Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରେଙ୍ଗାଲପାଲି ଉ.ପ୍ରା.ବିଦ୍ୟାଳୟର ଖଡ଼ିଛୁଆଁ ପ୍ରବେଶ ଉତ୍ସବ ।

କଳାହାଣ୍ଡି:୦୩/୦୪:ରାଜ୍ୟ ସରକାରଙ୍କ କ୍ୟାଲେଣ୍ଡର ବର୍ଷର ପ୍ରଥମ ଦିନରେ ଓଡ଼ିଶାର ପ୍ରତ୍ୟେକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ହେଉଥିବା ବେଳେ ରେଙ୍ଗାଲପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ଏକ ଆକର୍ଷଣୀୟ ପରିବେଶରେ ବାଳବାଟିକା ଶ୍ରେଣୀରେ ପାଞ୍ଚ ବର୍ଷରୁ ଉର୍ଦ୍ଧ୍ବ ବୟସର ଛାତ୍ର ଛାତ୍ରୀଙ୍କୁ ପ୍ରବେଶ କରାଯାଇଥିଲା ଓ ଛଅ ବର୍ଷ ର ଛାତ୍ର ଛାତ୍ରୀଙ୍କୁ ପ୍ରଥମ ଶ୍ରେଣୀରେ ନାମ ଲେଖାଯାଇଥିଲା। ଫୁଲ, ଚନ୍ଦନ ସହ ବିଦ୍ୟାଳୟର ସମସ୍ତ ଶିକ୍ଷକ ନୂତନ ଛାତ୍ର ଛାତ୍ରୀ ଙ୍କୁ ଭବ୍ୟ ସ୍ଵାଗତ କରିବା ସହ ଏଫ୍ ଏଲ ଏନ୍ ଶ୍ରେଣୀ ପ୍ରକୋଷ୍ଟ ରେ ଗଣେଶ, ସରସ୍ଵତୀ ତଥା ଜଗନ୍ନାଥ ମହାପ୍ରଭୁଙ୍କ ଥରେ ଭକ୍ତି ଅର୍ଘ୍ୟ ପୂର୍ବକ ଦୁବଘାସ, ଚନ୍ଦନ,ବରକୋଳି ସହ ଖଡିଛୁଆଁ ପର୍ବ ଶୁଭାରମ୍ଭ କରିଥିଲେ। ପ୍ରଧାନ ଶିକ୍ଷକ ଲଳିତ କୁମାର ନାଏକ ଙ୍କ ପ୍ରତକ୍ଷ୍ୟ ତତ୍ତ୍ଵାବଧାନରେ ସହ ଶିକ୍ଷକ ସୁଜିତ୍ ସାହୁ, କୋଟେଶ୍ଵର୍ ରାଓ, ଶଶି ଭୂଷଣ ଦଳପତି, ଦେବାଶିଷ ମହାପାତ୍ର, ଉପମା ବାଗ, ଧରିତ୍ରୀ ଦାସ, ରୁଚିରା ନାଏକ, ଦିବ୍ୟସିନି ଦୁର୍ଗା, ନିବେଦିତା ବାଣୁଆ ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରି ସହଯୋଗ କରିଥିଲେ। ସମସ୍ତ ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟ ସଭ୍ୟା ସହ ଅଭିଭାବକ ଉପସ୍ଥିତ ଥାଇ ଉତ୍ସାହିତ କରିଥିଲେ।ପ୍ରଥମ ଦିନରେ ୧୨ ଜଣ ବାଲ ବାଟିକା ଓ ପ୍ରଥମ ଶ୍ରେଣୀରେ ୮ ଜଣ ସମୁଦାୟ୨୦ ଜଣ ଶିକ୍ଷା ବର୍ଷ ୨୦୨୫-୨୬ ପାଇଁ ନାଁ ଲେଖାଇଥିବା ଜଣାପଡିଛି।