Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଗୋଳନ୍ଥରା ପେଟ୍ରୋଲ ପମ୍ପ ନିକଟରେ ରାସ୍ତା ପାର୍ ହେଉଥିବା ବେଳେ ଟ୍ରକ୍ ମାଡ଼ି ସେଞ୍ଚୁରିଆନ ବିଶ୍ଵବିଦ୍ୟାଳୟ ଅଧିକାରୀଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି:୨୫/୪(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠ ଆଲୁରିନଗର ସ୍ଥିତ ସେଞ୍ଚୁରିଆନ ବିଶ୍ଵବିଦ୍ୟାଳୟର ଆଡ଼ମିଶନ ବିଭାଗର ବରିଷ୍ଠ ପରିଚାଳକ ଏସ. ଫାଲଗୁନା ରାଓ ଙ୍କ ସଡ଼କ ଦୁର୍ଘଟଣା ରେ ମୃତ୍ୟୁ ହୋଇଯାଇଛି l ଘଟଣାରୁ ପ୍ରକାଶ ଯେ ଏକ ମିଟିଂ ରେ ଯୋଗ ଦେବାକୁ ପାରଳାଖେମୁଣ୍ଡି ରୁ ଫାଲଗୁନା କାରରେ ଭୁବନେଶ୍ବର ଯାଉଥିଲେ ସକାଳ ପ୍ରାୟ ୭ଟା ବେଳେ ଗୋଳନ୍ଥରା ଥାନା ନିକଟସ୍ଥ ଏକ ପେଟ୍ରୋଲ ପମ୍ପ ନିକଟରେ ଗାଡିରୁ ଓହ୍ଲାଇ ଡ୍ରାଇଭର କୁ ପେଟ୍ରୋଲ ପକାଇ ବାକୁ କହିଥିଲେ l ସେ ଗାଡିରୁ ଓହ୍ଲାଇ ରାସ୍ତା ଅତିକ୍ରମ କରୁଥିବା ବେଳେ ଟ୍ରକ ଧକ୍କା ରେ ଗୁରୁତର ଆହତ ହୋଇ ତଳେ ପଡ଼ିଥିଲେ ତାଙ୍କୁ ସେଠାରୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ ଡାକ୍ତରଖାନା ରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିବା ତାଙ୍କ ଭାଇ ଏସ୍.ଲିଙ୍ଗରାଜ ଗଣ ସୂଚନା ଦେଇଛନ୍ତି l ତାଙ୍କର ମୃତ୍ୟୁ ଖବର ଜଣା ପଡ଼ିବା ପରେ ଏ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l ତାଙ୍କ ବିୟୋଗରେ ସେଞ୍ଚୂରିଆନ ବିଶ୍ଵବିଦ୍ୟାଳୟ ର ସଭାପତି ଡ. ମୁକ୍ତିକାନ୍ତ ମିଶ୍ର, ଉପ-ସଭାପତି ପ୍ରଫେସର ଡି.ଏନ.ରାଓ, କୁଳପତି ସୁପ୍ରିୟା ପଟ୍ଟନାୟକ, ରେଜିଷ୍ଟ୍ରାର ଡ. ଅନିତା ପାତ୍ର, ଅନ୍ୟାନ୍ୟ କର୍ମଚାରୀ , ଅଧ୍ୟାପକ, ଅଧ୍ୟାପିକା, ଆଇନଜୀବୀ ଅରୁଣ ପରିଡ଼ା,ପୁର୍ବତନ କର୍ମଚାରୀ ରାମ ପ୍ରସାଦ ଦାସ, କୃଷ୍ଣ ମିଶ୍ର, ରବି ପାତ୍ର, ଗଜପତି ଜିଲ୍ଲା ସାମ୍ବାଦିକ ସଂଘର (ଏସ ୟୁ ଜେ) ସଭାପତି ଗରୁଡ ଧ୍ଵଜ ଚୌଧୁରୀ, ସାଧାରଣ ସମ୍ପାଦକ ତାରିଣୀ ପ୍ରାସାଦ ପଣ୍ଡା ବରିଷ୍ଠ ସାମ୍ବାଦିକ ଗଣେଶ ରାଜୁ, ରଶ୍ମି ରଞ୍ଜନ ମିଶ୍ର ପ୍ରମୁଖ ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ ପରିବାରଙ୍କୁ ସମବେଦନା ଜଣାଇଛନ୍ତି l

More Stories