Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବେଆଇନ ଭବେ କେନ୍ଦୁପତ୍ର ଚୋରା ଚାଲାଣ ବେଳେ ଗାଡି ଅଟକ, ବିଧାୟକ ଙ୍କ ହସ୍ତକ୍ଷେପ ପରେ ଜଙ୍ଗଲ ବିଭାଗ କୁ ହସ୍ତାନ୍ତର।

କଳାହାଣ୍ଡି:୦୩/୦୫
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋତୋମୁଣ୍ଡା ପିପଲଝାପର ଠାରୁ କେନ୍ଦୁପତ୍ର ଚୋରା ଚାଲାଣ ହେଉଥିବା ଏକ ୧୧୦୯ ଗାଡି ଶୁକ୍ରବାର ସନ୍ଧ୍ୟାରେ କେନ୍ଦୁପତ୍ର କର୍ମଚାରୀ ମାନେ ଧରି ଅଟକ ରଖିଥିଲେ। ପ୍ରାପ୍ତ ସୂଚନା ଅନୁସାରେ ବିଜୁ ଏକ୍ସପ୍ରେସ ୱେ ବଡକେନ୍ଦୁଗୁଡା ବଜାର ପଡିଆ ନିକଟରେ କେନ୍ଦୁପତ୍ର ବୋଝେଇ ସିଜି ୦୪ ଜେଡି ୩୩୧୯ ନମ୍ବର ଏକ ଗାଡିକୁ କେନ୍ଦୁପତ୍ର ସିଜନାଲ କର୍ମଚାରୀ ମାନେ ଅଟକାଇ କାଗଜ ପତ୍ର ଦେଖାଇବା ପାଇଁ କହିଥିଲେ ହେଁ ଡ୍ରାଇଭର କୌଣସି କାଗଜପତ୍ର ଦେଖାଇ ପାରିନଥିଲେ। ପରେ ବନବିଭାଗ ଓ କେନ୍ଦୁପତ୍ର ବିଭାଗ କର୍ମଚାରୀ ପହଞ୍ଚି ଘଟଣା ସ୍ଥଳରୁ ପତ୍ର ବୋଝେଇ ଗାଡିଟିକୁ ବିଜମରା ସେଣ୍ଟ୍ରାଲ ଗୋଦାମକୁ ନେଇ ଯାଇଥିଲେ। ଏନେଇ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ଙ୍କୁ ସ୍ଥାନୀୟ ଗ୍ରାମବାସୀମାନେ ସୂଚନା ଦେବାସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ କହିବା ପରେ ବିଧାୟକ ଜଙ୍ଗଲ ବିଭାଗ ଅଧିକାରୀମାନେ ଙ୍କୁ ଏନେଇ କାର୍ଯ୍ୟାନୁଷ୍ଠାନ ନେବାକୁ କହିବା ପରେ ଧର୍ମଗଡ଼ ରେଞ୍ଜ ଅଧିକାରୀ ଭବାନୀ ଶଙ୍କର କାଉର୍ ଘଟଣାସ୍ଥଳରେ ପହଞ୍ଚି ଗାଡି କୁ ଜବତ କରିଥିବା ବେଳେ ଗାଡି ର ଡ୍ରାଇଭର ଫେରାର ହୋଇଯାଇଛି। ତେବେ ଗାଡି ର ହେଲ୍ପର କୁ ଅଟକ ରଖାଯାଇଛି। ଦୀର୍ଘବର୍ଷ ହେବ ଆମପାଣି ପଞ୍ଚାୟତ କନ୍ଦାଗଡ ଠାରୁ ରାବନଗୁଡା ପର୍ଯ୍ୟନ୍ତ କେନ୍ଦୁପତ୍ର ଚୋରାଚାଲାଣ ହେଉଛି। ଯାହା ଫଳରେ କେନ୍ଦୁପତ୍ର ବିଭାଗ କର୍ମଚାରୀ ମାନେ କାମଧନ୍ଦା ହରାଉଥିବା ବେଳେ ଦଲାଲ ମାନେ ମାଲାମାଲ ହେଉଛନ୍ତି । ପରେ ଘଟଣା ସ୍ଥଳରେ ଏସିଏଫ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଥିବା ବେଳେ ଚୋରା ଚାଲାଣ ରେ ଯେଉଁମାନେ ସାମିଲ ରହିଛନ୍ତି ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ