ଝାରସୁଗୁଡା ଉପନିର୍ବାଚନ; ସକାଳ ୯ଟା ସୁଦ୍ଧା ୯ .୭୫ ପ୍ରତିଶତ ମତଦାନ


ଭୁବନେଶ୍ବର: ଝାରସୁଗୁଡା ଉପନିର୍ବାଚନ ଜାରି ରହିଛି ପାଇଁ ଭୋଟ ଗ୍ରହଣ ପ୍ରକ୍ରିୟା। ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ। ସନ୍ଧ୍ୟା ୬ଟା ଯାଏ ଚାଲିବ ମତଦାନ। ତେବେ ସକାଳ ୯ଟା ସୁଦ୍ଧା ୯ .୭୫ ପ୍ରତିଶତ ମତଦାନ ହୋଇଛି।

ଏପର୍ଯ୍ୟନ୍ତ ମତଦାନ କେନ୍ଦ୍ରରେ କୌଣସି ବିଭ୍ରନ୍ତିକର ପରିସ୍ଥିତି ସୃଷ୍ଟି ହୋଇନଥିବା ପରିଲକ୍ଷିତ ହୋଇଛି। ଶାନ୍ତି ଶୃଙ୍ଖଳା ସହ ଚାଲିଛି ଭୋଟ ଗ୍ରହଣ। ଆଜି ଭୋଟର ନିର୍ଦ୍ଧାରଣ କରିବେ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି, କଂଗ୍ରେସ ସହ ମୋଟ୍ ୯ ପ୍ରାର୍ଥୀଙ୍କ ଭାଗ୍ୟ।

ଏହି ଉପନିର୍ବାଚନରେ ୨ ଲକ୍ଷ ୨୧ ହଜାର ୭୧୯ ଜଣ ଭୋଟର ମତଦାନ କରୁଛନ୍ତି । ଖରା କୁ ଦୃଷ୍ଟିରେ ରଖି ହଦି,ଲସି ସ୍କ୍ୱାସ୍, ପାଣି, ସରବତ, ତରଭୁଜ ଆଦିର ବ୍ୟବସ୍ଥା କରାଯାଇଛି ।