Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଜିଲ୍ଲାସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ

ପାରଳାଖେମୁଣ୍ଡି:୨୪/୪(ଗରୁଡ ଧ୍ଵଜ ଚୌଧୁରୀ)ଜିଲ୍ଲା ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ସ୍ଥାନୀୟ ଗଜପତି ଷ୍ଟାଡିୟମ୍ ଠାରେ ମହାସମାରହୋରେ ପାଳିତ ହୋଇଯାଇଛି । ଏହି ଦିବସରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ଶଙ୍କର କେରକେଟା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ , ଶ୍ରୀ ଯୁକ୍ତ ପୃଥ୍ଵୀରାଜ ମଣ୍ଡଳ,ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଗଜପତି, ଶ୍ରୀ ଲକ୍ଷ୍ମଣ କୁମାର ମୁର୍ମୁ, ନିର୍ବାହୀ ଅଧିକାରୀ ପୌରପରିଷଦ ପାରଳାଖେମୁଣ୍ଡି,ଶ୍ରୀ ଅଶୋକ କୁମାର ପଟ୍ଟନାୟକ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଗଜପତି, ଶ୍ରୀ ସନ୍ତୋଷ କୁମାର ନାୟକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗଜପତି, ଶ୍ରୀମତୀ ରେଣୁକା ପାତ୍ର, ଜିଲ୍ଲା ପରିଷଦ ସଭ୍ୟ ଗୁମ୍ମା, ଶ୍ରୀ ଦଣ୍ଡ ପାଣି ବଡ଼ମୁଣ୍ଡି,ଜିଲ୍ଲା ପରିଷଦ ସଭ୍ୟ ଆର.ଉଦୟଗିରି ଓ ବ୍ଲକ୍ ଫାଇନାନ୍ସ ଅଫିସର ଶ୍ରୀ ଗଜେନ୍ଦ୍ର ବେହେରା ପ୍ରମୁଖ ମଞ୍ଚାସିନ ଥିଲେ। ଏହି ଉତ୍ସବର ପ୍ରାରମ୍ଭରେ କାଶ୍ମିରୀ ପହଲଗାମ ରେ ଆତଙ୍କବାଦୀଙ୍କ ଦ୍ବାରା ନିହତ ୨୬ ଜଣ ଭାରତୀୟଙ୍କ ଶହୀଦ୍ ଆତ୍ମାର ସଦଗତି ସକାଶେ ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ପରେ ମୁଖ୍ୟ ଅତିଥି ତଥା ସମ୍ମାନିତ ଅତିଥି ମାନେ ନିଜ ନିଜ ଅଭିଭାଷଣ କହିଥିଲେ ଯେ ଜିଲ୍ଲାର ସମସ୍ତ ଜନସାଧାରଣ ମିଳିତ ଭାବେ କାର୍ଯ୍ୟ କଲେ ଗ୍ରାମ, ପଞ୍ଚାୟତ ଓ ଜିଲ୍ଲା ବିକାଶ ହୋଇ ପାରିବ। ସେହିପରି ସ୍ୱଚ୍ଛ, ସବୁଜ ପଞ୍ଚାୟତ ଗଠନ କରିବା ନିମନ୍ତେ ସମସ୍ତ ଜନସାଧାରଣ ଏକାଠି ହୋଇ କାମ କରାଇବାକୁ ଅତିଥିମାନେ କହିଥିଲେ। ଏହି ଅବସରରେ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ବିଭାଗ ତରଫରୁ ଜିଲ୍ଲାର ୨୩୪ ଜଣଙ୍କୁ ରାସନ୍ କାର୍ଡ ବଣ୍ଟନ କରାଯାଇଛି। ସାମାଜିକ ସୁରକ୍ଷା ଓ ଭିନ୍ନ କ୍ଷମସଶକ୍ତି କରଣ ବିଭାଗ ତରଫରୁ ଚାରି ଜଣଙ୍କୁ ବିବାହ ପ୍ରୋତ୍ସାହନ ୨ ଲକ୍ଷ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି । ଜିଲ୍ଲାରେ ଭଲ ପ୍ରଦର୍ଶନ କରିଥିବା ନଅ ଗୋଟି ଗ୍ରାମ ପଞ୍ଚାୟତକୁ ବେଷ୍ଟ୍ ପୁରସ୍କାର ପ୍ରଦାନ କରାଯାଇଛି, ସେହିପରି ସ୍ୱଚ୍ଛ ଭାରତ ମିଶନ ତରଫରୁ ଗୁମ୍ମା ବ୍ଲକର ରାଗିଡି ଗ୍ରାମ ପଞ୍ଚାୟତକୁ ପ୍ରଥମ ପୁରସ୍କାର ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ଆୱାସ ଯୋଜନାରେ ଜିଲ୍ଲାର ତିନି ଗୋଟି ଗ୍ରାମ ପଞ୍ଚାୟତକୁ ପୁରସ୍କାର ପ୍ରଦାନ ଓ ମହାତ୍ମା ଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ ନୂଆଗଡ ବ୍ଲକ କୁ ପୁରସ୍କାରପ୍ରଦାନ କରାଯାଇଛି l ସେହିପରି ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ଵାରା ପୋଷଣ ଅଭିଯାନର ଶ୍ରେଷ୍ଠ ପୁଷ୍ଟି ପଞ୍ଚାୟତ ଭାବରେ ମୋହନା ବ୍ଲକର ମୋହନା ପଞ୍ଚାୟତକୁ ପୁରସ୍କାର ସହିତ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ଅଧିକ ଆକର୍ଷଣ କରିବା ନିମନ୍ତେ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ବିଭିନ୍ନ ସଙ୍ଗୀତ ପରିବେଷଣ କରାଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ଶ୍ରୀ ଭେଙ୍କଟ ରାଓ ଆଚାରି, ଜିଲ୍ଲାପରିଷଦ ସହକାରୀ ନିର୍ବାହୀ ଅଧିକାରୀ, ଶ୍ରୀ ଟିମନ ଵାରା, ଡିପିଏମ, ଓଏଲଏମ ଗଜପତି , ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ, ଜିଲ୍ଲା ସଂସ୍କୃତି ଅଧିକାରୀ ଗଜପତି ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ସମେତ ବିଭିନ୍ନ ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା, ବିଭିନ୍ନ ସ୍ଵୟଂ ସହାୟକ ଗୋଷ୍ଠୀ, ଅଙ୍ଗନୱାଡ଼ି କର୍ମୀ ଓ ଜନପ୍ରତିନିଧି ସମେତ ଜିଲ୍ଲାପରିଷଦ କାର୍ଯ୍ୟଳୟ ସମସ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories