସଭାପତି ଶ୍ରୀ ବାଗ ପ୍ରକାଶ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ