Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକୀ ଉତ୍ସବ ଅନୁଷ୍ଠିତ..ବର୍ଷକ ମଧ୍ୟରେ ରୂପ ରେଖ ବଦଳିବ… ବିଧାୟକ

ଲକ୍ଷ୍ମୀପୁର ୧୬/୦୪ … ଲକ୍ଷ୍ମୀପୁର ବ୍ଲକ ସଦର ରେ ଥିବା
ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ସୁକାନ୍ତି ସାହୁ ଙ୍କ ପରିଚାଳନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିଧାୟକ ପବିତ୍ର ସାଉଁତା, ସମ୍ମାନିତ ଅତିଥି ଭାବେ ସରପଞ୍ଚ ଶ୍ୟାମ ସୁନ୍ଦର ତାଡିଙ୍ଗ,ଏବିଈଓ ବିଭୁତି ଭୂଷଣ ଟାକ୍ରୀ, ରାଜ୍ୟ ଶିକ୍ଷକ ସଙ୍ଘ ଉପ ସଭାପତି ସୁରେନ୍ଦ୍ର କୁଲଦୀପ, ଜିଲ୍ଲା ଶିକ୍ଷକ ସଙ୍ଘ ଉପ ସଭାନେତ୍ରୀ ବୈଜୟନ୍ତୀ ମାଳା,ବିଦ୍ୟାଳୟ ର ପୂର୍ବତନ ପ୍ରଧାନ ଶିକ୍ଷକ ମାଧବ କର୍କରା, ଅଭିମନ୍ୟୁ କୁଲଦୀପିଆ, ବିଶ୍ୱନାଥ ଗରଡା,ବିଦ୍ୟାଳୟ ପରିଚାଳନା ସଭାପତି ବଳରାମ ରାଜଗୁଡିଆ ପ୍ରମୁଖ ମଞ୍ଚାସିନ ରହିଥିଲେ। ଅତିଥି ମାନଙ୍କ ଦ୍ୱାରା ଜଗନ୍ନାଥ ଙ୍କ ଫୋଟ ଚିତ୍ରରେ ପୂଜାର୍ଚନା କରାଯିବା ପରେ ଶିକ୍ଷକ ରମେଶ ଦୋରା ଓ ଛାତ୍ରୀ ମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ।ଛାତ୍ରୀ ଉଷାରାଣୀ ଖରା ବିଦ୍ୟାଳୟ ର ବାର୍ଷିକ ବିବରଣୀ ପାଠ କରିବା ସହ ବିଦ୍ୟାଳୟ ରେ ଲାଗିରହିଥିବା ଅସୁବିଧା ସମ୍ପର୍କରେ ବିଧାୟକ ଙ୍କୁ ଅବଗତ କରାଇଥିଲେ।ବିଧାୟକ ନିଜେ ଏହି ବିଦ୍ୟାଳୟ ର ଛାତ୍ର ହୋଇଥିବା ବେଳେ ଏତେ ସବୁ ସମସ୍ୟା କୁ ଦେଖି ଆଶ୍ଚର୍ଯ୍ୟ ହେବା ସହ ଜିଲ୍ଲା ଡ଼ିଏମଏଫ ଯୋଜନା ରେ ସାମିଲ କରାଯାଇ କାର୍ଯ୍ୟ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ। ସରକାର ଙ୍କ ଆନ୍ତରିକତା ର ଅଭାବ କାରଣରୁ ୯୬ ବର୍ଷ ରେ ପଦାର୍ପଣ କରିଥିବା ବିଦ୍ୟାଳୟ ର ଏପରି ଅବସ୍ଥା, ତେଣୁ ବର୍ଷକ ମଧ୍ୟରେ ବିଦ୍ୟାଳୟ ର ରୂପରେଖ ବଦଳି ଯିବ ବୋଲି କହିଛନ୍ତି ବିଧାୟକ ।ଅତିଥି ମାନଙ୍କ ଦ୍ୱାରା ବାର୍ଷିକ କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ରେ କୃତି ଛାତଛାତ୍ରୀ ମାନଙ୍କୁ ଟ୍ରଫି ସହ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଶିକ୍ଷକ ହେମନ୍ତ ମହାନନ୍ଦିଆ ମଞ୍ଚ ପରିଚାଳନା କରିଥିବା ବେଳେ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ ସିଆରସିସି ସଂଜୀ କଦ୍ରକ, କୃଷ୍ଣ କୁଲଦୀପ, ଶିକ୍ଷକ ତ୍ରିନାଥ ମହାପାତ୍ର, ଦୟାନିଧି ଗରଡ଼ା,ଭାସ୍କର ସୂଚେନ ଓ ଚନ୍ଦ୍ର ଶେଖର ରାଉତ