ଓଡ଼ିଶା ଡଟ୍ ନ୍ୟୁଜ୍: ସୁନା ଦର ହୁ ହୁ ହୋଇ ବଢ଼ିଚାଲିଛି । ଆଉ ଏହାସହ ତାଳ ଦେଇ ବଢ଼ି ଚାଲିଛି ଗ୍ରାହକଙ୍କ ଟେନସନ । ପ୍ରତିଦିନ ମହଙ୍ଗା ହେଉଛି ସୁନା । ଆଗକୁ ବିବାହ ଋତୁ ଆସୁଥିବା ବେଳେ ସୁନାର ଏମିତି ଦର ବୃଦ୍ଧି ଗରିବ ଓ ମଧ୍ୟବିତ୍ତଙ୍କ ମଧ୍ୟରେ ଭାଳେଣି ପଡ଼ିଲାଣି । ଦର ଆସି ଲକ୍ଷେ ଛୁଇଁବାକୁ ବସିଲାଣି । ପ୍ରତିଦିନ ନୂଆ ରେକର୍ଡ କରୁଛି ସୁନା । ଆଜି ବି ସୁନା ମହଙ୍ଗା ହୋଇଛି । ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍ ସୁନା ଦର ୨୭୦ ଟଙ୍କା ଓ ୨୨ କ୍ୟାରେଟ୍ ୨୫୦ ଟଙ୍କା ବଢିଛି ।
ଭୁବନେଶ୍ୱରରେ ଖାଣ୍ଟି ସୁନା ବା ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମକୁ ଗତକାଲି ୯୭,୩୧୦ ଟଙ୍କା ଥିବାବେଳେ ଆଜି ବୃଦ୍ଧି ପାଇ ୯୭,୫୮୦ ଟଙ୍କା ହୋଇଛି । ସେହିପରି ୨୨ କ୍ୟାରେଟ୍ ସୁନା ୮୯,୨୦୦ରୁ ବଢି ୮୯,୪୫୦ ଟଙ୍କା ହୋଇଯାଇଛି । ୧୮ କ୍ୟାରେଟ୍ ସୁନା ୨୧୦ ଟଙ୍କା ବଢି ୭୨,୯୮୦ ଟଙ୍କାରୁ ୭୩,୧୯୦ ଟଙ୍କା ରହିଛି । ଏମିତି ଯଦି ଦାମ୍ ବଢିଚାଲେ, ତା’ହେଲେ ସୁନା ଲକ୍ଷେ ଡେଇଁବା ବେଶୀ ଦୂର ନୁହେଁ ।