Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶୀତଳଷଷ୍ଠୀ ଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି : ଚାରିଦିଗରେ ନିର୍ମାଣ ହେବ ସ୍ବତନ୍ତ୍ର ତୋରଣ

ସମ୍ବଲପୁର : ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା ଆୟୋଜନ ସକାଶେ ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶୀତଳଷଷ୍ଠୀ ଯାତ୍ରା ସମୟରେ ଗ୍ରୀଷ୍ମ ମୁକାବିକା, ପାନୀୟ ଜଳ, ନିରନ୍ତର ବିଦ୍ୟୁତ୍ ଯୋଗାଣ ଆଦି ସୁନିଶ୍ଚିତ କରିବା ପାଇଁ ଜିଲାସ୍ତରୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ। ଏଥିସହ ଶୀତଳଷଷ୍ଠୀ ଶୋଭାଯାତ୍ରା ମାର୍ଗରେ ସ୍ବତନ୍ତୁ ଜୋରଣ ନିର୍ମାଣ, ରାସ୍ତା ମରାମତି ଓ ଆଲୋକାକରଣ, ସହରର ପରିମଳ ବ୍ୟବସ୍ଥା, ସଚ୍ଛତା ଆଦି ଉପରେ ଗୁରୁତ୍ୱାରୋପ କରିଥିଲେ । ଅଂଶୁଘାତର ମୁକାବିଲା ପାଇଁ ସହରର ୧୭ଟି ଗୁରୁତ୍ଵପୂର୍ଣ୍ଣ ସ୍ଥାନରେ ଅସ୍ଥାୟୀ ଗ୍ରାସ୍ଥ୍ୟଶିଦିର ସ୍ଥାପନ କରାଯାଇ ଚିକିତ୍ସକ ଓ ଆମ୍ବୁଲାନ୍ସ ନିୟୋଜିତ କରିବା, ଯଥେଷ୍ଟ ପରିମାଣର ଓଆର୍ ଏସ୍ ପାନୀୟ ଓ ଔଷଧ ମହଜୁଦ ରଖିବାକୁ ସ୍ବାସ୍ଥ୍ୟ ବିଭାଗକୁ ସେ ପରାମର୍ଶ ଦେଇଥିଲେ। ଦିନ ଶୋଭାଯାତ୍ରା ସମଯରେ ଭକ୍ତ ଶ୍ରଦ୍ଧାଳୁ ଓ କଳାକାରଙ୍କ ଉପରେ ଅଗ୍ନିଶମ ବିଭାଗ ଓ ମହାନଗର ନିଗମ ପକ୍ଷରୁ ଜଳସିଞ୍ଛନର ବ୍ୟବସ୍ଥା କରାଯିବ। ସହରବାସୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖ୍ ହୀରାକୁଦ ଜଳଭଣ୍ଡାରରୁ ଜଳ ନିଷ୍କାସନ କରାଯାଇ ମହାନଦୀର ଜଳସ୍ତର ବୃଦ୍ଧି କରାଯିବ। ଆଖପାଖ ସହର ଓ ଗ୍ରାମବାସୀଙ୍କ ପାଇଁ ସମ୍ବଲପୁରକୁ ଅଧିକ ବସ୍ ଚଳାଚଳ ଲାଗି ଜିଲ୍ଲାସ୍ତରରେ ବ୍ୟବସ୍ଥା କରିବାକୁ ସମ୍ପୃକ୍ତ ବିଭାଗକୁ ଜିଲ୍ଲାପାଳ ପରାମଶି ଦେଇଥିଲେ।
ଆରକ୍ଷୀ ଅଧୀକ୍ଷକ ମୁକେଶ କୁମାର ଭାମୁ ଶୀତଳଷଷ୍ଠୀ ଯାତ୍ରାକୁ ଶାରିଶୃଙ୍ଖଳାର ସହ ଆୟୋଜନ ପାଇଁ ସୁଗମ ଟ୍ରାଫିକ ବ୍ୟବସ୍ଥା ଓ ଅପରାଧ ନିଯନ୍ତ୍ରଣ ଉପରେ ଗୁରୁତ୍ୱାରୋପ କରିଥିଲେ । ଯୁଗଳ ଦର୍ଶନ ଶୋଭାଯାତ୍ରା ସମୟରେ ସହରରେ ଚଳାଚଳ କରୁଥିବା ଆମ ବସ୍ ସେବାର ପଥ ପରିବର୍ତ୍ତନ କରାଯିବ। ସେହିପରି ସମ୍ବଲପୁରରୁ ଓ ସମ୍ବଲପୁର ଦେଇ ବିଭିନ୍ନ ସହରକୁ ଯାତ୍ରା କରୁଥିବା ରାତ୍ରିକାଳୀନ ବସ୍ ଯାତ୍ରା ଦୁଇଦିନ ସହରକୁ ପ୍ରବେଶଉପରେ କଟକଣା ଲାଗୁ କରାଯିବ । ଏହି ସମୟରେ ମୁଖ୍ୟତଃ ଫିରୋଡ଼ରେ ଯାତାୟାତ ପାଇଁ ଗୁରୁତ୍ବ ଦିଆଯିବ I ଯାତ୍ରା ସମୟରେ ଗାଡିପାଙ୍କ ପାଇଁ ସହରରେ କେତେକ ନିର୍ଦିଷ୍ଟ ପାର୍ଟିସ୍ଥଳ କରାଯିବ । ଯାତ୍ରା ସମୟରେ ସମାଜ୍ୟ ଚରୁରୀକାଳୀନ ପରିସ୍ଥିତିରେ ଅଭିଶ୍ରମ ଓ ଆମ୍ବୁଲାନ୍ସ ଯାତାୟତ ପାଇଁ ବ୍ୟବସ୍ଥା କରାଯିବ । ସହରରେ ଯେକୌଣସି ଆଇନ ଶୃଙ୍ଖଳା ପରିସ୍ଥିତିର ମୁଜାନିଲା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ ବୋଲି ଏସ୍‌ପି ଶ୍ରୀ ଭାମୁ କହିଥିଲେ । ପ୍ରସ୍ତୁତି ବୈଠକରେ ଜିଲ୍ଲାପାଳ (ସାଧାରଣ) ଅଶୋଳ ଭୋଇ, ଅତିରିକ୍ତ ଜିଲ୍ଲାପଳ (ରାଜସ୍ୱ) ସୁଧାଂଶୁ କୁମାର ଭୋଇ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅଜୟ ମୁକାର ମିଶ୍ର ଓ ଶଶାଙ୍କ ଶେଖର ବେହୁରା, ଉପଜିଲ୍ଲାପାଳ ଡଃ ପୁଷ୍ପାଞ୍ଜଳି ପଣ୍ଡା ପ୍ରମୁଖ ଯୋଗଦେଇଥିଲେ । ବିଭିନ୍ନ ଶୀତଳଷଷ୍ଠୀ ଯାତ୍ରା କମିଟିର କାର୍ଯ୍ୟକର୍ତ୍ତା ଓ ଅନ୍ୟାନ୍ୟ ବିଭାଗୀୟ ଅଧୂଜାରୀ ମଧ୍ୟ ଉପସ୍ଥିତ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ