Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖଣି ଖନନ କୁ ମିଳିତକ୍ରିୟାନୁଷ୍ଠାନ କମିଟି ତରଫରୁ ବିରୋଧ….ଶାଗ ମାଛ ଦର ରେ କଞ୍ଚା ମାଲ ପ୍ରଦାନ ବନ୍ଦ କରିବାକୁ ଦାବୀ…

କୋରାପୁଟ ୧୦/୦୪ …ରାୟଗଡା ଓ କୋରାପୁଟ ଜିଲ୍ଲା ସୀମାନ୍ତ ରେ ରହିଥିବା କୋଡୀଙ୍ଗା ମାଳି ପାହାଡ଼ ରୁ ବକ୍ସାଇଟ ଖନନ କରାଯାଇ ବେଦାନ୍ତ କମ୍ପାନୀ କୁ ଶାଗ ମାଛ ଦର ରେ ଦିଆଯାଉଛି ତାହା ତୁରନ୍ତ ବନ୍ଦ କରାଯାଉ ବୋଲି ଲକ୍ଷ୍ମୀପୁର କ୍ରିୟାନୁଷ୍ଠାନ କମିଟି ଦାବୀ କରିଛି।ଆଜି କ୍ରିୟାନୁଷ୍ଠାନ କମିଟି ରେ କୋଡୀଙ୍ଗା ମାଳି ସୁରକ୍ଷା ମଞ୍ଚ ଠାରୁ ଆରମ୍ଭ କରି ବିଭିନ୍ନ ସାତଟି ସଙ୍ଘଠନ ସ୍ଥାନୀୟ ମିନି ଷ୍ଟାଡିଅମ ରେ ଏକତ୍ରିତ ହୋଇଥିଲେ। ସେଠାରୁ ପୂର୍ବତନ ବିଧାୟକ କୃଷ୍ଣ ଚନ୍ଦ୍ର ସଗରିଆ ଙ୍କନେତୃତ୍ୱରେ ଶହ ଶହ ଲୋକ ଏକତ୍ରିତ ହୋଇ ବିଭିନ୍ନ ପ୍ରକାର ପ୍ଳାଗ କାର୍ଡ ଧରି ରାଲି ମାଧ୍ୟମରେ ତହସିଲଦାର ଙ୍କ କାର୍ଯ୍ୟାଳୟ ରେ ପହଂଚିଥିଲେ, ସେଠାରେ ଖଣି ଖନନ ଯୋଗୁଁ ଆଠ ଦଫା ସମ୍ବଳିତ ଏକ ଦାବିପତ୍ର ରାଜ୍ୟ ସରକାର ଙ୍କ ଉଦେଶ୍ୟରେ ତହସିଲଦାର ନୈବଦ୍ୟ ଭୋଇ ଙ୍କୁ ପ୍ରଦାନ କରିଥିଲେ। ସୁରକ୍ଷା ଦୃଷ୍ଠି ରୁ ସେଠାରେ ଉପସ୍ଥିତ ଥିବା ଆଇଆଇସି ସୁଜ୍ଞାନୀ ସାହୁ ଙ୍କୁ କୋଡୀଙ୍ଗା ମାଳି ଖଣି ଖନନ ଦ୍ୱାରା ବର୍ତ୍ତମାନ କିଛିମାସ ହେଲା ଅଧିକ ରାଜନୀତି ହୋଇ ଅଂଚଳ ର ଭାଇଚାରା ନଷ୍ଟ କରାଯାଉଛି, ନିଜ ନିଜ ଭିତରେ ଗଣ୍ଡଗୋଳ ସୃଷ୍ଠୀ କରାଯାଉଛି, ଅଯଥା ରେ କମ୍ପାନୀ କୁ ସହଯୋଗ କରି ଷ୍ଟ୍ରାଇକ,ରାଲି, ବିରୋଧ ଭଳି ଅନେକ କାର୍ଯ୍ୟକ୍ରମ କରାଯାଉଛି, କମ୍ପାନୀ ରୁ ଟଙ୍କା ଅଣାଯାଇ ମାସ ମାସ ଧରି ଟ୍ୟାଣ୍ଟ ଲଗେଇ ବସାଇ ରଖୁଛନ୍ତି, କୌଣସି ଅନୁମତି ନଥିଲେ ମଧ୍ୟ ବେଆଇନ ଭାବେ ଅନେକ କାର୍ଯ୍ୟ ଚାଲୁଛି, ତେଣୁ ପୋଲିସ ଏଥି ପ୍ରତି ଦୃଷ୍ଠି ଦେବାକୁ ଦାବୀ କରାଯାଇଥିଲା। ସେଠାରୁ ବିଭିନ୍ନ ନାରା ଦେଇ ଓଏମସି କାର୍ଯ୍ୟାଳୟ ରେ ପହଂଚି ଥିଲେ, ସେଠାରେ ମଧ୍ୟ ଓଏମସି ଶାଖା ପରିଚାଳକ ହେମନ୍ତ କୁମାର ବେହେରା ଙ୍କୁ ଦାବୀ ପତ୍ର ପ୍ରଦାନ କରିଥିଲେ।ବର୍ତ୍ତମାନ କିଛି ସଙ୍ଗଠନକୁ ହାତ ବାରିସି କରି କୋରାପୁଟର ଖଣିଜ ସମ୍ପଦକୁ ଲୁଟିବାକୁ ଚକ୍ରାନ୍ତ ଚଲେଇଛି ବୋଲି କୋଡ଼ିଙ୍ଗା ମାଳି ସୁରକ୍ଷା ମଂଚର ଆବାହକ ପ୍ରଦୀପ ବାଘ ଅଭିଯୋଗ କରିଛନ୍ତି, ୧୫ ଦିନ ଭିତରେ ଆଠଦଫା ଦାବୀ କୁ ସରକାର ଗ୍ରହଣ ନକଲେ ଆଗକୁ ଜୋରଦାର ଆନ୍ଦୋଳନ ହେବ ବୋଲି ସୂଚାଇଥିଲେ।କାର୍ଯ୍ୟକ୍ରମ ରେ ବାଞ୍ଚାନିଧି ବାଘ,ଯୁଧିଷ୍ଟିର ବିଡ଼ିକା,ଅଭିଜିତ ବାଘ ଙ୍କ ସମେତ ହଜାର ହଜାର ଲୋକ ଯୋଗ ଦେଇଥିଲେ।