Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପିକପ ଭ୍ୟାନ ଓଲଟି ପାଞ୍ଚ ଗୁରୁତର ।

ଅସ୍ତରଙ୍ଗ, ପାରାଦୀପରୁ ମାଛଧରା ଜାଲ ବୋଝେଇ କରି ଅସ୍ତରଙ୍ଗ ଥାନା ବାଲିଡିଆ ଗ୍ରାମକୁ ଆସୁଥିବା ଗୋଟିଏ ପିକ୍ଅପ ଭ୍ୟାନ ଗାଡ଼ି ଥାନା ଅନ୍ତର୍ଗତ ଅସନ ଦେବୀ ନଦୀ ବନ୍ଧରେ ଭାରସାମ୍ୟ ହରାଇ ବନ୍ଧ ତଳକୁ ଓଲଟ ପଡ଼ିଛି।ଆଜି ସନ୍ଧ୍ୟା ପ୍ରାୟ ୭ଟା ବେଳେ ଘଟିଥିବା ଏହି ଦୁର୍ଘଟଣାରେ ଗାଡ଼ି ଚାଳକ ସମେତ ବାଲିଡିଆ ଗ୍ରାମର ୫ଜଣ ଗୁରୁତର ଆହତ ହୋଇଛନ୍ତି।ସେମାନେ ହେଲେ ବାଲିଡିଆ ଗ୍ରାମର ଲକ୍ଷ୍ମଣ ବେହେରା(୫୫),ଅଭୟ ବେହେରା(୪୦),କାଳନ୍ଦୀ ବେହେରା(୬୩),ଦୀପକ ବେହେରା(୩୦) ଓ ଗଦା ବେହେରା(୪୩)।ସେମାନଙ୍କୁ ଗୁରୁତର ଅବସ୍ଥାରେ ଅସନ ଗ୍ରାମବାସୀ ଉଦ୍ଧାର କରି ସ୍ଥାନୀୟ ଗାଡ଼ି ସହାୟତାରେ ଅସ୍ତରଙ୍ଗ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଇଥିଲେ।ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ଚାରିଛକ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ