ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଉପଖଣ୍ଡ ର ବିଭିନ୍ନ ସ୍ଥାନରେ ଡ଼ଃ ଵି ଆମ୍ବେଦକର ଙ୍କର ୧୩୪ତମ ଜନ୍ମଜୟନ୍ତୀ ପାଳିତ ହୋଇଯାଇଛି I ତନ୍ମଧ୍ୟରୁ ଉଲୁଣ୍ଡା ଗଣ୍ଡାବାହାଲ ସ୍ଥିତ ଆମ୍ବେଦକର ସେବା ସଂଘ , ଜାଲୋଏ , ବୀରମହାରାଜପୁର ସଦର ମହକୁମା ସ୍ଥିତ ଆମ୍ବେଦକର ସେବା ସଂଘ କାର୍ଯ୍ୟାଳୟ , ସୁବଳୟା- କମିରl ଛକ , ଲୁତୁରପଙ୍କ ଆଦି ଅନ୍ୟତମ l ଲୁଚୁରପଙ୍କ ଗଣ୍ଡାପଡl ରେ ଆୟୋଜିତ କାର୍ଯ୍ଯକ୍ରମରେ କାର୍ତ୍ତିକ ଖୁରା ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ବୀରମହାରାଜପୁର ବିଧାୟକ ଇ. ରଘୁନାଥ ଜଗଦଳା ଯୋଗ ଦେଇଥିଲେ I ମୁଖ୍ୟବକ୍ତା ଭାବେ ଗୁପ୍ତେଶ୍ୱର ଖୁରା ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥିଭାବେ ବୀରମହାରାଜପୁର ବ୍ଲକ ଉପାଧ୍ୟାକ୍ଷ ନାରାୟଣ ଲୁହା , ଲୁତୁରପଙ୍କ ସରପଞ୍ଚ ସୂର୍ଯ୍ୟକୁମାର ନନ୍ଦ , ପୂର୍ବତନ ବ୍ଲକ ଅଧ୍ୟକ୍ଷ ସନ୍ତୋଷ କୁମାର ଭୋଇ , ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ମେଘନାଦ ଭୋଇ , ସମାଜ ସେଵୀ ସୁମନ୍ତ ଜଗଦଳା , ସୁବଳୟା ଆମ୍ବେଦକର ସଙ୍ଘ ର ସଭାପତି ଗଦାଧର ବାଦୀ ପ୍ରମୁଖ ମଞ୍ଚାସୀନ ଥିଲେ I ଆମ ଦେଶର ସମ୍ବିଧାନ ହେଉଛି ସର୍ବ ଵୃହତ ସମ୍ବିଧାନ ବୋଲି ଅତିଥି ମାନେ ମତପ୍ରକାଶ କରିଥିଲେ l ମଦନ ସୁନ୍ଦର ଭୋଇ ସଭାପରିଚାଳନା କରିଥିବା ବେଳେ ରମେଶ ଜଗଦଳା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ l ସୁଦାମ ହରିପାଳ ଧନ୍ୟବାଦ ପ୍ରଦାନ କରିଥିଲେ I ଆମ୍ବେଦକର ସଙ୍ଘ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ ଭୀମ ଭୋଇ କଲା ନିକେତନ ଓ ଅନ୍ୟାନ୍ୟ କଳାକାର ମାନଙ୍କ ଦ୍ଵାରା ସଂସ୍କୃତିକ କାର୍ଯ୍ୟକ୍ରମ ବିଳମ୍ବିତ ରାତିଯାଏ ଦର୍ଶକ ମାନେ ଉପଭୋଗ କରିଥିଲେ l
ବୀରମହାରାଜପୁର ଉପଖଣ୍ଡ ରେ ଡ. ବି ଆର ଆମ୍ବେଦକର ଙ୍କ 134 ତମ ଜନ୍ମ ଜୟନ୍ତି ପାଳିତ
