Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବରିଷ୍ଠ ନାଗରିକ ସଂଘ ମାସିକ କାର୍ଯ୍ୟକାରୀ କମିଟି ବୈଠକ:ସମାଜସେବୀ ସଂଘମିତ୍ରା ପଟେଲ ଙ୍କୁ ସମ୍ବର୍ଦ୍ଧନା

ସମ୍ବଲପୁର: ଆଜି ଶନିବାର ଦିନ ବରଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ସଂଘ କାର୍ଯ୍ୟାଳୟ ରେ ସଭାପତି
ପ୍ରମୋଦ ଝାଙ୍କର ଙ୍କ ସଭାପତିତ୍ବରେ କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା।
ଆଜିର ବୈଠକରେ ବରଗଡ଼ ର ଜଣାଶୁଣା ସମାଜସେବୀ ତଥା ସୁନ୍ଦରଗଡ ରେ ହରିଶ୍ଚନ୍ଦ୍ର ଉପାଧି ରେ ସମ୍ମାନିତ ହୋଇଥିବା ସମାଜସେବୀ ଶ୍ରୀମତୀ ସଂଘମିତ୍ରା ପଟେଲ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ବରିଷ୍ଠ ନାଗରିକ ସଂଘର କର୍ମଠ ବ୍ୟକ୍ତିତ୍ଵ ଦେବୀ ପଟ୍ଟନାୟକ ଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା।
ଆଜିକାର ସଭାରେ ଶବ ଦାହ ପାଇଁ ଜାଳେଣି କାଠ ସମସ୍ୟା, ପୋଲିସ ପରିଚୟ ପତ୍ର ପ୍ରଦାନ ରେ ଅହେତୁକ ବିଳମ୍ବ, କେନସର ସଚେତନତା ସଭା ଓ ଭଜନ ଓ ଭୋଜନ ପ୍ରୋଗ୍ରାମ, ମାଗଣା ଆୟୁଷ୍ମାନ ରେଜିଷ୍ଟ୍ରେସନ ଶିବିର ଆଦି ଅନେକ ସମସ୍ୟା ଓ ସମାଧାନ ଉପରେ ଆଲୋଚନା ହୋଇ ନିଷ୍ପତି ଗ୍ରହଣ କରାଗଲା I
ଆଜିକାର ସଭାରେ ଅନ୍ୟ ମାନଙ୍କ ମଧ୍ୟରେ କେଦାର ମିଶ୍ର, ଗୋବିନ୍ଦ ଦାଶ, ଦେବୀ ପଟ୍ଟନାୟକ, ସୁରେନ୍ଦ୍ର ମୋହନ ଚାନ୍ଦ,ସତ୍ୟ ନାରାୟଣ ପଣ୍ଡା, ତୁଳସୀ ଚରଣ ଦାଶ,ସ୍ବାଧୀନ ମହାରଣା, କାହ୍ନୁ ପୃଷ୍ଟି, ପ୍ରଶନ୍ନ ପ୍ରଧାନ, ପବିତ୍ର ସରାଫ, ଶ୍ରୀମୁଖ ପ୍ରଧାନ, ଚନ୍ଦ୍ର ଶେଖର ସାହୁ, ରମାକାନ୍ତ ସାହୁ, ଆଦି ଯୋଗଦେଇ ନିଜ ନିଜର ମତାମତ ଉପସ୍ଥାପନା କରିଥିଲେ।ଶେଷରେ ଉପଦେଷ୍ଟା ଭାରତ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।