Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଘାଟିରେ ଓଲଟିଲା ଗ୍ରାଫାଇଟ ବୋଝଇ ଟ୍ରକ, ବର୍ତ୍ତୀ ଗଲେ ଡ୍ରାଇଭର,ଅଟୋ ଓଲଟି ୨ଆହତ..

ଲକ୍ଷ୍ମୀପୁର ୦୩/୦୪….
ଲକ୍ଷ୍ମୀପୁର ବ୍ଲକ ମୀନାପାଇ ଘାଟି ତଳେ ଜିଜେ ୨୭ ଭି -୫୭୭୦ ନମ୍ବର ଥିବା ଏକ ଗ୍ରାଫାଇଟ ବୋଝେଇ ଟ୍ରକ ଓଲଟି ପଡ଼ିଥିବା ବେଳେ ଡ୍ରାଇଭର ଅଳ୍ପକେ ବର୍ତ୍ତୀ ଯାଇଛନ୍ତି ।ଟ୍ରକ ଟି ଲକ୍ଷ୍ମୀପୁର ପ୍ରଧାନ ଇଣ୍ଡଷ୍ଟ୍ରି ରୁ ଗ୍ରାଫଇଟ ନେଇ ସମ୍ବଲପୁର ଅଭିମ୍ମୁଖେ ଯାଉଥିଲା। ମୀନାପାଇ ଘାଟି ଓହ୍ଲାଉଥିବା ବେଳେ ଟ୍ରକ ବ୍ରେକ ଫେଲ ହୋଇଯିବାରୁ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଓଲଟି ପଡି ଥିଲା। ଗାଡ଼ିରେ ୨୫ ଟନ ମାଲ ଥିବା ଇଣ୍ଡଷ୍ଟ୍ରି ତରଫରୁ ସୂଚନା ମିଳିଛି। ଭାଗ୍ୟ ବଶତଃ ସମସ୍ତ ଗ୍ରାଫାଇଟ ବସ୍ତା ଗୁଡିକ ରାସ୍ତାରେ ନପଡ଼ି ରାସ୍ତା କଡରେ ପଡିଥିଲା।ନଚେତ ଉକ୍ତ ରା଼ସ୍ତାରେ ଚଳ ପ୍ରଚଳ କରିବାରେ ଘୋର ଅସୁବିଧା ହୋଇ ଥାନ୍ତାବୋଲି ସାଧାରଣରେ ମତ ପ୍ରକାଶ ପାଇଛି।ଖବର ଲେଖା ହେବା ସୁଧା ଲକ୍ଷ୍ମୀପୁର ଥାନା ରେ କୌଣସି ମାମଲା ରୁଜୁ ହୋଇ ନଥିବା ଜଣା ପଡିଛି। ଆଗରୁ ମଧ୍ୟ ଏମିତି ଅନେକ ଥର ସେହି ଗୋଟାଏ ସ୍ଥାନରେ କାଠ ବୋଝେଇ ଟ୍ରକ ଠାରୁ ଆରମ୍ଭ କରି ଅନେକ ଗାଡି ଦୁର୍ଘଟଣା ହେଉଥିବା ବେଳେ ଜାତୀୟ ରାଜପଥ ତରଫରୁ ସେମିତି କିଛି ସତର୍କ ସୂଚନା, ଫ୍ରଣ୍ଟ ମିରର ଭଳି ଅତ୍ୟାଧୁନିକ ବ୍ୟବସ୍ଥା କରାଯାଉନାହିଁ ।ସେହିପରି ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ପାଖରେ ଏକ ଅଟୋ ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ବେଳେ ପାଲୁର ଗ୍ରାମର ଅଟୋ ଚାଳକ ତୁଫାନ ଖରା ସମେତ ସାଗର ଗରଡ଼ା ଓ ବୁର୍ଜା ଗ୍ରାମର ଵୃଦ୍ଧା କୁନି ଖରା ଆହତ ହୋଇଥିଲେ। ସେମାନଙ୍କୁ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିବା ବେଳେ ସାଗର ଗରଡାଙ୍କ ଅବସ୍ଥା ଗୁରୁତର ଥିବାରୁ ପରିବାର ଲୋକେ ଅଧିକ ଚିକିତ୍ସା ପାଇଁ ଅନ୍ୟତ୍ର ନେଇ ଥିଲେ।ଦିନକୁ ଦିନ ଲକ୍ଷ୍ମୀପୁର ବ୍ଲକ ସଦରରେ ଦୁର୍ଘଟଣା ବୃଦ୍ଧି ପାଉଥିବା ବେଳେ ଦ୍ରୁତ ଗତି ପାଇଁ ଦୁର୍ଘଟଣା ଘଟୁଥିବା ଥିବା ସବୁ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ତେଣୁ ପୋଲିସ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ ସବୁ ମହଲରେ ଦାବି ହୋଇଛି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ