Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୂର୍ବ ଶତ୍ରୁତା କୁ ନେଇଁ ଦୁଇଜଣ ଙ୍କୁ ଛୁରା ମାଡ଼,ଦୁଇ ଆହତ…

ଲକ୍ଷ୍ମୀପୁର ୦୩/୦୪ …କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ର କୁଟୁଣୀପଦର ଗାଁ ରେ ପୂର୍ବ ଶତ୍ରୁତା କୁ ନେଇଁ ଦୁଇଜଣ ଙ୍କୁ ଛୁରା ମାଡ଼ ହୋଇଛି।ଗତ କିଛି ଦିନ ତଳେ ଦୁଇ ଗୋଷ୍ଠୀ ର ମହିଳା ମାନେ ଗଣ୍ଡଗୋଳ ହୋଇଥିଲେ, ଏଥିରେ ରାଗ ରଖି ଗୋଟିଏ ଗୋଷ୍ଠୀ ର ଲୋକେ ବାହାର ଗାଁ ର ଗୁଣ୍ଡା ଶ୍ରେଣୀ ର ଯୁବକ ମାନଙ୍କୁ ଆଣି ଗଣ୍ଡଗୋଳ କରାଇଛନ୍ତି, ଏପରିକି ଯୁବକ ମାନଙ୍କ ଦ୍ୱାରା ଛୁରୀ ଭୁସି ମାଡ଼ ମରାଇଥିବା ରୁ ଦୁଇ ଜଣ ଆହତ ହୋଇଛନ୍ତି।ଛୁରା ମାଡ଼ରେ କୃପା କୁଲଦୀପିଆ ଓ ଶୁଦ୍ର କୁଲଦୀପିଆ ନାମକ ଦୁଇ ଜଣ ଆହତ ହୋଇ ଲକ୍ଷ୍ମୀପୁର ଡାକ୍ତରଖାନା ରେ ଚିକିଶ୍ଚିତ ହୋଇଛନ୍ତି ।ଲକ୍ଷ୍ମୀପୁର ଥାନାରେ ଆହତ ମାନଙ୍କ ତରଫରୁ ଅଭିଯୋଗ କରାଯିବା ପରେ ପୋଲିସ ତଦନ୍ତ ଜାରି ରଖିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ