Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଗଲପୁରରେ ସତ୍ୟସାଇ ପାଦୁକା ପରିକ୍ରମା ରଥ

ବରପାଲି: ବରପାଲି ବ୍ଲକ ଆଗଲପୁର ସତ୍ୟସାଇ ସମିତି ଦ୍ବାରା ପରିକ୍ରମାରେ ବାହାରିଥିବା ଭଗବାନ ଶ୍ରୀ ସତ୍ୟସାଇ ଦିବ୍ୟ ପାଦୁକା ପୂଜା ରଥକୁ ଭକ୍ତ ମାନଙ୍କ ପକ୍ଷରୁ ଭବ୍ୟ ସ୍ବାଗତ ସମ୍ବର୍ଧନା ଦିଆଯାଇଛି। ଓଡିଶା ପରିଭ୍ରମଣ ରଥକୁ ଗତ ୮ ତାରିଖ ପଦ୍ମପୁର ସତ୍ୟସାଇ ସମିତି ବିଦାୟୀ ସମ୍ବର୍ଧନା ଜଣାଇବା ସହିତ ଆଗଲପୁର ସତ୍ୟସାଇ ସମିତି କୁ ହସ୍ତାନ୍ତର କରାଯାଇଥିଲା। ଆଗଲପୁର ସେବାସମିତି ଆବାହକ ଉମାକାନ୍ତ ସାହୁ ସ୍ବାଗତ ପତ୍ର ପଠନ କଲାପରେ ରଥ ଆଗଲପୁର ଅଭିମୂଖେ ଅଗ୍ରସର ହୋଇଥିଲା। ଅନୁଷ୍ଠାନର ବରିଷ୍ଠ ତତ୍ବାଧାରକ ମଉସା ଶରତ ଚନ୍ଦ୍ର ମହାନ୍ତିଙ୍କ ତତ୍ବାଧାନରେ ଏକ ସତସଙ୍ଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ମୂଖ୍ୟ ଅତିଥି ଭାବରେ ପାରାଦୀପ ସେବା ସମିତି ମୂଖ୍ୟ ବିପିନ ବିହାରୀ ପାଣିଗ୍ରାହୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରୁ ବାବାଙ୍କ ପାଦୁକା ପୂଜାର୍ଚ୍ଚନା ସହ ଆରତୀ ପ୍ରଦାନ ପରେ ସତସଙ୍ଗ କରାଯାଇଥିଲା।ଏହି ଅବସରରେ ଆଗଲପୁର ସାଇ ସତସଙ୍ଗ ସମିତିଙ୍କ ସମେତ ଅଚଂଳର ବିଭିନ୍ନ ଭଜନ ମଣ୍ଡଳୀ ବାବାଙ୍କର ଅହେତୁକ ଦିବ୍ୟ ପାଦୁକା ଯାତ୍ରାରେ ସାମିଲ ହୋଇଛନ୍ତି। ବର୍ତ୍ତମାନ ପାଦୁକା ଯାତ୍ରା ଅଚଂଳର ବିଭିନ୍ନ ଗ୍ରାମ ପରିକ୍ରମା କରୁଥିବା ବେଳେ ପ୍ରତିଦିନ ସଂନ୍ଧ୍ୟା ସମୟରେ ଆଗଲପୁର ସଂସ୍ଥା ପରିସରକୁ ରଥ ପ୍ରତ୍ୟାବର୍ତ୍ତନ କଲା ପରେ ପୂଜାର୍ଚ୍ଚନା ସହ ସତସଙ୍ଗ ଭଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। ଆସନ୍ତା ଗୁରୁବାର ଆଗଲପୁର ସେବା ସମିତି ପରିସରରେ ପାଦୁକା ପରିଭ୍ରମଣ ଯାତ୍ରା ପର୍ବର ପରିସମାପ୍ତି ହେବା ସହ ଅନୁଷ୍ଠାନ ପକ୍ଷରୁ ମେଲାଣି ସମ୍ବର୍ଧନା ଜଣାଇବା ସହ ରେମତା ସେବାସମିତିକୁ ହସ୍ତାନ୍ତର କରିବେ ବୋଲି ସଂସ୍ଥା ପକ୍ଷରୁ ଜଣାପଡିଥିଲା। ଆଗଲପୁର ଅଚଂଳ ପାଦୁକା ପରିକ୍ରମା ସମୟରେ ବିଭିନ୍ନ ଗ୍ରାମରେ ସାଇ ପ୍ରେମୀ,ଯୁବାଗୋଷ୍ଠି, ମହିଳା,ଯୁବତୀ, ତଥା ଧାର୍ମିକ ଅନୁଷ୍ଠାନ ପକ୍ଷରୁ ପୂଜାର୍ଚ୍ଚନା ସହ ଭବ୍ୟ ସ୍ବାଗତ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ କ୍ଷୀରୋଦ୍ର ମହଲ, କରୁଣା ବେହେରା, ଘନଶ୍ୟାମ ବେହେରା, ଭାଗ୍ୟବ ନାୟକ, ଜୟନ ସାହୁ, ମନବୋଧ ଭୋଇ, ବିଷ୍ଣୁନାଥ ବେହେରା ପ୍ରମୁଖଙ୍କ ସମେତ ସଂସ୍ଥାର ସାଇଭକ୍ତ ମଣ୍ତଳୀ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ