Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁର୍ଷୁଣ୍ଢି ସରକାରୀ ଉଚ୍ଚବିଦ୍ୟାଳୟର ରେ ଶିକ୍ଷକ ଅଭିଭାବକ ବୈଠକ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ମୁର୍ଷୁଣ୍ଢୀ ରଘୁନାଥ ସରକାରୀ ଉଚ୍ଚ ବିଦ୍ୟାଳୟରେ ୨୦୨୫-୨୬ ଶିକ୍ଷା ବର୍ଷର ଶିକ୍ଷକ/ଶିକ୍ଷୟତ୍ରୀ ଅଭିଭାବକ ବୈଠକ ଶନିବାର ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହିତ ବହୁସଂଖ୍ୟକ ଅଭିଭାବକ ଉପସ୍ଥିତ ଥିଲେ। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ କାଳିଆ କର୍ମୀଙ୍କ ସଭାପତିତ୍ବରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ପ୍ରଧାନ ଶିକ୍ଷକ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ରେ ଅନୁପସ୍ଥିତ ରହିବାର ସମସ୍ୟା ଓ ତାର ସମାଧାନ ତଥା ବାହାରେ ରହି ଯାଇଥିବା ଛାତ୍ରଛାତ୍ରୀ ମାନେ କେମିତି ବିଦ୍ୟାଳୟକୁ ଆସିବେ ସେ ବିଷୟରେ ଆଲୋଚନା କରିଥିଲେ । ଶିକ୍ଷକ ସଚ୍ଚିଦାନନ୍ଦ ବେରିହା ସଭା ପରିଚାଳନା କରିଥିଲେ।ବିଦ୍ୟାଳୟର ଶିକ୍ଷୟିତ୍ରୀ ଅନିତା ମହାକୁର ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ଗୃହ କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ ।ଶିକ୍ଷକ ନିଳାମ୍ବର ମେହେର ଜାତୀୟ ଶିକ୍ଷା ନୀତି ୨୦୨୦ ବିଷୟରେ ନିଜର ବକ୍ତବ୍ୟ ରଖିଥିଲେ। ବିଦ୍ୟାଳୟର ଶିକ୍ଷୟିତ୍ରୀ ମିତା ପଧାନ ଷଷ୍ଠ ଶ୍ରେଣୀ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଓ ମମତା ବେହେରା ଏସ୍ ଏ-୨ର ଉପଲବ୍ଧି କୁ ଅଭିଭାବକ ମାନଙ୍କ ନିକଟରେ ଉପସ୍ଥାପନ କରିଥିଲେ। ନବମ ଦଶମ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ।ବିଦ୍ୟାଳୟ ର ଶିକ୍ଷକ ପ୍ରଦ୍ୟୁମ୍ନ ସେଠୀ ନୂତନ ଶିକ୍ଷା ନୀତି ରେ ଥିବା ଶିଶୁ ବାଟିକା ବିଷୟରେ ବକ୍ତବ୍ୟ ରଖିଥିଲେ । ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ମନୋଜ ନାଏକ ବୈଠକରେ ଉପସ୍ଥିତ ରହି ନିଜର ମତାମତ ରଖିବା ସହିତ ସମସ୍ତ ଅଭିଭାବକ ମଧ୍ୟ ନିଜର ମତ ଦେଇଥିଲେ । ଶେଷରେ ଶିକ୍ଷକ ମନୋଜ କୁମାର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।