Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁଇ ବର୍ଷ ପୁର୍ବରୁ ଅବଧି ସରିଲାଣି,ସରୁନି ମେଗା ପାନୀୟ ଜଳ ପ୍ରକଳ୍ପ : ଲୋକ ସେବାରେ ଲାଗିବ କେବେ ?

ବାଲିଗୁଡା,ତା, ୦୫/୦୪-; (ସଞ୍ଜୟ କୁମାର ପାଣିଗ୍ରାହୀ): ପାନୀୟ ଜଳ ଯୋଗାଣ ନିମନ୍ତେ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଖରାଦିନରେ ପଇବା ପାଣି ସମସ୍ୟା ଜଟିଳ ହେବାକୁ ଲାଗିଲାଣି । ଖରା ବଢି ଚାଲିଥିବା ବେଳେ ପାଣି ମୁନ୍ଦାଏଁ ପାଇଁ ଡହକ ବିକଳ ହେଉଛନ୍ତି ଗାଁ ଲୋକେ ଓ ଚୁଆଁ ଏବଂ ନାଳ ଉପରେ ଭରସା କରୁଛନ୍ତି ଗ୍ରାମାଂଚଳବାସୀ । ଖରା ହୋଇଗଲେ ଚୁଆଁ ଶୁଖିଯାଉଛି ,ଲୋକେ ମୁନ୍ଦାଏ ପାଣି ପାଇଁ ଚାଲିବାକୁ ପଡୁଛି ମାଇଲ ମାଇଲ ବାଟ । ଏପରି ସ୍ଥିତିରେ ବାଲିଗୁଡା ବ୍ଲକରେ ୧୪ ଟି ପଞ୍ଚାୟତର ୨୪୪ ଟି ଗ୍ରାମ ରହିଛି କିନ୍ତୁ ଅଦ୍ୟାବଧି ଏହି ୨୪୪ ଗ୍ରାମରୁ ମାତ୍ର ୩୬ ଗୋଟି ଗ୍ରାମକୁ ପାନୀୟ ଜଳ ଯୋଗାଣ ହୋଇପାରିଛି । ଏହାକୁ ଦୃଷ୍ଟିଦେଇ ତତ୍କାଳୀନ ନବୀନ ସରକାର ବାଲିଗୁଡା ବ୍ଲକ ନିମନ୍ତେ ୧୦୨ କୋଟି ଟଙ୍କାର ମେଗା ପାନୀୟଜଳ ପ୍ରକଳ୍ପ ପାଇଁ ଘୋଷଣା କରିଥିଲେ । ଏହି ମେଗା ପାନୀୟ ଜଳ ପ୍ରକଳ୍ପଟି ୧ମାର୍ଚ୍ଚ୨୦୨୧ ମସିହାରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିଲା ଓ ଏହି କାର୍ଯ୍ୟକୁ୧ମାର୍ଚ୍ଚ ୨୦୨୩ ଦୁଇବର୍ଷ ମଧ୍ୟରେ ସାରିବାକୁ ଧାର୍ଯ୍ୟ କରାଯାଇଥିଲା । ଧାର୍ଯ୍ୟର ଦୁଇବର୍ଷ ପୁରି ଆହୁରି ଏକ ବର୍ଷ ବିତିଯାଇଥିଲେ ସୁଧା ବର୍ତମାନ ପର୍ଯ୍ୟନ୍ତ ଏହି ମେଗା ପ୍ରକଳ୍ପର କାର୍ଯ୍ୟ ସରିନାହିଁ । ପ୍ରାୟ ୬୦ରୁ୭୦ ଶତକଡା କାମ ସରିଛି ବୋଲି ଆଲୋଚନା ହେଉଛି । ଏହି ପାନୀୟ ଜଳ ପ୍ରକଳ୍ପ ହେଲେ ବାଲିଗୁଡା ବ୍ଲକର ୧୪ ପଞ୍ଚାୟତ ରୁ ୧୯୮ଟି ଗାଁ ଓ ବାଲିଗୁଡା ସହରର କିଛି ଅଂଶକୁ ପାନୀୟ ଜଳ ଯୋଗାଣ ହୋଇପାରିବ । କିନ୍ତୁ ଏହି କାର୍ଯ୍ୟ କେବେ ସରିବ ଲୋକଙ୍କ ସେବାରେ କେବେ ଆସିବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।ସୁଚନା ଯୋଗ୍ୟ ଯେ, ୧୪ ପଞ୍ଚାୟତରେ ୨୪୪ ଗ୍ରାମ ଅଛି ମାତ୍ର ୩୬ ଗୋଟି ଗ୍ରାମକୁ ଜଳ ଯୋଗଣ ହେଉଛି ।୧୪ ପଞ୍ଚାୟତରେ ୨୦ଟି ପାଣିଟାଙ୍କି ରହିଛି ,ସୌର ପ୍ରକଳ୍ପ ୬୪ଟି ରହିଛି ଏବଂ ସମସ୍ତ ପଞ୍ଚାୟତରେ ୧୬୪୭ ଟି ନଳକୁପ ରହିଛି । ବର୍ତମାନ ସୁଦ୍ଧା ୨୦୮ଟି ଗ୍ରାମକୁ ଜଳ ଯୋଗାଣ ହୋଇପାରିନି । ଯେଉଁ ଗ୍ରାମ ଗୁଡିକୁ ଜଳ ଯୋଗାଣ ହୋଇପାରିନି ଓ ଅଧିକାଂଶ ଗ୍ରାମରେ ନଳକୁପ ଥିଲେ ବି ଅଚଳ ହୋଇ ପଡିରହିଛି ସେହି ଗ୍ରାମବାସୀ ମାନେ ପାଣି ପାଇଁ ନଦୀ,ନାଳ ଓ ଚୁଆଁ ଉପରେ ଭରସା କରିଥାନ୍ତି,l ଏହି ପ୍ରକଳ୍ପ ଶୀଘ୍ର ସାରିବା ସହ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ସାଧାରଣରେ ଦାବୀ ହେଉଛି । ଏ ସମ୍ପର୍କରେ ବିଭାଗୀୟ ଆରଡବ୍ଲୁଏସଏସ ନିର୍ବାହୀ ଯନ୍ତ୍ରୀ ଅଜିତ କୁମାର ବେହେରା ଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଏହି ମେଗା ପାନୀୟଜଳ ପ୍ରକଳ୍ପ କାର୍ଯ୍ୟ ସରିବାକୁ ଆସିଲାଣି ଓ ଅତିଶୀଘ୍ର ଏହି ମେଗା ଜଳପ୍ରକଳ୍ପରୁ ଲୋକଙ୍କୁ ପାଣି ଯୋଗଇ ଦିଆଯିବ ବୋଲି ପ୍ରକାଶ କରିଛନ୍ତି ।