Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବେଙ୍ଗଲୋରରେ ଓଡ଼ିଆ ଝିଅ ଅଙ୍କିତାଙ୍କ ୱାଲଡ ଟେନକେ ମାରାଥନରେ ବାଜିମାତ

ସମ୍ବଲପୁର:ଟିସିଏସ ୱା୍ଲଡ଼ ଟେନ୍ କେ ବେଙ୍ଗୁଲୁରୁ ୨୦୨୫ ମାରାଥନରେ ଓଡ଼ିଆ ଝିଅ ଭାଗନେଇ ବାଜିମାତ ମାରି ପୁରସ୍କୃତ ହୋଇଛନ୍ତି। ସେ ହେଲେ ବରଗଡ ଜିଲ୍ଲା ପାଇକମାଲର ସମାଜସେବୀ ବଡ ଶତପଥୀ ଙ୍କ ଝିଅ ସଫ୍ଟୱେର ଇଞ୍ଜିନିଅର ଅଙ୍କିତା ଶତପଥି। ଟିସିଏସ ୱାର୍ଲଡ ଟେନକେ ବେଙ୍ଗଲୁରୁ ୨୦୨୫ ତରଫରୁ ହେଉଥିବା ମାରାଥନ ଦୌଡ଼ରେ ଭାଗ ନେଇ ରବିବାର ସକାଳ ୬ଟା ରେ ରାଜେନ୍ଦ୍ର ସିଂଜୀ ଆର୍ମି ଅଫିସର ଲନ୍ଟିଟ୍ୟୁଟ କ୍ରିକେଟ ଗ୍ରାଉଣ୍ଡ ରୁ ବାହାରି ଦୀର୍ଘ ଦଶ କି.ମି.ରାସ୍ତା ଦୌଡ଼ି ଏକ ଘଣ୍ଟା ପନ୍ଦର ମିନିଟ ରେ ସମ୍ପୂର୍ଣ୍ଣ କରିଥିଲେ। ଓ ପୁରସ୍କାର ସ୍ୱରୂପ ଟ୍ରଫି ଅନ୍ୟାନ୍ୟ ଜିନିଷ ପାଇଥିଲେ ।ଖବର ପାଇ ୟଶବନ୍ତପୁର ବେଙ୍ଗୁଲୁରୁ ର ତାଙ୍କ ସାଙ୍ଗ ସାଥି ମାନେ ଓଡ଼ିଆ ପରିବାର ତରଫରୁ ଅଭିନନ୍ଦନ ଜଣାଇଥିଲେ । ଏହିଁ ଦୌଡରେ ରେ ପ୍ରାୟ ୩୫ ହଜାର ପୁଅ ଝିଅ ଯୁବକ ଯୁବତୀ ବୁଢା ବୁଢ଼ୀ ୧୬ ବର୍ଷରୁ ୬୦ ବର୍ଷ ଯାଏ ଭାଗ ନେଇଥିଲେ। ଏକ ଘଣ୍ଟା କୋଡିଏ ମିନିଟ ମଧ୍ୟରେ ଯେଉଁମାନେ ଦଶ କିମି ରାସ୍ତା ଦୌଡ଼ି ଥିଲେ ତାଙ୍କୁ ସ୍ୱତନ୍ତ୍ର ପୁରସ୍କାର ମିଳିବାସହ ବାକି ଯେଉଁମାନେ ଦଶ କିମି ରାସ୍ତା ଦୌଡ଼ିଥିଲେ ତାଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା।କୁମାରୀ ଇଂ ଅଙ୍କିତା ଏକାଧାରରେ ଜଣେ ପର୍ବତ ଚଢ଼ାଳି, ଦୌଡାଳି,ପ୍ରକୃତିପ୍ରେମୀ, ଯୋଗ, ପ୍ରାଣାୟାମ ନିଜେ କରି ଅନ୍ୟ ଲୋକଙ୍କୁ ଶିଖାଇବା, ଲୋକଙ୍କୁ ସାହାଯ୍ୟ କରିବା, ବିଶେଷକରି ବୁଢ଼ା ବୁଢ଼ୀ ମାନଙ୍କୁ ଭଲପାଇ ସାହାଯ୍ୟ କରିବା ଇଂ ଅଙ୍କିତା ଙ୍କର ନିତିଦିନିଆ କାମ ବୋଲି ସେ କହିଛନ୍ତି ।