୯୮ ହଜାର ଟପିଲା ସୁନା ଦର


ଓଡ଼ିଶା ଡଟ୍ ନ୍ୟୁଜ୍: ଦିନକୁ ଦିନ ବଢ଼ିବାରେ ଲାଗିଛି ସୁନା ଦର । ଆଉ ଏହା ସାଙ୍ଗକୁ ତାଳ ଦେି ବଢ଼ିବାରେ ଲାଗିଛି ଲୋକଙ୍କ ଟେନସନ । ଧନୀ ଲୋକଙ୍କ କଥା ଛାଡ଼ନ୍ତି ମଧ୍ୟବିତ୍ତ ଓ ଗରିବ ଲୋକଙ୍କ ପାଇଁ ସୁନା ଏବେ ଆକାଶ କଇଁଆ ଚିଲିକା ମାଛ ପରି ହୋଇଗଲାଣି । ଆଜି ବି ମହଙ୍ଗା ହୋଇଛି ସୁନା ଦର । ପ୍ରତିଦିନ ନୂଆ ରେକର୍ଡ କରୁଛି । ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୯୦ ହଜାର ଡେଇଁଥିବା ବେଳେ କ୍ୟାରେଟ ସୁନା ୯୮ ହଜାର ପାର୍‌ କରିଛି ।

ଭୁବନେଶ୍ୱର ଓ କଟକରେ ବଜାରରେ ଆଜି ଖାଣ୍ଟି ସୁନା ବା ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୯୮ହଜାର ୩୫୦ ଟଙ୍କାରେ ପହଞ୍ଚିଛି । ସେହିପରି ଗହଣା ତିଆରି ହେଉଥିବା ୨୨ କ୍ୟାରେଟ ସୁନା ଦାମ ୧୦ ଗ୍ରାମ ପିଛା ୯୦ ହଜାର ୧୫୦ ଟଙ୍କା ହୋଇଛି ।