ଅସ୍ତରଙ୍ଗ, ଅସ୍ତରଙ୍ଗ ଥାନା ଅଧିନସ୍ଥ ଅସ୍ତରଙ୍ଗ ଗ୍ରାମର ବାପି ନାୟକ (୨୬) ନାମକ ଜଣେ ଯୁବକ ପ୍ରେମ ରେ ଧୋକା ପାଇବା କାରଣ ରୁ ବୁଧବାର ରାତିରେ ନିଜ ଘରେ ଲୁଗାରେ ଫାସୀ ଲଗାଇ ଆତ୍ମହତ୍ୟା କରିବା ଏକ ଅଭାବନୀୟ ଘଟଣା ଘଟିଛି | ଜଣେ ଯୁବତୀଙ୍କ ସହ ପ୍ରେମ ସଂପର୍କ ଗଢିଉଠିବା ଓ ପରେ କୌଣସି କାରଣରୁ ଯୁବତୀ ଜଣକ ବିବାହର ପ୍ରତ୍ୟାଖାନ କରିବାରୁ ଯୁବକ ଜଣକ ନିଜର ଜୀବନ ହାରିଛନ୍ତି | ଘଟଣାରେ ଅସ୍ତରଙ୍ଗ ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ କରୁଛି |
ସୂଚନାନୁସାରେ ବାପି ହେଉଛନ୍ତି ଅସ୍ତରଙ୍ଗ ଗ୍ରାମର ସୁକାନ୍ତ ନାୟକଙ୍କ ଏକମାତ୍ର ପୁତ୍ର । ସେ ମଧ୍ୟ ଜଣେ ପଥର ମୂର୍ତ୍ତି କାରିଗର ଅଟନ୍ତି | ଜଣେ ଯୁବତୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିବା ସମସ୍ତେ ଜାଣିଥିଲେ ଓ ତା ସହ ସବୁବେଳେ କଥାବାର୍ତ୍ତା ହେବା ପରିବାର ଲୋକ ଜାଣୀ ଛନ୍ତି |ଉଭୟଙ୍କ ମଧ୍ୟରେ ବିବାହ ପାଇଁ ରାଜିରୁଜା ହେବା ସହ, ଯୁବତୀଙ୍କ ଜଣକ ୨ ଦିନ ସମୟ ମାଗିବା ଏକଥା ବି ଶୁଣିବାକୁ ମିଳୁଛି |ତେବେ ଯୁବତୀ ଦେଇଥିବା ପ୍ରତିଶ୍ରୁତି ପ୍ରତ୍ୟାଖାନ ହେଉ କିମ୍ବା ପ୍ରେମରେ ଧୋକା ହେଉ ବା ଅନ୍ୟ କୌଣସି କାରଣରୁ, ପ୍ରେମ ଜାଲରେ ଆନ୍ଧ ହୋଇ ଯୁବକ ଜୀବନ ହାରିବା ଚର୍ଚ୍ଚା ହେଉଛି |ଗତକାଲି ଘର ଭିତରେ ବିଳମ୍ବିତ ରାତିରେ ଲୁଗାରେ ଫାସୀ ଲଗାଇ ଦେଇଥିଲେ | ଏ ବିଷୟରେ ପରିବାର ଲୋକଙ୍କୁ ସମ୍ୟକ ଧାରଣା ବି ନଥିଲା | ଆଜି ସକାଳୁ ପରିବାର ଦେଖନ୍ତେ ଜେ,ବାପିଙ୍କ ମୃତଦେହ ଘର ଭିତରେ ଝୁଲୁଛି | ଖବର ପାଇ ଅସ୍ତରଙ୍ଗ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଥିଲା | ପରିବାରରେ ଏକମାତ୍ର ପୁଅର ଅଭାବନୀୟ ମୄର୍ତ୍ୟୁ ପରିବାର ଏବଂ ପୁରା ଅଂଚଳ କୁ ଶୋକାକୁଳ କରିଦେଇଚି | ପ୍ରେମଜନିତ ଘଟଣାକୁ ନେଇ ଥାନାରେ କୌଣସି ଲିଖିତ ଅଭିଯୋଗ ନହେବା ଓ ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଜାରିରହିବା ଥାନା ଅଧିକାରୀ ରାଜେଶ ବଳିୟାରସିଂହ ସୂଚନା ଦେଇଛନ୍ତି |
ପ୍ରେମରେ ଧୋକା,ଜୀବନ ହାରିଲେ ଯୁବକ ।
