Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡ଼ିଆ ପକ୍ଷ ପାଳନ ଅବସରର ପାରମ୍ପରିକ ପୋଷାକ ପରିଧାନ ଅଭିଯାନପାରଳାଖେମୁଣ୍ଡି:୩/୪(ଗରୁଡ଼ ଧ୍ଵଜ ଚୌଧୁରୀ)ରାଜ୍ୟ ବ୍ୟାପୀ ଓଡ଼ିଆ ପକ୍ଷ ପାଳିତ ଅବସରରେ ଗଜପତି ଜିଲ୍ଲାସ୍ତରୀୟ ଆମ ପୋଷାକ ଆମ ପରିଚୟ କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ଶଙ୍କର କେରକେଟା, ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀ ଅନୁପ ପଣ୍ଡା,ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ପୃଥ୍ୱୀରାଜ ମଣ୍ଡଳ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ପାରମ୍ପରିକ ହସ୍ତତନ୍ତ୍ର ପୋଷାକ ପରିଧାନ କରିଛନ୍ତି। ଓଡିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଧେଶ କ୍ରମେ ଓଡ଼ିଶା ଦିବସ ୧ ଅପ୍ରେଲ ଠାରୁ ମହାବିଷୁବ ସଂକ୍ରାନ୍ତି ୧୪ ଅପ୍ରେଲ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ କରାଯିବ। ଏହି ଅବସରରେ ପ୍ରତ୍ୟେକ ଦିନ ବିଭିନ୍ନ ବିଭାଗ ଦ୍ଵାରା କାର୍ଯ୍ୟକ୍ରମ ଗୁଡ଼ିକ ସ୍ଥିର କରାଯାଇଛି। ଆମ ବସ୍ତ୍ର ହେଉଛି ଆମ ସ୍ୱାଭିମାନ ଓ ଆମ ପରିଚୟ। ଓଡ଼ିଶା ହସ୍ତତନ୍ତ୍ରର ସମଗ୍ର ବିଶ୍ୱରେ ପ୍ରସିଦ୍ଧ ରହିଛି। ଏଣୁ ଓଡ଼ିଆ ପକ୍ଷ ପାଳନ ଅବସରରେ ଆସନ୍ତୁ, ଆମେ ସମସ୍ତେ ହସ୍ତତନ୍ତ୍ର ପୋଷାକ ପିନ୍ଧିବାକୁ ଅଭ୍ୟାସରେ ପରିଣତ କରିବା। କେବଳ ଆଜି ନୁହେଁ, ସବୁ ଦିନ ପିନ୍ଧିବା ଏବଂ ଆମ ବୁଣାକାର ଓ ଗ୍ରାମ୍ୟ ଅର୍ଥନୀତିକୁ ସଶକ୍ତ କରିବା ସହ ସମୃଦ୍ଧ ଓଡ଼ିଶା ଗଠନରେ ଅଂଶୀଦାର ହେବା।

ପାରଳାଖେମୁଣ୍ଡି:୩/୪(ଗରୁଡ଼ ଧ୍ଵଜ ଚୌଧୁରୀ)ରାଜ୍ୟ ବ୍ୟାପୀ ଓଡ଼ିଆ ପକ୍ଷ ପାଳିତ ଅବସରରେ ଗଜପତି ଜିଲ୍ଲାସ୍ତରୀୟ ଆମ ପୋଷାକ ଆମ ପରିଚୟ କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ଶଙ୍କର କେରକେଟା, ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀ ଅନୁପ ପଣ୍ଡା,ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ପୃଥ୍ୱୀରାଜ ମଣ୍ଡଳ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ପାରମ୍ପରିକ ହସ୍ତତନ୍ତ୍ର ପୋଷାକ ପରିଧାନ କରିଛନ୍ତି।
ଓଡିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଧେଶ କ୍ରମେ ଓଡ଼ିଶା ଦିବସ ୧ ଅପ୍ରେଲ ଠାରୁ ମହାବିଷୁବ ସଂକ୍ରାନ୍ତି ୧୪ ଅପ୍ରେଲ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ କରାଯିବ। ଏହି ଅବସରରେ ପ୍ରତ୍ୟେକ ଦିନ ବିଭିନ୍ନ ବିଭାଗ ଦ୍ଵାରା କାର୍ଯ୍ୟକ୍ରମ ଗୁଡ଼ିକ ସ୍ଥିର କରାଯାଇଛି। ଆମ ବସ୍ତ୍ର ହେଉଛି ଆମ ସ୍ୱାଭିମାନ ଓ ଆମ ପରିଚୟ। ଓଡ଼ିଶା ହସ୍ତତନ୍ତ୍ରର ସମଗ୍ର ବିଶ୍ୱରେ ପ୍ରସିଦ୍ଧ ରହିଛି। ଏଣୁ ଓଡ଼ିଆ ପକ୍ଷ ପାଳନ ଅବସରରେ ଆସନ୍ତୁ, ଆମେ ସମସ୍ତେ ହସ୍ତତନ୍ତ୍ର ପୋଷାକ ପିନ୍ଧିବାକୁ ଅଭ୍ୟାସରେ ପରିଣତ କରିବା। କେବଳ ଆଜି ନୁହେଁ, ସବୁ ଦିନ ପିନ୍ଧିବା ଏବଂ ଆମ ବୁଣାକାର ଓ ଗ୍ରାମ୍ୟ ଅର୍ଥନୀତିକୁ ସଶକ୍ତ କରିବା ସହ ସମୃଦ୍ଧ ଓଡ଼ିଶା ଗଠନରେ ଅଂଶୀଦାର ହେବା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories

ମୋହନା ବ୍ଲକ ଅନ୍ତର୍ଗତ ତାରମାଳ ଗ୍ରାମରେ ଗୁହାଳରେ ବଳଦବାନ୍ଧୁଥିବା ବେଳେ ବଜ୍ରାଘାତ, ବୃଦ୍ଧ ଓ ବଳଦ ମୃତ ପାରଳାଖେମୁଣ୍ଡି:୨୧/୯(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ତରାମାଳ ଗ୍ରାମରେ ଶୁକ୍ରବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା ଘଟିଛି। ପ୍ରବଳ ବର୍ଷା ସହ ବଜ୍ରପାତ ଯୋଗୁଁ ଜଣେ ୭୦ ବର୍ଷୀୟ ବୃଦ୍ଧ ଓ ତାଙ୍କ ବଳଦର ମୃତ୍ୟୁ ଘଟିଛି। ମୃତ ବୃଦ୍ଧ ହେଲେ ତରାମାଳ ଗ୍ରାମର ଜାବି ମଳିକ। ସୂଚନା ଅନୁଯାୟୀ, ଅପରାହ୍ନରେ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଘନ ଘନ ବଜ୍ରପାତ ହେଉଥିଲା। ପ୍ରତିଦିନ ଭଳି ଜାବି ମଳିକ ଗୋରୁ ଚରାଇ ଘରକୁ ଫେରିଥିଲେ। ବର୍ଷା ବଢ଼ିବାରୁ ସେ ନିଜ ବଳଦକୁ ଗୁହାଳରେ ବାନ୍ଧୁଥିବା ବେଳେ ହଠାତ୍ ଏକ ପ୍ରଚଣ୍ଡ ବଜ୍ରପାତ ହୋଇଥିଲା। ବଜ୍ରାଘାତରେ ବୃଦ୍ଧ ଓ ବଳଦ ଗୁରୁତର ଭାବେ ପ୍ରଭାବିତ ହୋଇ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ।ପ୍ରଚଣ୍ଡ ଶବ୍ଦ ଶୁଣି ପରିବାର ଲୋକ ଓ ଗ୍ରାମବାସୀ ଦୌଡ଼ି ଆସିଥିଲେ। ସେମାନେ ବୃଦ୍ଧ ଓ ବଳଦକୁ ନିଷ୍ପ୍ରାଣ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ଘଟଣା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।ଖବର ପାଇ ସ୍ଥାନୀୟ ଲୋକେ ପ୍ରଶାସନକୁ ସୂଚନା ଦେଇଥିବା ବେଳେ ବାର୍ତ୍ତା ଲେଖାହେବା ସୁଦ୍ଧା କୌଣସି ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନଥିବା ଜଣାପଡ଼ିଛି। ମୃତକଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।