Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଜିଲ୍ଲା କଂଗ୍ରେସ ଦଳ ତରଫରୁ ବିଜୟ ଉତ୍ସବ ପାଳିତ

ଗଜପତି ଜିଲ୍ଲା କଂଗ୍ରେସ ଦଳ ତରଫରୁ ବିଜୟ ଉତ୍ସବ ପାଳିତ
ପାରଳାଖେମୁଣ୍ଡି:୫/୫(ଗରୁଡ଼ ଧ୍ଵଜ ଚୌଧୁରୀ)
ପାରଳାଖେମୁଣ୍ଡି ଥରେ ଥିବା ଗଜପତି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ବିଜୟ ଉତ୍ସବକୁ ଆଜି ପାଳନ କରାଯାଇଛି. କଂଗ୍ରେସ ନେତା ତଥା ଜନନାୟକ ରାହୁଲ ଗାନ୍ଧୀଙ୍କ ନ୍ୟାଯ୍ୟ ଦାବି ଜାତିଭିତ୍ତିକ ଜନଗଣନା ଦାବିକୁ କେନ୍ଦ୍ର ସରକାର ମାନି ନେଇଛନ୍ତି.ଗଜପତି ଜିଲ୍ଲାର ମୋହନା ବିଧାୟକ ତଥା ଜିଲ୍ଲା କଂଗ୍ରେସ କମିଟି ସଭାପତି ଦାଶରଥି ଗମାଙ୍ଗଙ୍କ ନିର୍ଦେଶରେ ଏବଂ ନେତୃତ୍ୱରେ ଏହି ବିଜୟ ଉତ୍ସବ କାର୍ଯ୍ୟକ୍ରମକୁ ପାଳନ କରାଯାଇଛି. ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସର ବରିଷ୍ଠ ନେତା ଅଭିମନ୍ୟୁ ପଣ୍ଡା, ଇଶ୍ଵର ଚନ୍ଦ୍ର ମାଝୀ, ବିଷ୍ଣୁ ପାଢ଼ୀ, ଯୁବନେତା ସୁର୍ଯ୍ୟ ନାରାୟଣ ପାତ୍ର, ତ୍ରିନାଥ ପାତ୍ର, ଜସ୍ମିନ୍ ଶେଖ୍, ଅଶୋକ ଅଧିକାରୀ, ମୁନା ମହାରଣା, ଛାତ୍ର କଂଗ୍ରେସ ନେତା ଲାଲ୍ଲୁ ପ୍ରମୁଖଙ୍କ ସହ ବହୁ କଂଗ୍ରେସ କର୍ମୀ ଏହି ବିଜୟ ଉତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ.

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories