Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡ ପକ୍ଷରୁ ସମ୍ପ୍ରଦା ପରେ ଦୁଲଦୁଲି ପ୍ରତିଯୋଗିତା

ସମ୍ବଲପୁର: ସମ୍ବଲପୁର ମା ସମଲେଶ୍ବରୀ ମନ୍ଦିର ପ୍ରାଙ୍ଗଣ ରେ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ତରଫରୁ ଆୟୋଜିତ ଦୁଲ ଦୂଲି ବାଜା ପ୍ରତିଯୋଗିତା ଆଜି ଅନୁଷ୍ଠିତ ହୋଇଯାଇଛି। ପଶ୍ଚିମ ଓଡ଼ିଶାର ଲୋକ କଳା କୁ ପ୍ରୋତ୍ସାହନ ଦେବାପାଇଁ ଆୟୋଜିତ ଏହି ପ୍ରତିଯୋଗିତା ରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳର ନଅଟି ଦଳ ସାମିଲ ହୋଇଥିଲେ।ଏହି ପ୍ରତିଯୋଗିତାରେ ଖଳିଆବନ୍ଧର ଡାକ୍ତର ବାରିକଙ୍କ ଦଳ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ବଲାଙ୍ଗୀରର ପିତାମ୍ବର ଦୀପଙ୍କ ଦଳ ଦ୍ୱିତୀୟ ଓ ବଡବଜାର ସମ୍ବଲପୁରର ବିଦ୍ୟାଧର କଣ୍ଟାଙ୍କ ଦଳ ତୃତୀୟ ସ୍ଥାନ ହାସଲ କରି ଥିଲେ। ଏହି ପ୍ରତିଯୋଗିତା ପାଇଁ ଶ୍ରୀ ଶଙ୍କର ପ୍ରଧାନ,ଶ୍ରୀ ରଞ୍ଜନ ସାହୁ, ଶ୍ରୀ କୃଷ୍ଣ ଚନ୍ଦ୍ର ବାଗ ଓ ଡ଼: ମୋହିତ ସ୍ୱାଇଁ ବିଚାରକ ଭାବରେ ସାମିଲ ହୋଇଥିଲେ।
ମା ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ର ସଭାପତି ସଞ୍ଜୟ ବାବୁଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ଉତ୍ସବରେ ପ୍ରଫୁଲ୍ଲ ହୋତା ଓ ଡ଼: ଶ୍ୟାମ ସୁନ୍ଦର ଧର ସଂଯୋଜନା କରିଥି ଟ୍ରଷ୍ଟ ବୋର୍ଡ ର ସଦସ୍ୟ ଶ୍ରୀ ହେମନ୍ତ ଚନ୍ଦ୍ର ମିଶ୍ର, ଶ୍ରୀ ଦେବ କୁମାର ଅଜମେରିଆ ,ଶ୍ରୀ ସନ୍ତୋଷ ପୃଷେଠ, ଶ୍ରୀ ଅନିନ୍ଦିତ ଦାସ ପ୍ରମୁଖ ସହଯୋଗ କରିଥିଲେ।