Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଇଣ୍ଟର ସ୍କୁଲ୍ କ୍ରିକେଟ ଟୁର୍ଣ୍ଣlମେଣ୍ଟ; ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଚମ୍ପିଅନ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଓଡ଼ିଶା କ୍ରିକେଟ୍ ଏସୋସିଏସନ୍ ଓ ଜିଲ୍ଲା କ୍ରିକେଟ ସଂଘ ପକ୍ଷରୁ ଆୟୋଜିତ ଇଣ୍ଟର ସ୍କୁଲ୍ କ୍ରିକେଟ ଟୁର୍ଣ୍ଣlମେଣ୍ଟ ଭିଜନ ୨୦୩୦ ଆଜି ସୁବର୍ଣ୍ଣପୁର ଗାନ୍ଧୀ ଷ୍ଟାଡିୟମରେ ଉଦଯାପିତ ହୋଇଯାଇଛି। ଗତ ଅପ୍ରେଲ ୧ ତାରିଖରୁ ଆରମ୍ଭ ହୋଇଥିବା ଏହି ଟୁର୍ନାମେଣ୍ଟ ରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ବିଜେତା (ଚମ୍ପିଅନ) ହୋଇଥିବା ବେଳେ ସୁକାନ୍ତି ଏକାଡେମି ଉପ ବିଜେତା ହୋଇ ଅତିଥିଙ୍କ ଦ୍ବାରା ପୁରସ୍କୃତ ହୋଇଥିଲେ। ଜିଲ୍ଲା କ୍ରିକେଟ ସଂଘ ସଭାପତି ରାମ ଶଙ୍କର ସାହୁ, ସଂପାଦକ ପ୍ରଦୀପ ସେଠୀ, କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ପାତ୍ର ଯୋଗ ଦେଇ ବିଜେତା ଦଳ ଓ କୃତୀ ଖେଳାଳିଙ୍କୁ ପୁରସ୍କୃତ କରିଥିବା ବେଳେ ନବ ପ୍ରକାଶ ମିଶ୍ର, ଜିତୁ ମିଶ୍ର, ବାବୁଲୁ ମହାନନ୍ଦ ପ୍ରମୁଖ ସଂଘ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ