Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସମ୍ବଲପୁରରେ ଜାତୀୟ ସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ସମାରୋହ

ସୁନ୍ଦର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମକୁ ଜନଆନ୍ଦୋଳନରେ ପରିଣତ କରିବା – ଧର୍ମେନ୍ଦ୍ର ପ୍ରଧାନ
ଛୋଟ ପିଲାମାନଙ୍କର ଶାରିରୀକ ଫିଟନେସ୍ ପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ
ସମ୍ବଲପୁର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ସମ୍ବଲପୁର ଜିଲ୍ଲା ବଡିବିଲଡର ଏବଂ ଫିଟନେସ୍ ଆସୋସିଏସନ ପକ୍ଷରୁ ଆୟୋଜିତ ୧୮ତମ ସିନିୟର ନ୍ୟାସନାଲ ବଡିବିଲଡିଂ ଏବଂ ଫିଟନେସ୍ ଚାମ୍ପିୟନସିପ୍ – ମିଷ୍ଟର ଇଣ୍ଡିଆ ଏବଂ ମସ୍ ଇଣ୍ଡିଆ ୨୦୨୫-୨୬ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ସୁନ୍ଦର ସ୍ୱାସ୍ଥ୍ୟ ତଥା ସାମାଜିକ ଜୀବନରେ ସୁସ୍ଥ ରହିବା ପାଇଁ ଫିଟନେସ୍ ଭଳି କାର୍ଯ୍ୟକ୍ରମକୁ ଜନଆନ୍ଦୋଳନରେ ପରିଣତ କରିବା ପାଇଁ ଆହ୍ୱାନ କରିଛନ୍ତି ଶ୍ରୀ ପ୍ରଧାନ ।
ଓଡ଼ିଶାରେ ପ୍ରଥମ ଥର ପାଇଁ କଳିଙ୍ଗ ବଡିବିଲଡିଂ ଆସୋସିଏସନ ସହଯୋଗରେ ଏଭଳି ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଆୟୋଜନ କରି ସମ୍ବଲପୁର ଏବଂ ଓଡ଼ିଶାର ମାନ ବଢାଇଥିବାରୁ ସମ୍ବଲପୁର ଜିଲ୍ଲା ବଡିବିଲଡର ଆଣ୍ଡ୍ ଫିଟନେସ ଆସୋସିଏସନର ମୁଖ୍ୟ ପୃଷ୍ଠପୋଷକ ତଥା ପୂର୍ବତନ ବିଧାୟିକା ଡ. ରାଶେଶ୍ୱରୀ ପ୍ରାଣିଗ୍ରାହୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶ୍ରୀ ପ୍ରଧାନ । ସେ କହିଛନ୍ତି ଯେ ଏହିଭଳି କାର୍ଯ୍ୟକ୍ରମ ଦ୍ୱାରା ସମାଜରେ ସ୍ପୋର୍ଟ୍ସ ମ୍ୟାନ୍ ସ୍ପିରିଟର ଉତ୍ସାହ ବଢୁଛି । ସମ୍ବଲପୁର ଉତ୍ସାହୀ ଲୋକମାନଙ୍କର ସହର । ଏଠାରେ ଖେଳକୁ ନେଇ ଲୋକମାନଙ୍କ ମଧ୍ୟରେ ଉତ୍ସାହ ଅଛି । ଫୁଟବଲ, କବାଡି, ସନ୍ତରଣ ସହ ଅନ୍ୟାନ୍ୟ ଆଥଲେଟିକ୍ ଗେମ ପ୍ରତି ଲୋକଙ୍କ ମଧ୍ୟରେ ଆଗ୍ରହ ଅଛି । ନାଚ, ଗୀତ, ପର୍ବ ପର୍ବାଣୀ, ଖାଦ୍ୟ ପେୟକୁ ନେଇ ବିଶେଷ ଆକର୍ଷଣ ରହିଛି । ସାମାଜିକ ଜୀବନର ଚାଲିଚଳଣୀରେ ଜୀବନ୍ତତା ଭରିରହଛି । ଏପରି ଏକ ସହରରେ ଫିଟନେସ୍ ପ୍ରତି ପିଲାମାନଙ୍କ ମଧ୍ୟରେ ଆଗ୍ରହ ବଢାଇବା ଦରକାର ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ସମୟରେ ଛୋଟ ଛୋଟ ପିଲାମାନେ ଚଟପଟି ଖାଦ୍ୟ ତଥା ମ୍ୟାଗି, କୁରକୁରେ ଖାଇବାକୁ ଅଧିକ ପସନ୍ଦ କରୁଛନ୍ତି । ତେଣୁ ବିଶେଷ ଭାବରେ ସେମାନେ ସେହି ଖାଦ୍ୟରୁ ଦୂରେଇ କିପରି ଫିଟନେସ୍ ରହିବେ, ସେଥି ପ୍ରତି ସମସ୍ତେ ଦୃଷ୍ଟି ଦେବା ଦରକାର । ଅପରପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୁବ ସମାଜକୁ ନିଜ ଖାଦ୍ୟ ପ୍ରଣାଳୀରେ ୧୦ ପ୍ରତିଶତ ଖାଇବା ତେଲ କମ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଆମେ ସମସ୍ତେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଏହି ଜନଆନ୍ଦୋଳନରେ ସାମିଲ ହୋଇ ଆମର ଖାଦ୍ୟ ପଦ୍ଧତିରେ ୧୦ ପ୍ରତିଶତ ତେଲ କମ କରିବା ଏବଂ ଅନ୍ୟମାନଙ୍କୁ ମଧ୍ୟ ଏ ବିଷୟରେ ସଚେତନ କରାଇବା ଆବଶ୍ୟକ । ମୋଦୀ ସରକାରରେ ଖେଲୋ ଇଣ୍ଡିଆ ଏବଂ ଫିଟ୍ ଇଣ୍ଡିଆ ଭଳି ପଦକ୍ଷେପ ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳୟରୁ ପ୍ରତିଭାବାନ କ୍ରୀଡ଼ାବିତ୍‌ଙ୍କୁ ଅନ୍ୱେଷଣ କରୁଛି । ତେଣୁ ବର୍ତ୍ତମାନ ସମୟରେ ଦୌଡିବା ସହ ଇନଡୋର ଜିମ, ଓପନ ଜିମ୍ ଯିବା ପାଇଁ ଯୁବବର୍ଗଙ୍କୁ ପ୍ରେରିତ କରିବା ଦରକାର । ନିଜକୁ ସୁସ୍ଥ ରଖିବାର ପ୍ରୟାସ କରିବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି ।ଅନ୍ୟମାନଙ୍କ ମଧ୍ୟ୍ୟରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ପଞ୍ଚାୟତରାଜ ଓ ପାନୀୟଜଳ ମନ୍ତ୍ରୀ ରବିନାରାୟଣ ନାଏକ, ଜିଲ୍ଲାପାଳ ବଳିରାମ ବୋନ୍ଦର, ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ,ଜିଲ୍ଲା ଫିଟନେସ ସଭାପତି ସତୀଶ ବିଶିଙ୍କ ସମେତ ଜିଲ୍ଲା, ରାଜ୍ୟ ଓ ସର୍ବ ଭାରତୀୟ ସଂଘ କର୍ମକର୍ତ୍ତା ଉପସ୍ଥିତ ଥିଲେ।