Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡବଲ ଲାଇନ ସକାଶେ ହେବ ଦୋହରିକରଣ….କାକିରିଗୁମା ଷ୍ଟେସନ ରେ ବନ୍ଦ ରହିବ ବକ୍ସାଇଟ ପରିବହନ…ସିଙ୍ଗାରାମ ଷ୍ଟେସନ ରେ ବିକଳ୍ପ ବ୍ୟବସ୍ଥା କୁ ୨୨ ଖଣ୍ଡ ଗ୍ରାମବାସୀ ଙ୍କ ବିରୋଧ……

ଲକ୍ଷ୍ମୀପୁର ୨୦/୦୪….
ଲକ୍ଷ୍ମୀପୁର କୋଡୀଙ୍ଗା ମାଳିରୁ ସିଙ୍ଗାରାମ ଷ୍ଟେସନ ପର୍ଯ୍ୟନ୍ତ ଆସନ୍ତା ଦିନରେ ହେବାକୁ ଥିବା ଖଣି ପରିବହନ କୁ ବିରୋଧ କରିଛନ୍ତି ୨୨ ଖଣ୍ଡ ଗ୍ରାମର ଗ୍ରାମବାସୀ।ଏନେଇ ଆଜି ଶତାଧିକ ଗ୍ରାମବାସୀଏକତ୍ରିତ ହୋଇ ଏକ  ବୈଠକ ଡାକି  ସମସ୍ତ ବିଷୟରେ ପରଡିଗୁଡା ଛକ ରେ ଆମ୍ବ ତୋଟା ଠାରେ ଆଲୋଚନା କରିଛନ୍ତି ।ଲକ୍ଷ୍ମୀପୁର ରୁ ଟିକିରି ପର୍ଯ୍ୟନ୍ତ ରେଳବାଇ ରାସ୍ତା ଦେଇ ଯାଉଥିବା ରାସ୍ତା ଓସାରିଆ ବଦଳ ରେ ସଂକୀର୍ଣ୍ଣ ହୋଇ ରହିଛି, ଏହିରାସ୍ତା ରେ ୪ ଟି ବହୁ ପୁରାତନ ବ୍ରିଜ ରହିଥିବା ବେଳେ ଦୁଇଟି ଅଣ ଓସାରିଆ ରେଳ ଓଭର ବ୍ରିଜ ରହିଛି,ରାସ୍ତାରେ ଭାରୀଯାନ ଚାଲିବା କଷ୍ଟକର। ରାସ୍ତା ଟି କେବଳ ଛୋଟ ମୋଟ ଯାନବାହାନ ପାଇଁ ହୋଇଛି ।ଖଣି ପରିବହନ ହେଲେ ରାସ୍ତା ନଷ୍ଟ ହେବା  ସହ ଦୁର୍ଘଟଣା ଘଟି ଅନେକ ଗରିବ ପରିବାର ସର୍ବସ୍ୱାନ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ନିତିଦିନ ଶହ ଶହ ସଂଖ୍ୟା ରେ ଲୋକେ ଲକ୍ଷ୍ମୀପୁର କୁ ଯିବା ଆସିବା କରିବା ସହ ଛାତ୍ର ଛାତ୍ରୀ ମାନେ ସ୍କୁଲ କୁ ଯାଉଛନ୍ତି, ନିତିଦିନ ଏହି ରାସ୍ତା ରେ ପ୍ରାୟ ୫ ଶହ ରୁ ଉର୍ଦ୍ଧ ହାଇୱା ଟିପର ଚାଲିଲେ ଏ ଅଞ୍ଚଳ ଲୋକେ ବଂଚିବା ଅସମ୍ଭବ ବୋଲି ଉପସ୍ଥିତ ଲୋକେ କହିଛନ୍ତି,ତେଣୁ ଏହି ରାସ୍ତା ଦେଇ  ପରିବହନ କରିବାକୁ ଗ୍ରାମବାସୀ ମାନେ ନାରାଜ ହୋଇଛନ୍ତି । ମରିବୁ ପଛେ ଏହି ରାସ୍ତା ରେ ହାଇୱା ଟିପର ଛାଡ଼ିବୁ ନାହିଁ ବୋଲି ରୋକ ଠୋକ କହିଛନ୍ତି । ଦୀର୍ଘ ବର୍ଷ ତଳେ ସିଙ୍ଗାରାମ, ଭାଲୁଯୋଡି, ବିରୀଗୁଡା, କଂସାରୀଗୁଡା ଭଳି ଅନେକ ଗାଁ ର ଜମି କୁ ଆଲୁମିନା କାରଖାନା କରାଯିବ କହି ଜମି ଅଧିଗ୍ରହଣ କରାଯାଇଥିଲା, ଏହିଅଂଚଳ ରେ କମ୍ପାନୀ କରାଯାଇ କୋଡୀଙ୍ଗା ମାଳିରୁ କନଭର୍ଶନ ବେଲ୍ଟଯୋଗେ ବକ୍ସାଇଟ ଅଣାଯିବ ବୋଲି ସେ ସମୟରେ ଚୁକ୍ତି ହୋଇଥିଲା, କିନ୍ତୁ ଦୀର୍ଘ ବର୍ଷ ପରେ ମଧ୍ୟ କାରଖାନା ସ୍ଥାପନ ହୋଇପାରିଲା ନାହିଁ, ପରେ ୨୦୧୭ ମସିହାରେ ରାଜ୍ୟ ସରକାର ଓଏମସି ଜରିଆରେ କୋଡୀଙ୍ଗା ମାଳି ରୁ ତିନି ମିଲିଅନ ଟନ ବକ୍ସାଇଟ ଖନନ  କରି ଏକ ଘରୋଇ କମ୍ପାନୀ କୁ କଞ୍ଚାମାଲ ପ୍ରଦାନ କରିବା ସକାଶେ ଚୁକ୍ତି କଲେ, ସେହି ଚୁକ୍ତି ଆଜିବି ବଳବତ୍ତର ରହିଥିବା ବେଳେ ବର୍ତ୍ତମାନ ହିଣ୍ଡାଲକୋ ଜମି ଅଧିଗ୍ରହଣ କରିଥିବା ଅଞ୍ଚଳ ରେ କାରଖାନା ସକାଶେ ଶୁଭ ପକାଇ କାର୍ଯ୍ୟ ଆରମ୍ଭ କରିଛି। କମ୍ପାନୀ ଆରମ୍ଭ ହେବା ପରେ ସ୍ଥାନୀୟ ଲୋକେ ରୋଜଗାର କ୍ଷମ ହେବା ସହ କମ୍ପାନୀ ରେ ନିୟୋଜିତ ହୋଇ ଆତ୍ମ ନିର୍ଭର ଶିଳ ହେବେ ବୋଲି ଆସାବାନ୍ଧି ଏକ ପାଖିଆ ସମର୍ଥନ କରୁଛନ୍ତି।କମ୍ପାନୀ ହେବା ପୂର୍ବରୁ ଯଦି ଏଠାକାର କଞ୍ଚାମାଲ ବାହାରକୁ ଚାଲିଯିବ ତାହେଲେ କମ୍ପାନୀ କାହାକୁ ନେଇଁ ଚାଲିବ ବୋଲି ଗ୍ରାମବାସୀ କହିଛନ୍ତି।ଏଠାରେ କମ୍ପାନୀ କରି ଏଠାକାର କଞ୍ଚା ମାଲ ଏଇଠି ବିନିଯୋଗ କରାଯାଉ, ଖଣି ପରିବହନ ବାହାର ଅଞ୍ଚଳକୁ ଦେବୁ ନାହିଁ ବୋଲି  ଦୋଳିଆମ୍ବା,ଆମ୍ବଗୁଡା,ନିଶାର,ରେଲୱାଇ କଲୋନୀ,ନର୍ସିକାଇପଦର,ଭୂଇପାଟଣା,ତଳକାଇପଦର,ଧରଡ଼ା,ରାଜନ ପଣୁସୁଗୁଡା,ଓଡ଼ିଆପେଣ୍ଠ,ବିରୀଗୁଡା କଲୋନୀ,ବିରୀଗୁଡା,ପରିଡିଗୁଡା,ଭାଲୁଝୋଡ଼ି,ସିଙ୍ଗାରାମ,କେନ୍ଦୁଗୁଡା,କୋରଗୁଡା,ଖାଲ କଣା,ଦାନାଗୁଡା,କୁମ୍ଭାରଗୁଡା,ନୁଆଁ ଗାଁ
ଭଳି ୨୨ ଖଣ୍ଡ ଗ୍ରାମ ରେ ଗ୍ରାମବାସୀ  କହିଛନ୍ତି।
ଏହି ବୈଠକରେ ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେସିକା,ଓଡ଼ିଆପେଣ୍ଠ ସରପଞ୍ଚ ବଂଶୀଧର ମାଣ୍ଡିଙ୍ଗା,ବିଜେପି ନେତା ଅଗସ୍ତି ହାଲବା,ବିପିନ ମାଣ୍ଡିଙ୍ଗା,
ସୀତାରାମ ଖରା,ପୂର୍ଣ୍ଣ ଚନ୍ଦ୍ର ମାଣ୍ଡିଙ୍ଗା,
ଦାମଧର ବିଡ଼ିକା,ସନ୍ତୋଷ ବିଡ଼ିକା,ସୁଦର୍ଶନ ବିଡ଼ିକା,
ତପନ ହାଲବା,ପ୍ରେମଚାନ୍ଦ ବିଡ଼ିକା,
ମାନସ ହିକକା,କବି ହିକକା,କୁଷ୍ଟ ମାଣ୍ଡିଙ୍ଗା,ରମେଶ ପ୍ରଧାନୀ,କଷମା ମିଣିଆକା,କାମିୟା କୁଲେସିକା ଓ ସହଦେଵ ବିଡ଼ିକାଙ୍କ ସମେତ ବହୁ ସଂଖ୍ୟାରେ ଗ୍ରାମବାସୀ ଯୋଗ ଦେଇଥିଲେ।