Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ବ୍ଲକ ରେ ୯୪%ମାଟ୍ରିକ ରେ ପାସ..ଏ ୧ ଗ୍ରେଡ଼ ରେ -ଶୂନ, ବି ୨ ଗ୍ରେଡ଼ ରେ ମାତ୍ର ୨ଜଣ… ୮୨୮ ଜଣ ରୁ ୭୮୧ ଜଣ ପାସ

ଲକ୍ଷ୍ମୀପୁର ୦୨/୦୫ .. ଲକ୍ଷ୍ମୀପୁର ବ୍ଲକର  ୧୩ ଟି ଉଚ୍ଚ ବିଦ୍ୟାଳୟ ରେ ୮୨୮ ଜଣ ଛାତ୍ର ଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିବା ବେଳେ ବ୍ଲକ ରେ ପାସ ହାର ରହିଛି ଶତକଡା ୯୪. ୩୦ ପ୍ରତିଶତ। ସମ୍ପୂର୍ଣ ବ୍ଲକ ରେ ଜଣେ ହେଲେ ପିଲା ଏ ୧ ଗ୍ରେଡ଼ ରେ ପାସ ହୋଇ ନଥିବା ବେଳେ ମାତ୍ର ଦୁଇ ଜଣ ଛାତ୍ରୀ ଏ ୨ ଗ୍ରେଡ଼ ରେ ପାସ ହୋଇଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟ ବ୍ଲକ ସଦର ମହକୁମା ର ବିଦ୍ୟାଳୟ ରେ ଜଣ ହେଲେ ଏ ୨ ରେ ମଧ୍ୟ ପାସ କରି ପାରିନାହାନ୍ତି। ଛାତ୍ର ଙ୍କ ତୁଳନା ରେ ଛାତ୍ରୀ ମାନେ ଭଲ ପ୍ରଦର୍ଶନ କରିଥିବା ବେଳେ ଦୁଇ ଜଣ ଛାତ୍ରୀ ହିଁ ଏ ୨ ଗ୍ରେଡ଼ ରେ ପାସ ହୋଇଛନ୍ତି। କାକିରିଗୁମା ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ଆକାଂକ୍ଷା ମହାରଥୀ ୫୦୧ ନମ୍ବର ଓ ଗୌଡ଼ଗୁଡା ବିଦ୍ୟାଳୟ ର ଗାୟତ୍ରୀ ନାୟକ ୪୮୫ ନମ୍ବର ରଖି ବ୍ଲକର ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ବ୍ଲକରେ ୪ ଟି ସେଣ୍ଟର ରେ ଛାତ୍ର ଛାତ୍ରୀ ମାନେ ପରୀକ୍ଷା ଦେଇଥିବା ବେଳେ ୧୩ ଟି ଉଚ୍ଚ ବିଦ୍ୟାଳୟ ମଧ୍ୟରୁ ମିନାପାଇ ଆଶ୍ରମ ସ୍କୁଲ ରେ ୫୮ ଜଣ ଛାତ୍ରୀ ଙ୍କ ମଧ୍ୟରୁ ଶତ ପ୍ରତିଶତ ହାରରେ ସମସ୍ତେ ପାସ ହୋଇଛନ୍ତି, ସେହିପରି ସାଙ୍ଗନା ଉଚ୍ଚ ବିଦ୍ୟାଳୟ ରେ ୧୪୭ ରୁ ୧୪୩ ଜଣ, ବୁର୍ଜା ଆଶ୍ରମ ବିଦ୍ୟାଳୟ ରୁ ୫୭ ରୁ ୫୪, ଚମ୍ପି ଆଶ୍ରମ ବିଦ୍ୟାଳୟ ରୁ ୭୬ ରୁ ୭୩, ପଞ୍ଚଡା  ଆଶ୍ରମ ବିଦ୍ୟାଳୟ ରୁ ୯୮ ରୁ ୮୮, ଗିର୍ଲିପୁଟ ସ୍କୁଲ ରୁ ୧୯ ରୁ ୧୬, ୟୁଏନ ରାଜୁ ବାଳିକା ବିଦ୍ୟାଳୟ ରୁ ୪୯ ରୁ ୪୮, କାକିରିଗୁମା ଉଚ୍ଚ ବିଦ୍ୟାଳୟ ରୁ ୯୩ ରୁ ୮୪, ତୁନପାର ଆଶ୍ରମ ସ୍କୁଲ ରୁ ୭୭ ରୂ ୬୯, ଧରଡ଼ା ଆଶ୍ରମ ବିଦ୍ୟାଳୟ ରୂ ୫୧ ରୁ ୪୯,ଗୌଡ଼ଗୁଡା ସ୍କୁଲ ରୁ ୨୯ ରୁ ୨୭, ଲୁଲୁପଦର ସ୍କୁଲ ରୁ ୨୪ ରୁ ୨୩ ଓ ତୋୟାପୁଟ ନେତାଜୀ ସ୍କୁଲ ରୁ ୫୦ ରୁ ୪୯ ଜଣ ଛାତ୍ର ଛାତ୍ରୀ ପାସ ହୋଇଛନ୍ତି। ପାସ ହାର ୯୪ ପ୍ରତିଶତ ରହିଥିଲେ ସୁଧା    ଏ ୧ ଗ୍ରେଡ଼ ରେ ଜଣେ ହେଲେ ଛାତ୍ର  କିମ୍ବା ଛାତ୍ରୀ ଉତୀର୍ଣ୍ଣ ହୋଇ ନପାରିବା ଶିକ୍ଷା ର ମାନ କୁ ନେଇଁ ବିଭିନ୍ନ ମହଲ ରେ ଅସନ୍ତୋଷ ଦେଖା ଦେଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ