Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅର୍ଥ ଆଇନ ୨୦୨୫ର ସଂଶୋଧିତ ୪ର୍ଥ ପରଚ୍ଛେଦର ପ୍ରତ୍ୟାହାର ଦାବିରେ ପେନସନର ମାନଙ୍କ ଦେଶବ୍ୟାପୀ ପ୍ରତିବାଦ-ଗଜପତି ଜିଲ୍ଲା ପାଳଙ୍କ ମାଧ୍ୟମରେ ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କୁ ସ୍ମାରକପତ୍ର ପ୍ରଦାନ

ପାରଳାଖେମୁଣ୍ଡି:୨୪/୪(ଗରୁଡ ଧ୍ଵଜ ଚୌଧୁରୀ)କେନ୍ଦ୍ର ସରକାରଙ୍କ ପେନସନର ମାରଣ ନିତିର ଦୃଢ ପ୍ରତିବାଦ କରି *ଅର୍ଥ ଆଇନ ୨୦୨୫ର ,ସଂଶୋଧିତ ୪ର୍ଥ ପରିଚ୍ଛେଦର ପ୍ରତ୍ୟାହାର* ଦାବିକରି ଓଡିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘ ସହ ସହବନ୍ଧିତ ଗଜପତି ଜିଲ୍ଲା ପାଳଙ୍କ ମାଧ୍ୟମରେ ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କ ନିକଟକୁ ସ୍ମାରକପତ୍ର ଆଜି ପ୍ରଦାନ କରାଯାଇଛି।
୨୦୨୫ ମାର୍ଚ୍ଚ ୨୫ତାରିଖ ଅତ୍ୟନ୍ତ ଅତର୍କିତ ଭାବେ କେନ୍ଦ୍ର ସରକାର ପାର୍ଲିଆମେଣ୍ଟର ଉଭୟ ଗୃହରେ *”ଅର୍ଥ ଆଇନ ୨୦୨୫ର ୪ର୍ଥ ପରିଛେଦକୁ ସଂଶୋଧନ କରି ଆଇନ ଗୃହୀତ “* କରାଇ ନେଇଛନ୍ତି । ଫଳରେ ଭବିଷ୍ୟତରେ ପେନସନ ଭୋଗୀ ମାନଙ୍କର ଆଉ ପେନସନ ଅଭିବୃଦ୍ଧି ଅଥବା ସଂଶୋଧନ ହେବ ନାହିଁ । ଏ ଭଳିଏକ କଳା ଆଇନକୁ ତୁରନ୍ତ ପ୍ରତ୍ୟାହାର ଦାବିକରି *ଅଖିଳ ଭାରତ ରାଜ୍ୟ ସରକାରୀ ପେନସନର ମହାସଂଘର ଆହ୍ୱାନ ଓ ଓଡିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘର ନିଷ୍ପତ୍ତି ଆନୁଯାଇ ଓଡିଶା ସମେତ ଦେଶର ୭୮୦ଗୋଟି ଜିଲ୍ଲାରେ ରାଜ୍ୟ ପେନସନର ମାନଙ୍କ ପକ୍ଷରୁ ଜାତୀୟ ପ୍ରତିବାଦ ନୀରବ ଓ ଶୃଙ୍ଖଳିତ ଭାବେ ଏ ଦିବସ ପାଳିତ ହୋଇଛି* ଗଜପତି ଜିଲ୍ଲା ପକ୍ଷରୁ ଆଜି ଏପ୍ରିଲ ୨୨ତାରିଖ ଦିନ ୦୯.୧୫ମିନିଟ ସମୟରେ ଶତାଧିକ ପେନସନର ଙ୍କ ଉପସ୍ଥିତ ମାନନୀୟ ଗଜପତି ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ସଭାପତି ଅଶ୍ଵିନୀ ପାଢୀ, ସମ୍ପାଦକ ସୁରେଶ ବେହେରା,ଉପ ସଭାପତି ବିଚିତ୍ରାନନ୍ଦ ବେବର୍ତ୍ତା, ସହ ସମ୍ପାଦକ ଶ୍ରୀନିବାସ ପଟ୍ଟନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories