Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କୁଶନପୂରିରେ ମହିମା ବ୍ରହ୍ମଯଜ୍ଞ ଆୟୋଜନ

ବରପାଲି: ବରପାଲି ବ୍ଳକ କୁଶନପୁରୀ ପଚାଂୟତ କାର୍ଯ୍ୟାଳୟ ସମ୍ମୁଖରେ ନିରାକାର ସ୍ବାମୀ ଅଲେଖ ମହିମାଙ୍କ ମହାଯଜ୍ଞ ପର୍ବ ଆରମ୍ଭ ହୋଇଯାଇଛି। ମଙ୍ଗଳବାର ଅପରାହ୍ନରେ କୁଶନପୂରୀ ଗ୍ରାମବାସିଙ୍କ ପକ୍ଷରୁ ଯଜ୍ଞ ଅନୁଷ୍ଠାନ ଆୟୋଜିତ ହୋଇଥୀଲା। ଗ୍ରାମର ମହିଳା ଓ ଯୁବତୀ ମାନେ ବାଜାଗାଜା ସଂକିର୍ତ୍ତନ ମଣ୍ତଳିଙ୍କ ସହାୟତାରେ ଧୂନୀମଣ୍ତପରୁ କଳସ ଶୋଭାଯାତ୍ରାରେ ବାହାରିଥିଲେ। ପରେ ଗ୍ରାମ ପରିକ୍ରମା ମାଧ୍ୟମରେ ପୂଜା ମଣ୍ତପରେ ପହଚିଂ ପୂର୍ଣ୍ଣକୂମ୍ଭ ମାନ ମହିମା ବାବା ମାନଙ୍କ ଦ୍ବାରା ସ୍ଥାପନ କରାଯାଇଥିଲା। ବରିଷ୍ଠ ସିଦ୍ଧିପ୍ରାପ୍ତ ବ୍ରହ୍ମାବଧୁତ ବକଳ୍ଳଧାରୀ ବିରେନ ବାବାଙ୍କ ତତ୍ବାଧାନରେ ଯଜ୍ଞ ଆହୁତୀ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ସନ୍ଧ୍ୟାରେ ମହିମା ଧର୍ମାବଳମ୍ବୀ ବାବା ସାଧୁ ବାଳକ ଦାସ, ଅଭୟ ଦାସ, ହରି ଦାସ , ମହେନ୍ଦ୍ର ତ୍ୟାଗି, ନରହରି ତ୍ୟାଗି, ତରୂଣାସେନ ବ୍ରହ୍ମଚାରୀ, ସୁବାଷ ବ୍ରହ୍ମଚାରୀ ପ୍ରମୁଖଙ୍କ ସହାୟତାରେ ଅନୁଷ୍ଠାନ ଆହୁତୀ କାର୍ଯ୍ୟକ୍ରମ ସଂଚାଳିତ ହୋଇଥିଲା। ପୁଜାକର୍ତ୍ତା ଭାବରେ ମନୋଜ ରାଏ କାର୍ଯ୍ୟଭାର ନିର୍ବାହ କରୁଥିବା ବେଳେ ଭକ୍ତ ମଣ୍ତଳୀ ନିଜ ମନୋକାମନା ପୂରଣ ନିମନ୍ତେ ଆହୂତୀ ପର୍ବରେ ସାମିଲ ହୋଇ ପରିବାରର ମଙ୍ଗଳ କାମନା କରିଥିଲେ । ଏହି ଅବସରରେ ବିରେନ ବାବାଙ୍କୁ ଭକ୍ତମାନେ ଭାର ସହଯୋଗରେ ଶୋଭାଯାତ୍ରାରେ ବୋହି ମଣ୍ତପକୁ ଆଣିଥିଲେ। ପରେ ଗ୍ରାମବାସୀ ଆବାଳ ବୃଦ୍ଧ ବନିତା ବାବାଙ୍କ ପଦଶ୍ବର୍ଷ କରି ଆଶିର୍ବାଦ ଗ୍ରହଣ କରିଥିଲେ। ରାତ୍ରରେ ମହିମା ଗୋସାଁଇଙ୍କ ଭଜନ ଓ ନାମ ସଂକିର୍ତ୍ତନ କାର୍ଯ୍ୟକ୍ରମ ମାନ ପ୍ରସ୍ତୁତ ହୋଇଥିଲା।