Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ସୋନପୁରରେ ସାହା ଗେଷ୍ଟ ହାଉସରେ ମାନବ ଅଧିକାର କାର୍ମଶାଳା ଅନୁଷ୍ଠିତ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସମାଜର ଦଳିତ ନିଷ୍ପେସିତ ଲୋକଙ୍କ ଅଧିକାର ସମ୍ପର୍କରେ ସଚେତନ କରାଇ ସେମାନଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରୁଥିବା ଅନୁଷ୍ଠାନ ଓ ବ୍ୟକ୍ତି ବିରୁଦ୍ଧରେ ଲଢେଇ କରି ତାଙ୍କୁ ହକ ଦେବା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ମାନବ ଅଧିକାର ସାମୁଖ୍ୟ ପକ୍ଷରୁ ଜିଲ୍ଲା ସଭାପତି ଦୁଃଖୀରାମ ନାଏକଙ୍କ ସଭାପତିତ୍ୱରେ ସୋନପୁର ସାହା ଗେଷ୍ଟ ହାଉସର ସଭା ଗୃହରେ ସୁବର୍ଣ୍ଣପୁର, ବୌଦ୍ଧ, ବଲାଙ୍ଗୀର ଓ ସମ୍ବଲପୁର ଜିଲ୍ଲାର ମଣ୍ଡଳ ସ୍ତରୀୟ ମାନବ ଅଧିକାର କର୍ମୀ ମାନଙ୍କର ଏକ କର୍ମଶାଳା ଅନୁଷ୍ଟିତ ହୋଇଥିଲା। ମାନବ ସେବା ହିଁ ମାଧବ ସେବା ମନ୍ତ୍ରରେ ଦୀକ୍ଷିତ ହେବାକୁ ମଞ୍ଚାସିନ ଅତିଥି ମାନେ ପରାମର୍ଶ କରିଥିଲେ ଏବଂ ଅବହେଳିତ ଲୋକଙ୍କ ଅଧିକାର ହାସଲ କରି ଏକ ସୁସ୍ଥ ଜୀବନ ଯାପନ କରିବାକୁ ପରାମର୍ଶ କରିଥିଲେ। ମାନବ ଅଧିକାର ସାମୁଖ୍ୟ ର ସଭାପତି ଦୁଃଖୀରାମ ନାଏକଙ୍କ ସଭାପତିତ୍ବରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ରମେଶ ଭାରତୀ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତପନ ପତି, ଜିଲ୍ଲା ଓକିଲ ସଂଘ ସଭାପତି ପ୍ରତାପ ପୁରୋହିତ, ବକ୍ତା ଡ଼ଃ ସରସ୍ଵତୀ ଦାଶ, ଆଇନ ପରାମର୍ଶ ଦାତା ପ୍ରଦୀପ ପୁରୋହିତ, ସଂପାଦକ ସଞ୍ଜୟ ବେହେରା, ପରାମର୍ଶ ଦାତା ସୁଧାଂଶୁ ପଣ୍ଡା ଯୋଗ ଦେଇଥିଲେ।