Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟ୍ରମ୍ପଙ୍କ ଟାରିଫ ପରେ ଦୋହଲିବାରେ ଲାଗିଛି ବିଶ୍ବ ଅର୍ଥନୀତି, ଭାରତ ଉପରେ ବି ପ୍ରଭାବ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ନିୟମ ଲାଗୁ ହେବା ପରେ ସାରା ବିଶ୍ୱର ଅର୍ଥନୀତି ଦୋହଲିବାରେ ଲାଗିଛି । ଏହାର ସିଧାସଳଖ ପ୍ରଭାବ ଭାରତୀୟ ବଜାର ସମେତ ଅନ୍ୟ ଦେଶ ଉପରେ ପଡିଛି । ଭାରତ ଉପରେ ଟ୍ରମ୍ପଙ୍କ ୨୬ ପ୍ରତିଶତ ଟାରିଫ ଲଗାଇଛନ୍ତି । ଏହାର ପ୍ରଭାବରେ ଭାରତୀୟ ସେନସେକ୍ସ ୫୦୦ ପଏଣ୍ଟ ତଳକୁ ଖସିଥିବା ବେଳେ ନିଫ୍ଟି ମଧ୍ୟ ହ୍ରାସ ପାଇଛି ।

କେବଳ ଭାରତ ନୁହେଁ ଟ୍ରମ୍ପ୍ ବିଶ୍ୱର ୧୮୦ରୁ ଅଧିକ ଦେଶ ଉପରେ ଟାରିଫ୍ ଲଗାଇଛନ୍ତି । ଏହାର ପ୍ରଭାବ ଆଇଟି କମ୍ପାନୀଙ୍କ ସେୟାର ଉପରେ ପଡିଛି । ମାର୍କେଟ ଖୋଲିବା ମାତ୍ରେ ଟିସିଏସ୍, ଟେକ୍ ମହିନ୍ଦ୍ରା ଓ ଏଚସିଏଲ ଭଳି କମ୍ପାନୀର ସେୟାର ମୂଲ୍ୟ ୨୫ ପ୍ରତିଶତ ହ୍ରାସ ପାଇଛି । ସେହିଭଳି ଜାପାନର ନିକ୍କୋଇରେ ମଧ୍ୟ ୨.୫ ପ୍ରତିଶତ ଅର୍ଥାତ ୨୨୫ ପଏଣ୍ଟ ହ୍ରାସ ପାଇଛି । 

ବୁଧବାର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘୋଷଣା ମୁତାବକ ଆମେରିକା ବିଶ୍ୱର ୧୮୦ରୁ ଅଧିକ ଦେଶ ଉପରେ ଟାରିଫ୍ ଲଗାଇଛି । ଏହି କ୍ରମରେ ଚୀନ ଉପରେ ୩୪ ପ୍ରତିଶତ, ୟୁରୋପୀୟ ୟୁନିୟନ ଉପରେ ୨୦ ପ୍ରତିଶତ, ଦକ୍ଷିଣ କୋରିଆ ଉପରେ ୨୫ ପ୍ରତିଶତ, ଭାରତ ଉପରେ ୨୬ ପ୍ରତିଶତ, ଭିଏତନାମ ଉପରେ ୪୬ ପ୍ରତିଶତ, ତାଇୱାନ ଉପରେ ୩୨ ପ୍ରତିଶତ, ଜାପାନ ଉପରେ ୨୪ ପ୍ରତିଶତ, ଥାଇଲାଣ୍ଡ ଉପରେ ୩୬ ପ୍ରତିଶତ, ସ୍ୱିଜରଲାଣ୍ଡ ଉପରେ ୩୧ ପ୍ରତିଶତ, ଇଣ୍ଡୋନେସିଆ ଉପରେ ୩୨ ପ୍ରତିଶତ, ମାଲେସିଆ ଉପରେ ୨୪ ପ୍ରତିଶତ, କମ୍ବୋଡିଆ ଉପରେ ୪୯ ପ୍ରତିଶତ ସର୍ବାଧିକ ଟାରିଫ ଲଗାଇଛନ୍ତି ଆମେରିକା ରାଷ୍ଟ୍ରପତି । 

ଟ୍ରେଡ ଟାରିଫ୍ ନେଇ ଭାରତ ଓ ଆମେରିକା ମଧ୍ୟରେ ଶୀତଳଯୁଦ୍ଧ ଆରମ୍ଭ ହୋଇଛି । ଏସବୁ ଭିତରେ ଟ୍ରମ୍ପ ଭାରତକୁ ନେଇ ବୟାନ ଦେଇଛନ୍ତି । ସେ କହିଛନ୍ତି, ଭାରତ ସରକାର ଆମେରିକା ସହ ବାଣିଜ୍ୟକୁ ନେଇ କଡା ଆଭିମୁଖ୍ୟ ଗ୍ରହଣ କରିଛି । ପ୍ରଧାନମନ୍ତ୍ରୀ ମୋର ବନ୍ଧୁ ହୋଇପାରନ୍ତି । ହେଲେ ସେ ବାଣିଜ୍ୟ ବ୍ୟବସାୟରେ ଆମେରିକା ସହ ଭଲ ବ୍ୟବହାର କରୁନାହାଁନ୍ତି । ଭାରତ ଆମ ଉପରେ ୫୨ ପ୍ରତିଶତ ଟ୍ୟାକ୍ସ ଲଗାଉଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ