Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାରତୀୟ ସେନାକୁ ଅଖଣ୍ଡ ସ୍ୱାଧିନତା ଘୋଷଣା ପରେ ଛାନିଆ ପାକିସ୍ତାନ, ରାତି ଅଧରେ ବସିଲା ବୈଠକ

ପହଲଗାମ ହମଲା ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଥମିବାର ନା ନେଉନି । ପ୍ରଧାନମନ୍ତ୍ରୀ ମୋଦୀ ମଙ୍ଗଳବାର ତିନି ସେନାର ମୁଖ୍ୟଙ୍କ ସହ ଏକ ବୈଠକ କରିଥିଲେ । ତେବେ ବୈଠକର ସିଧାସଳଖ ପ୍ରଭାବ ଦେଖିବାକୁ ମିଳିଛି ପାକିସ୍ତାନରେ । ଭୟରେ ରାତିସାରା ଅନିଦ୍ରା ପାକିସ୍ତାନ ।

ବିଳମ୍ୱିତ ରାତି ଅର୍ଥାତ୍ ୧.୩୦ରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ତେବେ ବୈଠକ ପରେ ପାକ୍ର ସୂଚନା ମନ୍ତ୍ରୀ ଆତାଉଲ୍ଲାହ ତାରାର ବୁଧବାର ଦିନ X ରେ ଏକ ବିବୃତ୍ତି ଜାରି କରିଛନ୍ତି । ସେ କହିଛନ୍ତି ଦାବି କରିଛନ୍ତି ଯେ ଆମ ପାଖରେ ବିଶ୍ୱସ୍ତ ଗୁଇନ୍ଦା ସୂଚନା ଅଛି ଯେ ଭାରତ ଆଗାମୀ ୨୪-୩୬ ଘଣ୍ଟା ମଧ୍ୟରେ ପାକିସ୍ତାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ନେଇପାରେ।

ସୂଚନା ମନ୍ତ୍ରୀ ତାରାର ଭାରତ ଉପରେ ଦୋଷ ଲଦିଛନ୍ତି । ସେ କହିଛନ୍ତି ଯେ କୌଣସି ନିରପେକ୍ଷ ତଦନ୍ତ ପରିବର୍ତ୍ତେ, ଭାରତ ସିଧାସଳଖ ସାମରିକ ପଥ ଗ୍ରହଣ କରିବାକୁ ପ୍ରସ୍ତୁତ ହୋଇଛି । ଯାହା ଆଞ୍ଚଳିକ ଶାନ୍ତି ପାଇଁ ଘାତକ ସାବ୍ୟସ୍ତ ହୋଇପାରେ। ତାରାରଙ୍କ ଅନୁଯାୟୀ, ପାକିସ୍ତାନ ସରକାର ଅନ୍ତର୍ଜାତୀୟ ବିଶେଷଜ୍ଞଙ୍କ ସହାୟତାରେ ଏହି ମାମଲାରେ ଏକ ନିରପେକ୍ଷ, ସ୍ୱାଧୀନ ତଦନ୍ତ ପ୍ରସ୍ତାବ ଦେଇଛନ୍ତି । ତଥାପି, ଭାରତ ଏହାକୁ ଗ୍ରହଣ କରିନାହିଁ । ମୁକାବିଲାର ରାସ୍ତା ବାଛିଛି।

ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ମହମ୍ମଦ ଆସିଫ ମଧ୍ୟ ରଏଟର୍ସକୁ କହିଛନ୍ତି ଯେ ଆମେ ହାଇ ଆଲର୍ଟରେ ଅଛୁ । ଯଦି ଭାରତ ଆକ୍ରମଣ କରେ, ତେବେ ଆମେ ଜବାବ ଦେବୁ। ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଦେଶର ଅସ୍ତିତ୍ୱ ପ୍ରତି ସିଧାସଳଖ ବିପଦ ଥିଲେ ହିଁ ପରମାଣୁ ଅସ୍ତ୍ର ବ୍ୟବହାର କରାଯିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ