Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡିଶା ରେ ଖୁବଶୀଘ୍ର ଆରମ୍ଭ ହେବ ନବୀକରଣ ଯୋଗ୍ୟ ଶକ୍ତି ଅନୁସନ୍ଧାନ ପ୍ରତିଷ୍ଠାନ

ବୀରମହାରାଜପୁରର : ସାରା ବିଶ୍ବରେ ଏବେ ବୈଜ୍ଞାନିକ ମାନେ ଅନେକ ଗବେଷଣା କରି କିଛି ନୂତନ ତଥ୍ୟ ଲୋକ ଲୋଚନକୁ ଆଣିବା ସହିତ ଜନସାଧାରଣଙ୍କ ହିତ ଉଦ୍ଦେଶ୍ୟରେ କାର୍ଯ୍ୟ କରୁଛନ୍ତି । ଏଥିରେ ଓଡ଼ିଶାର ବୈଜ୍ଞାନିକ ମାନେ ଅନେକ ଗବେଷଣା କରି ସଫଳ ହେବା ସହିତ ଦେଶ ବିଦେଶରେ ସେମାନଙ୍କ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଟେଭାପଦର ଗ୍ରାମର ଯୁବ ବୈଜ୍ଞାନିକ ଡଃ ସଞ୍ଜୀବ କୁମାର କର୍ମୀ l ଯିଏକି ସାରା ବିଶ୍ବରେ ୨% ବୈଜ୍ଞାନିକ ଭାବରେ ସଫଳତା ଆଣି ପାରିଛନ୍ତି । ଏବେ ଡ଼ କର୍ମୀ ତାଙ୍କର ଦଳ ଅକ୍ଷୟ ଶକ୍ତି ଉତ୍ସ କ୍ଷେତ୍ରରେ ଗବେଷଣା ଏବଂ ପ୍ରଯୁକ୍ତିବିଦ୍ୟା ବିକାଶ ପାଇଁ ଓଡିଶାରେ ଖୁବ୍ ଶୀଘ୍ର ଏକ ବିଶ୍ୱ ସ୍ତରୀୟ ନବୀକରଣଯୋଗ୍ୟ ଶକ୍ତି ଅନୁସନ୍ଧାନ ପ୍ରତିଷ୍ଠାନ ପାଇବ। ଏହି ପ୍ରତିଷ୍ଠାନ ORERI (ଓରେରୀ) ଭାବରେ ପରିଚିତ ହେବ | ଏହା ଓଡିଶାର ପ୍ରଥମ ନବୀକରଣଯୋଗ୍ୟ ଶକ୍ତି ଅନୁସନ୍ଧାନ ପ୍ରତିଷ୍ଠାନ ହେବ ଏବଂ ଏହା ଅକ୍ଷୟ ଶକ୍ତି, ପରିବେଶ ବିଜ୍ଞାନ, ସଅସଷ୍ଟେନେବିଲିଟି, ସରକୁଲର ଇକୋନୋମୀ, ବର୍ଜ୍ୟବସ୍ତୁ ପରିଚାଳନା, ବାୟୋରିଫାଇନେରୀ, ଜୈବ ଆଧାରିତ ଉତ୍ପାଦ, ସମ୍ବଳ ପୁନରୁଦ୍ଧାର ଏବଂ ଜଳବାୟୁ ପରିବର୍ତ୍ତନ ଭଳି ବିଭିନ୍ନ କ୍ଷେତ୍ର ଉପରେ ଗବେଷଣା କରିବ। ଏହି ଗବେଷଣା ପ୍ରତିଷ୍ଠାନ ସୁବର୍ଣ୍ଣପୁର ଜିଲ୍ଲାରେ ବୀରମହାରାଜପୁରର ଅଞ୍ଚଳରେ ପ୍ରତିଷ୍ଠା ହେବାକୁ ଯାଉଛି |
ଅକ୍ଷୟ ଶକ୍ତି ଉତ୍ସରେ ଅତ୍ୟାଧୁନିକ ଅନୁସନ୍ଧାନ ଏବଂ ପ୍ରଯୁକ୍ତିବିଦ୍ୟାର ବିକାଶ କରି ଏକ ସ୍ୱଚ୍ଛ ଶକ୍ତି ଭବିଷ୍ୟତର ସ୍ୱପ୍ନକୁ ବାସ୍ତବତାରେ ପରିଣତ କରିବାକୁ ORERI ଲକ୍ଷ୍ୟ ରଖିଛି | ଏହାର ମୂଳ ଲକ୍ଷ୍ୟ ହେଉଛି ଭବିଷ୍ୟତର ବିଶେଷଜ୍ଞ ମାନଙ୍କୁ ତାଲିମ ଦେବା ଏବଂ ଶିଳ୍ପକ୍ଷେତ୍ରକୁ ଆବଶ୍ୟକ ଅନୁସାରେ ଅନୁଷ୍ଠାନର ବିଶେଷଜ୍ଞଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଜ୍ଞାନକୌଶଳ ଯୋଗାଇବ ଯାହା ସମାଜର ବିକାଶରେ ସହାୟକ ହେବ | ଭାରତ ୨୦୭୦ ସୁଦ୍ଧା ନିଟ୍ ଶୂନ ଗ୍ରୀନହାଉସ୍ ଗ୍ୟାସ୍ ନିର୍ଗମନରେ ପହଞ୍ଚିବା ପାଇଁ ଯୋଜନା ଘୋଷଣା କରିଛି । ଯାହା ଜଳବାୟୁ ପରିବର୍ତ୍ତନ ରୋକିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ। ଏହି ପରିପ୍ରେକ୍ଷୀରେ ନବୀକରଣଯୋଗ୍ୟ ଶକ୍ତି ପ୍ରଯୁକ୍ତିବିଦ୍ୟାର ବିକାଶ ଏବଂ ଜଳବାୟୁ ପରିବର୍ତ୍ତନକୁ ହ୍ରାସ କରିବା ପାଇଁ ଓରେରୀ ଅତ୍ୟାଧୁନିକ ଅନୁସନ୍ଧାନ କରିବ |ଏହି ଅନୁଷ୍ଠାନ ପାଇଲଟ୍ ପ୍ରୋଜେକ୍ଟ ଡେମୋନଷ୍ଟ୍ରେସନ କରିବା ସହ ଷ୍ଟାର୍ଟଅପ୍, ଉଦୀୟମାନ ବ୍ୟବସାୟ ଏବଂ ଉଦ୍ୟୋଗୀମାନଙ୍କ ପାଇଁ ଏକ ଅଗ୍ରଣୀ ଇନକ୍ୟୁବେସନ କେନ୍ଦ୍ରରେ ପରିଣତ ହେବ ବୋଲି ଆଶା କରାଯାଉଛି |
ଓରେରିରର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ଡ ସଞ୍ଜୀବ କୁମାର କର୍ମୀ ବିଶ୍ୱାସ କରନ୍ତି ଯେ ଏହି ଅନୁଷ୍ଠାନ ଭାରତକୁ ୨୦୭୦ ସୁଦ୍ଧା ନିଟ୍ ଶୂନ ଗ୍ରୀନହାଉସ୍ ଗ୍ୟାସ୍ ନିର୍ଗମନ ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିବ ଏବଂ ଅକ୍ଷୟ ଶକ୍ତି କ୍ଷେତ୍ରରେ ଓଡିଶାକୁ ଅଗ୍ରଣୀ କରାଇବ।
ଏହି ଅନୁଷ୍ଠାନ ର ବୋର୍ଡ଼ ଅଫ ମେନଜମେଣ୍ଟ ରେ ପ୍ରଫେସର ମୁକେଶ କୁମାର ରାବଲ, ପ୍ରଫେସର ଅଜୟ କୁମାର ବେହେରା, ଡ ଦିଲ୍ଲୀପ କୁମାର ବିଶି, ଡ ଭରତ ସାହୁ, ଭୋଳାନାଥ କର୍ମୀ, ଅଜିଙ୍କ୍ୟ ହାବଲେ, ବିଶ୍ୱନାଥ କର୍ମୀ, ଥବିର ନାଗ ଓ ଶ୍ରୀମତୀ କମଳିନୀ କର୍ମୀ ଅଛନ୍ତି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ