Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପହଲଗାମ ଆତଙ୍କବାଦୀ ଆକ୍ରମଣ; ପାକିସ୍ତାନୀ ରାଷ୍ଟ୍ରଦୂତଙ୍କୁ ଭାରତର ସମନ୍

ଶ୍ରୀନଗର: ପହଲଗାମ ଆତଙ୍କବାଦୀ ଆକ୍ରମଣ ଯୋଗୁଁ ଦିଲ୍ଲୀରୁ କାଶ୍ମୀର ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ତୀବ୍ର ହୋଇଛି। ସଦ୍ୟତମ ସୂଚନା ଅନୁଯାୟୀ, ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ମଧ୍ୟରାତ୍ରିରେ ପାକିସ୍ତାନୀ ରାଷ୍ଟ୍ରଦୂତ ସାଦ ଅହମ୍ମଦ ୱାରାଇଚଙ୍କୁ ସମନ କରିଛି।

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ କମିଟି ଅନ୍ ସିକ୍ୟୁରିଟି (CCS) ବୈଠକରେ ପାକିସ୍ତାନ ସମ୍ପର୍କରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

ଆକ୍ରମଣକାରୀମାନେ ନିଷିଦ୍ଧ ଆତଙ୍କବାଦୀ ଗୋଷ୍ଠୀ ଲସ୍କର-ଏ-ତୈବା (LeT)ର ଏକ ଶାଖା ଦି ରେଜିଷ୍ଟାନ୍ସ ଫ୍ରଣ୍ଟର ସଦସ୍ୟ ବୋଲି ଜଣାପଡ଼ିଛି। ଜମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲ୍ଲାର ପହଲଗାମର ବୈସାରଣ ଅଞ୍ଚଳରେ ମଙ୍ଗଳବାର ଏକ ଭୟଙ୍କର ଆତଙ୍କବାଦୀ ଆକ୍ରମଣ ଘଟିଥିଲା। ଆକ୍ରମଣକାରୀ ମାନେ ବିଶେଷ ଭାବରେ ପର୍ଯ୍ୟଟକଙ୍କୁ ଟାର୍ଗେଟ କରିଥିଲେ ଏବଂ ୨୬ ଜଣଙ୍କୁ ନିର୍ମମ ଭାବରେ ହତ୍ୟା କରିଥିଲେ। ଏହି ଘଟଣାର ନିଷ୍ଠୁରତା ସାରା ଦେଶରେ ଉତ୍ତେଜନା ସୃଷ୍ଟି କରିଛି।

ରିପୋର୍ଟରୁ ଜଣାପଡିଛି ଯେ ଆତଙ୍କବାଦୀମାନେ ନିର୍ମମତାର ସମସ୍ତ ସୀମା ଅତିକ୍ରମ କରି ପୀଡିତମାନଙ୍କୁ ସେମାନଙ୍କ ଧର୍ମ ବିଷୟରେ ପ୍ରଶ୍ନ କରିଥିଲେ, କିଛି ଲୋକଙ୍କୁ କଲମା ପାଠ କରିବାକୁ ବାଧ୍ୟ କରିଥିଲେ ଏବଂ ଅନ୍ୟମାନଙ୍କ ପୋଷାକ କାଢ଼ି ଅପମାନିତ କରିଥିଲେ। କିଛି ମୁହୂର୍ତ୍ତ ମଧ୍ୟରେ ସେମାନେ ଅନେକ ଜୀବନ ନଷ୍ଟ କରିଦେଲେ।