Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୋକାନରେ ନିଆଁ ଲାଗିଲା ନିଆଁ..ବର୍ତ୍ତୀ ଗଲା ଛଅ ମାସର ଶିଶୁ କନ୍ୟା

ଲକ୍ଷ୍ମୀପୁର ୦୨/୦୫
ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ଉପର କୁଟିଙ୍ଗା ଗ୍ରାମରେ ଆଜି ଏକ ଅଘଟଣ ଘଟିଥିଲା, କିନ୍ତୁ ଏଥିରେ ଅଳ୍ପକେ ଏକ ଛଅ ମାସର ଶିଶୁ କନ୍ୟା  ବର୍ତ୍ତୀ ଯାଇଛି। ସୂଚନା ଅନୁଯାୟୀ କୁଟିଙ୍ଗା ପଞ୍ଚାୟତ ସଦର ମହକୁମା ର ରାସ୍ତା କଡରେ ସୁରେଶ ମିଣିଆକା ନାମକ ଜଣେ ଯୁବକ ଏକ  ଗ୍ରସରୀ ଦୋକାନ କରି ପରିବାର ଚଳାଉଥିଲେ।ଦୋକାନ ଭିତରେ ପରିବାର ର ତିନିଜଣ ରହିଥିବା ବେଳେ ଗ୍ୟାସ ରେ ରୋଷେଇ କରୁଥିଲେ ହେଲେ ସେହି ସମୟରେ ଦୋକାନ ଭିତରେ ଥିବା ପେଟ୍ରୋଲ ଲିକ ହୋଇ ନିଆଁ ଲାଗି ଯାଇଥିଲା, ନିଆଁ ଲାଗିବା ପରେ ଦୋକାନ ସମ୍ମୁଖ ଦେଇ ବାହାରିବା ସମ୍ଭବ ନଥିବାରୁ ପତ୍ନୀ ଛୋଟ ଝିଅ ସୁରେଶ ଜୀବନ ବଞ୍ଚାଇବାକୁ ଯାଇ ଝରକା ପଟ ବାହାରକୁ ବାହାରିଥିଲେ। ପରେ ଖବର ପାଇ ଲକ୍ଷ୍ମୀପୁର ରୁ ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ କରିଥିବା ବେଳେ ଦୋକାନ ଭିତରେ ଥିବା ୩୦ ହଜାର ରୁ ଉର୍ଦ୍ଧ ଟଙ୍କାର ଜିନିଷ ପୋଡି ପାଉଁଶ ହୋଇଯାଇଥିଲା।ଦୋକାନ ମାଲିକ ଓ ତାଙ୍କ ସ୍ତ୍ରୀ ସାମାନ୍ୟ ଆହତ ହୋଇ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି ହୋଇଥିବା ବେଳେ ଶିଶୁ କନ୍ୟାଟି ବର୍ତ୍ତୀ ଯାଇଛି।ଅସବଧାନତା କାରଣରୁ ଏପରି ନିଆଁ ଲାଗିଥିଲା। ପେଟ୍ରୋଲ ବିକ୍ରୟ କରୁଥିବା ଦୋକାନ ରେ ଗ୍ୟାସ ବ୍ୟବହାର ଅତି ବିପଦ ବୋଲି ଅଗ୍ନିଶମ ବିଭାଗ କହିଥିବା ବେଳେ ନିଆଁ ଲାଗିଥିବା ଗ୍ୟାସ ହାଣ୍ଡି କୁ ମଧ୍ୟ ଲିଭାଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ