Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରେମୀ ଯୁଗଳ ଙ୍କ ଆତ୍ମହତ୍ୟା ଅଭିଯୋଗ, ପୁଲିସ ର ତଦନ୍ତ ଜାରି।

କଳାହାଣ୍ଡି:୨୬/୦୪
ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲେ, ତେବେ ଦୁହେଁ ଅଲଗା ଅଲଗା ଜାତି ର ହୋଇଥିବା ଯୋଗୁଁ ପ୍ରେମ କୁ ସାମାଜିକ ସ୍ୱୀକୃତି ମିଳିବା ପ୍ରତିବନ୍ଧକ ସାଜିଲା ଶେଷରେ ଦୁହେଁ ଏକାଠି ଚରମ ନିଷ୍ପତ୍ତି ନେଇ ଗୋଟିଏ ଗାମୁଛା ରେ ପ୍ରେମୀ ଯୁଗଳ ଗଛ ରେ ଫାଶ ଲଗାଇ ଝୁଲି ପଡିଥିବା ଭଳି ଏକ ଘଟଣା ଦେଖିବାକୁ ମିଳିଛି କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ କାଉଡୋଳା ଗ୍ରାମ ଠାରେ, ଏହି ଗ୍ରାମର ନିତେଶ ମୁଣ୍ଡ ଓ ସେହି ଗ୍ରାମ ର ଅନ୍ୟ ଜାତି ର ଜଣେ ନାବାଳିକା ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା, ତେବେ ପ୍ରେମ କୁ ସାମାଜିକ ସ୍ୱୀକୃତି ନମିଳିବାରୁ ଦୁହେଁ ଏଭଳି ନିଷ୍ପତ୍ତି ନେଇ ଆତ୍ମହତ୍ୟା କରିଥିବା ନେଇ ସନ୍ଦେହ ପ୍ରକାଶ ପାଇଛି।ତେବେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ତଦନ୍ତ ପରେ ପ୍ରେମୀ ଯୁଗଳ କେଉଁ ଚାପ ରେ ଆସି ଆତ୍ମହତ୍ୟା କରିଛନ୍ତି, ନା ଅନ୍ୟ କୌଣସି କାରଣ ରହିଛି ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତାହା ସ୍ପଷ୍ଟ ହେବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।