Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Met Gala 2025: ଡେବ୍ୟୁ କଲେ ଶାହରୁଖ ଖାନ

ମୁମ୍ବାଇ: ମେଟ୍ ଗାଲା ୨୦୨୫ ନ୍ୟୁୟର୍କର ମେଟ୍ରୋପଲିଟାନ୍ ମ୍ୟୁଜିୟମ୍ ଅଫ୍ ଆର୍ଟରେ ଅନୁଷ୍ଠିତ ହୋଇଥିଲା। ଏହି ବର୍ଷ ମେଟ୍ ଗାଲାର ଥିମ୍ ଥିଲା ସୁପରଫାଇନ୍: ଟେଲରିଂ ବ୍ଲାକ୍ ଷ୍ଟାଇଲ୍। ରେଡ୍ କାର୍ପେଟରେ ପ୍ରଥମଥର ପାଇଁ ଏଣ୍ଟ୍ରି କରିଥିଲେ ଶାହରୁଖ। ଏହି ଡେବ୍ୟୁ ସହିତ ଶାହରୁଖ ଖାନ ଇତିହାସ ରଚିଛନ୍ତି। ସେ ମେଟ୍ ଗାଲାରେ ଯୋଗଦେବାରେ ପ୍ରଥମ ଭାରତୀୟ ପୁରୁଷ ଅଭିନେତା ପାଲଟିଛନ୍ତି। ତେବେ ତାଙ୍କ ପୂର୍ବରୁ କୌଣସି ଭାରତୀୟ ଅଭିନେତା ମେଟ୍ ଗାଲାରେ ପହଞ୍ଚି ନାହାଁନ୍ତି।

ଏହା ବ୍ୟତୀତ କିୟାରା ଆଡଭାନୀ ପ୍ରଥମ ଭାରତୀୟ ଅଭିନେତ୍ରୀ ଯିଏକି ବେବି ବମ୍ପ ସହିତ ରେଡ କାର୍ପେଟରେ ଦେଖାଦେଇଛନ୍ତି। କିନ୍ତୁ ଏହି ସମୟରେ କିଛି ଲୋକ ତାଙ୍କୁ ତାଙ୍କ ନାମ ପଚାରିଥିଲେ। ଏହା ଉପରେ ଶାହରୁଖ ବହୁତ ଭଦ୍ର ଭାବରେ ନିଜର ପରିଚୟ ପ୍ରକାଶ କରିଥିଲେ। ମେଟ୍ ଗାଲାର ହୋଷ୍ଟ ଟେୟାନା ଟେଲର ଏବଂ ଇଗୋ ନ୍ୱୋଡିମ ମଧ୍ୟ ଶାହରୁଖ ଖାନଙ୍କ ଷ୍ଟାରଡମ୍ ବିଷୟରେ କୌଣସି ଧାରଣା ନଥିଲେ।

ଯାହାପରେ ଡିଜାଇନର ସବ୍ୟସାଚୀ ଦେଶର ସବୁଠାରୁ ବଡ଼ ସୁପରଷ୍ଟାରଙ୍କ ଷ୍ଟାରଡମକୁ ପରିଚିତ କରାଇଥିଲେ। ଏହା ପରେ ସବ୍ୟସାଚୀ ଆଲୋଚନାକୁ ଆଗକୁ ବଢ଼ାଇ କହିଥିଲେ, “ମୁଁ ଏକ ଛୋଟ ବ୍ୟାକଗ୍ରାଉଣ୍ଡ ଦେବାକୁ ଚାହୁଁଛି, ଶାହରୁଖ ଖାନ ବୋଧହୁଏ ବିଶ୍ୱର ସବୁଠାରୁ ପ୍ରସିଦ୍ଧ ବ୍ୟକ୍ତି ଏବଂ ତାଙ୍କର ଫ୍ୟାନ ଫଲୋଇଂ ଖୁବ୍ ଅଧିକ। ଯେତେବେଳେ ସେ ହୋଟେଲରୁ ବାହାରକୁ ଆସିଲେ ସେଠାରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା।”