Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଘର ଉପରକୁ ମାଡ଼ିଗଲା ଟ୍ରକ, ୫ ମେଡିକାଲ ଛାତ୍ରଙ୍କ ସମେତ ଛଅ ମୃତ

ନେଲୋର: ଆନ୍ଧ୍ରପ୍ରଦେଶର ନେଲୋର ଜିଲ୍ଲାରେ ବୁଧବାର ଦିନ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ପାଞ୍ଚ ଜଣ ଏମବିବିଏସ ଛାତ୍ରଙ୍କ ସମେତ ଛଅ ଜଣଙ୍କର ମୃତ୍ୟୁ ହୋଇଛି। ସ୍ଥାନୀୟ ଲୋକ ଏବଂ ପୋଲିସ ଅନୁସାରେ, ମୁମ୍ବାଇ ହାଇୱେର ପୋଥିରେଡ୍ଡିପାଲେମରେ ଏକ ଘରକୁ କାରଟି ଧକ୍କା ଦେବା ଫଳରେ ଦୁର୍ଘଟଣା ଘଟିଥିଲା। କାରରେ ୬ ଜଣ ପିଲା ଥିଲେ।

ତେବେ ଘର ମାଲିକଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା।ସ୍ଥାନୀୟ ଲୋକମାନେ ଘଟଣା ବିଷୟରେ ୧୦୮ ଆମ୍ବୁଲାନ୍ସକୁ ସୂଚନା ଦେଇଥିଲେ। ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା। କାରରେ ଥିବା ସମସ୍ତ ଆହତଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ସମୟରେ ପାଞ୍ଚ ଜଣ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି।

ପୋଲିସର ସୂଚନା ଅନୁଯାୟୀ, କାରଟି ଯେଉଁ ଘରେ ପ୍ରବେଶ କରିଥିଲା ସେହି ଘରେ ରହୁଥିବା ଭେଙ୍କଟ ରମଣାୟା (୫୦)ଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା।ବୁଚିରେଡ୍ଡିପାଲେମ ଗାଁରେ ଏହି ଦୁର୍ଘଟଣା ଘଟିଥିଲା। କାରରେ ଥିବା ପିଲା ମାନେ ତାଙ୍କ ବନ୍ଧୁଙ୍କ ଭଉଣୀ ନିର୍ବନ୍ଧ ଉତ୍ସବରେ ଯୋଗ ଦେଇ ଫେରୁଥିଲା ବେଳେ ଏହି ଅଘଟଣ ଘଟିଛି। ତେବେ ସେମାନଙ୍କ ମଧ୍ୟରୁ ଜଣେ ଛାତ୍ରଙ୍କ ଅବସ୍ଥା ସ୍ଥିର ଅଛି। ସେମାନେ ସମସ୍ତେ ନେଲୋରର ନାରାୟଣ ମେଡିକାଲ କଲେଜରେ ଦ୍ୱିତୀୟ ବର୍ଷ ଡାକ୍ତରୀ ପାଠ ପଢ଼ୁଥିଲେ ବୋଲି ଜଣାପଡ଼ିଛି।

ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟି (ଟିଡିପି) ମୁଖ୍ୟ ଏନ ଚନ୍ଦ୍ରବାବୁ ନାଇଡୁ ଦୁର୍ଘଟଣାରେ ଶୋକ ପ୍ରକାଶ କରିଛନ୍ତି।

More Stories