Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରକ୍ସା ଗ୍ରାମରେ ହୋମିଓପାଥି ସ୍ବାସ୍ଥ୍ୟ ଶିବିର

ବରପାଲି: ବରପାଲି ବ୍ଳକ ରକ୍ସା ଗ୍ରାମରେ ଏକ ହୋମିଓପାଥି ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଆଗଲପୁର ସତ୍ୟସାଇ ଭଜନ ମଣ୍ତଳି ପକ୍ଷରୁ ଶିବିର ଆୟୋଜିତ ହୋଇଥିଲା। ମୂଖ୍ୟ ଅତିଥି ଭାବରେ ଡା.ନିଶିଥ କୁମାର ମହାପାତ୍ର ଯୋଗ ଦେଇ ଶିବିର କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ବରଗଡ ଜିଲ୍ଳା ସତ୍ୟସାଇ ସେବା ସମିତି ପୁର୍ବତନ ସଭାପତି ବିନୟ ବାରିକଙ୍କ ସଭାପତିତ୍ବରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ସମ୍ମାନିତ ଅତିଥି ଚରଣ ବାବୁଙ୍କ ସହାୟତାରେ ଶିବିର ସଂଚାଳିତ ହୋଇଥିବା ବେଳେ ରିକ୍ସା ଭଜନ ସେବା ସମିତିର ସୁରେନ୍ଦ୍ର କୁମାର ସାହୁ,ସଂଜୟ କୁମାର ସାହୁ,ଅଜିତ ରାଏ,ପଙ୍କଜ ସାହୁ, ଯୁଧିଷ୍ଠିର ହାତୀ,ଭକ୍ତ ନାଏକ,ବ୍ରହ୍ମାନନ୍ଦ ହାତୀ,ସୁବାଷ ବୁଧିଆ, ଭଗବାନ ନାଏକ ପ୍ରମୁଖ ସହାୟତା କରିଥିଲେ। ଏହି ଅବସରରେ ଅଚଂଳର ବିଭିନ୍ନ ରୋଗର ୧୭୦ ଜଣ ପିଡିତା ପରାମର୍ଶ ସହ ସ୍ବାସ୍ଥ୍ୟ ସେବାକାର୍ଯ୍ୟର ଉଚିତ ଉପଲବ୍‌ଧି ଲାଭ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ