Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶିକ୍ଷାନୁଷ୍ଠାନରେ ବିଶ୍ବ ରେଡକ୍ରସ ଦିବସ ପାଳିତ

ବରପାଲି: ବରପାଲି ବ୍ଲକ ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କରେ ଯୁବ ରେଡକ୍ରସ ବିଭାଗ ପକ୍ଷରୁ ବିଶ୍ବ ରେଡକ୍ରସ ଦିବସ ପାଳିତ ହୋଇଯାଇଛି। କନବାର ହାଇସ୍କୁଲ ପରିସରରେ ଅନୁଷ୍ଠିତ ବିଶ୍ବ ରେଡକ୍ରସ ଦିବସକୁ ମୂଖ୍ୟଅତିଥି ଭାବେ ପରିଚାଳନା କମିଟି ସଭାପତି ଅମୂଲ୍ୟ ପଧାନଙ୍କ ଦ୍ବାରା କାର୍ଯ୍ୟକ୍ରମ ଉଦଘାଟିତ ହୋଇଥିଲା। ସହକାରୀ ଶିକ୍ଷକ ଦିଲ୍ଳିପ ମିଶ୍ରଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ରେଡକ୍ରସ ପରାମର୍ଶଦାତା ସେବା ବିନିମୟୀ ଯୁକ୍ତା ବାରିକ ସ୍ବାଗତ ଜଣାଇବା ସହ ସଭାକାର୍ଯ୍ୟକୁ ସଂଚାଳନ କରିଥିଲେ। ସମ୍ମାନିତ ଅତିଥି ଭାବରେ ସହକାରୀ ଶିକ୍ଷକ ପ୍ରଶାନ୍ତ ଭୋଇ,ନେପାଲ ସାହୁ, ପ୍ରତିଭା ସାହୁ,ଲିପ୍ସା ଭୋଇଙ୍କ ସମେତ କମିଟି ସଦସ୍ୟ ଗୁରୁଦେବ ସାହୁ,ଯାଦବ ପଧାନ,ଦେବୀ ନାଏକ ପ୍ରମୁଗ ଯୋଗ ଦେଇଥିଲେ। ଅତିଥି ମାନେ ରେଡକ୍ରସର ମୂଳ ଲକ୍ଷ୍ୟ,ରେଡକ୍ରସର ମହତ୍ବ,ସେବା କ୍ଷେତ୍ରରେ ଶିକ୍ଷାର୍ଥି ମାନଙ୍କ ଭୂମିକା ସମ୍ପର୍କିତ ବିଭିନ୍ନ ଉପାଦନ ଭରା ତତ୍ବକୁ ନେଇ ଆଲୋକପାତ କରିଥିଲେ। ସଭାକାର୍ଯ୍ୟ ପ୍ରାରମ୍ଭରୁ ଅତିଥି ମାନେ ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀ ମାନଙ୍କ ଗହଣରେ ଡ.ହେନେରୀଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧାସୂମନ ଅର୍ପଣ ମାଧ୍ୟମରେ ପ୍ରଦୀପ ପ୍ରଜଳ୍ବନ ଓ ପୁଷ୍ପମାଳ ଅର୍ପଣ କରିଥିଲେ। ପରିଶେଷରେ ସ୍ବେଚ୍ଛାସେବୀ ରାଖି ପଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରା ବାହାରି ଗ୍ରାମ ପରିକ୍ରମା ମାଧ୍ୟମରେ ସ୍ବାସ୍ଥ୍ୟରକ୍ଷା ସମ୍ପର୍କିତ ବାର୍ତ୍ତା ପ୍ରଦାନ କରିଥିଲେ। ପରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ସମ୍ମୁଖରେ ସ୍ବେଚ୍ଛାସେବୀ ରାଖି ପଧାନ,ପ୍ରତ୍ୟୁଷ ବିଶି,ପିକୁଲ ବିଶି, ଚିତ୍ରରେଖା ବେହେରା,ନୈତିକ ପଧାନଙ୍କ ଦ୍ବାରା ନାଟିକା ରକ୍ତଦାନ ମହତଦାନ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମଟି ହାଇସ୍କୁଲ ରେଡକ୍ରସ ପରାମର୍ଶଦାତା ସେବା ବିନିମୟୀ ଯୁକ୍ତା ବାରିକଙ୍କ ତତ୍ବାଧାନରେ ପରିଚାଳିତ ହୋଇଥିବା ବେଳେ ୧୦୦ଜଣ ଛାତ୍ରଛାତ୍ରି ଓ ୧୫ ଜଣ ସହକର୍ମୀ ତଥା ପରିଚାଳନା ସଦସ୍ୟ ମାନଙ୍କ ଉପସ୍ଥିତିରେ ଦିବସଟି ପାଳିତ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ