Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟ୍ରେନରେ ମୁଣ୍ଡ ଦେଇ  ମାନସିକ ବିକାରଗ୍ରସ୍ତ ଯୁବକ ମୃତ୍ୟୁ ।

ଲକ୍ଷ୍ମୀପୁର,୨୪/୦୪.କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକର ଓଡ଼ିଆପେଣ୍ଠ ପଞ୍ଚାୟତ ବିରିଗୁଡା କଲୋନୀ ନିକଟରେ ଗୁରୁବାର ଦିନ ସକାଳ ସମୟରେ    ଟ୍ରେନ ରେ ବେକ ଦେଇ  ଜଣେ ମାନସିକ ବିକାରଗ୍ରସ୍ତ ଯୁବକ ଜଣକ ମୃତ୍ୟୁ ବରଣ କରିଛନ୍ତି।ମିଳିଥିବା ସୂଚନା ଅନୁଯାୟୀ, ମୃତ୍ୟୁ ଯୁବକ ଜଣକ ହେଲେ ପିପଲପଦର ପଞ୍ଚାୟତର ବିଷମପୁର ଗ୍ରାମର ଜୁବ୍ରା ମାଣ୍ଡିଙ୍ଗାଙ୍କ ପୁଅ ଦୀନବନ୍ଧୁ ମାଣ୍ଡିଙ୍ଗା (୨୨) ବୋଲିଜଣା ପଡ଼ିଛି।ଦୁଇ ମାସ ଧରି ମାନସିକ ଚାପରେ ରହିଥିଲେ।ଆଜି ସକାଳେ ଟ୍ରେନ ଲାଇନରେ ମୁଣ୍ଡ ଦେଇ  ମୃତ୍ୟୁ ବରଣ କରିଥିବା ଶୁଣି ବିରିଗୁଡା ଗ୍ରାମର ଘନ ଶ୍ୟାମ ହଲବା ଓ ଓଡ଼ିଆପେଣ୍ଠ ସରପଞ୍ଚ ବଂଶୀଧର ମାଣ୍ଡିଙ୍ଗା ଓ ବ୍ଲକ ଅଧ୍ୟକ୍ଷାଶୁଆଇ କୁଲେସିକା ଘଟଣା ସ୍ଥଳରେ ପହଞ୍ଚି  ଦେଖିଥିଲେ।ପ୍ରଥମେ ଲକ୍ଷ୍ମୀପୁର ପୋଲିସ ଥାନାକୁ ଖବର ଦେବା ସହିତ ରେଳବାଇ ଜିଆରପି କୁ ଖବର ଦେଇଥିଲେ।ପୋଲିସ ପହଞ୍ଚିବା ପୂର୍ବରୁ ପରିବାର ଲୋକେ ମୃତ୍ୟୁ ଖବର ପାଇ ମୃତ୍ୟୁ ଯୁବକର ଶବ ଉଦ୍ଧାର କରି ନେଇଥିଲେ। ଟ୍ରେନ ଧକ୍କାରେ ମୃତ୍ୟ ବରଣ କଲେ କିଛି କ୍ଷତି ପୂରଣ ମିଳୁନ ଥିବାରୁ ପରିବାର ଲୋକେ ନେଇ ଯାଇଥିବାର ସୂଚନା ମିଳିଛି ଓ ଶବଦାହ କରି ଦେଇଥିବାର ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ