Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ରେ ପ୍ରବଳ ପବନ ସହ କୁଆପଥର ବୃଷ୍ଠୀ….ବିଦ୍ୟୁତ ବ୍ୟାହତ କାରଣରୁ ବ୍ୟବସାୟୀ ଙ୍କ ଆଇସକ୍ରିମ ନଷ୍ଟ…

ଲକ୍ଷ୍ମୀପୁର ୧୮/୦୪  ଲକ୍ଷ୍ମୀପୁର ବ୍ଲକ ସଦର ମହକୁମା ରେ  ଅଦିନିଆ ତଥା କାଳ ବୈଶାଖୀ ପ୍ରଭାବରେ ଏକ ଘଣ୍ଟା ର ପ୍ରବଳ ପବନ ସହ କୁଆ ପଥର ବୃଷ୍ଟି ସମଗ୍ର ଗାଁ କୁ ବେହାଲ କରି ଦେଇଛି। ଅପରାହ୍ନ ପ୍ରାୟ ଗୋଟାଏ ସମୟରେ ଘଡଘଡି ପବନ ଯୋଗୁଁ  ପ୍ରବଳ ବର୍ଷା ହୋଇଥିଲା, ପ୍ରବଳ ବର୍ଷା କାରଣରୁ ବିଦ୍ୟୁତ ସେବା ବ୍ୟାହତ ହୋଇଥିବା ବେଳେ ରାସ୍ତା ଉପରେ ଡ୍ରେନ ର ପାଣି ବୋହିଯାଇଥିବା ବେଳେ ଡ୍ରେନ ଭିତର ଅଳିଆ ଆବର୍ଜନା ସବୁ ରାସ୍ତା କୁ ମାଡି ଆସିଥିଲା । ଘରେ ଘରେ ଡ୍ରେନ ପାଣି ପଶିଯିବା ଭୟରେ ବର୍ଷାରେ ଛତା ଧରି ଅନେକ ଲୋକ ଡ୍ରେନ ରୁ ଅଳିଆ କାଢ଼ିଥିବା ଦେଖିବାକୁ ମିଳିଥିଲା।ଲକ୍ଷ୍ମୀପୁର ରେ ମୁତ୍ୟାଲୁମା ଙ୍କ ଘଣ୍ଟ ଯାତ୍ରା ଚାଲିଥିବା ବେଳେ ମିନା ବଜାର ମୁଖ୍ୟ ଆକର୍ଷଣ ହୋଇ ରହିଥିଲା, କିନ୍ତୁ ପ୍ରବଳ ପବନ ବର୍ଷା ରେ ମିନାବଜାର ର ଅନେକ ଦୋକାନ ଭାଙ୍ଗି ଯାଇଛି,ଦୋକାନ ଭିତରେ ପାଣି ପଶି ବ୍ୟବସାୟୀ ଙ୍କ ବିଭିନ୍ନ ସାମଗ୍ରୀ ନଷ୍ଟ ହୋଇଯାଇଛି।ଅନ୍ୟ ପକ୍ଷ ରେ ଖବର ଲେଖା ହେବା ସୁଧା ପ୍ରାୟ ୮ ଘଣ୍ଟା ରୁ ଉର୍ଧ୍ଵ ସମୟ ହେଲାଣି ବିଦ୍ୟୁତ ସରବରହୋ ସ୍ୱାଭାବିକ ହୋଇନଥିବା କାରଣରୁ ଲକ୍ଷ୍ମୀପୁର ବାସ ଷ୍ଟାଣ୍ଡ ର ଅନେକ ବ୍ୟବସାୟୀ ଙ୍କ ହଜାର ହଜାର ଟଙ୍କା ର ଆଇସ କ୍ରିମ ନଷ୍ଟ ହୋଇଯାଇଥିବା ନିରଞ୍ଜନ ଚଉଧୁରୀ ଭଳି ଅନେକ ବ୍ୟବସାୟୀ ପ୍ରକାଶ କରିଥିଲେ, ଏପରିକି ଗଣମାଧ୍ୟମ କୁ ପାଣି ହୋଇଯାଇଥିବା ଆଇସ କ୍ରିମ ଗୁଡାକ କୁ ଦେଖାଇ ଥିଲେ। ବାଣିଜ୍ୟକ ଦରରେ ବ୍ୟବସାୟୀ ବିଦ୍ୟୁତ ବିଲ ପୈଠ କରୁଥିବାବେଳେ ନିତିଦିନ ବିଦ୍ୟୁତ ସେବା ବ୍ୟାହତ ବ୍ୟବସାୟୀ ଙ୍କୁ ଅନେକ କ୍ଷତି ପହଞ୍ଚାଉଥିବା ସେ ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ